ଦେଶ ବିଦେଶ

ଜାଣନ୍ତୁ ପରୀକ୍ଷା ଦେବାକୁ ଯିବା ସମୟରେ ମା କାହିଁକି ଖୁଆଇଥାନ୍ତି ଦହି-ଚିନି

ଛୋଟବେଳେ ଯେତେବେଳେ ଆପଣ ପରୀକ୍ଷା ଦେବାକୁ ଯାଉଥିଲେ କିମ୍ବା ବାପା କୌଣସି କାମରେ ବାହାରକୁ ଯିବା ସମୟରେ ଘରର ବଡ଼ ଲୋକମାନେ ବା ମା ଦହି-ଚିନି ଖୁଆଇଥାନ୍ତି। ଘରର ବଡ଼ ଲୋକମାନଙ୍କ କହିବା ଅନୁଯାୟୀ ଦହି-ଚିନି ଖାଇ କୌଣସି କାର୍ଯ୍ୟରେ ଗଲେ ସେହି କାମ ସଫଳ ହୋଇଥାଏ। ଆଜି ମଧ୍ୟ ଏହି କଥା ଆମେମାନେ ମାନିଥାଉ। କିନ୍ତୁ ଆପଣ କେବେ ଏହି ପରମ୍ପରା ପଛର ବୈଜ୍ଞାନିକ କାରଣ ବିଷୟରେ ଚିନ୍ତା କରିଛନ୍ତି। ଯଦି ନା ତେବେ ଜାଣନ୍ତୁ କଣ ରହିଛି ଏହା ପଛର କାରଣ।

curd-1ଦହି ଖାଇବା ଦ୍ବାରା ଖାଦ୍ୟ ଜଲଦି ହଜମ ହୋଇଥାଏ। ଏଥିରେ କ୍ୟାଲସିୟମ, ଭିଟାମିନ ବି-୨, ବି-୧୨, ପୋଟାସିୟମ ଏବଂ ମ୍ୟାଗ୍ନେସିୟମ ଭଳି ଅନେକ ପୋଷକ ତତ୍ତ୍ବ ରହିଛି, ଯାହା ଶରୀରର ଆବଶ୍ୟକତା ପୂରଣ କରିବାରେ ସାହାଯ୍ୟ କରିଥାଏ। ଏହା ଶରୀରରେ ସୁପର ଫୁଡ୍ ଭଳି କାମ କରିଥାଏ।

health-benefitsଆୟୁର୍ବେଦିକ ତଥ୍ୟ ଅନୁଯାୟୀ ଦହି ଶରୀରକୁ ଥଣ୍ଡା ରଖିଥାଏ। ସେହିପରି ଚିନି ଗ୍ଲୁକୋଜର ମହତ୍ବପୂର୍ଶ୍ନ ସ୍ତୋତ୍ର ହୋଇଥାଏ। ଏହି କାରଣରୁ ଦହି ଚିନି ସହ ମିଶାଇ ସେବନ କରିବା ଦ୍ବାରା ଶରୀରରେ ତୁରନ୍ତ ଏନର୍ଜି ବା ଶକ୍ତି ମିଳିଥାଏ। ଏଥିସହ କୌଣସି ଇଣ୍ଟରଭ୍ୟୁ କିମ୍ବା ପରୀକ୍ଷା ଦେବାକୁ ଯିବା ପୂର୍ବରୁ ଦହି, ଚିନି ଖାଇବା ଦ୍ବାରା ମନ ଶାନ୍ତି ରହିବା ସହ ଶରୀରରେ ଏନର୍ଜି ମିଳିଥାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button