ଦେଶ ବିଦେଶ

ଅତ୍ୟଧିକ ଖରାରୁ ରକ୍ଷା କରେ ସନସ୍କ୍ରିନ୍ ଲୋସନ, କିନ୍ତୁ ଲଗାଇବା ସମୟରେ କରନ୍ତୁ ନାହିଁ ଏହି ଭୁଲ

ଗରମ ଦିନେ ଅଧିକାଂଶ ଲୋକମାନେ ତ୍ବଚାରେ ସନସ୍କ୍ରିନ୍ ଲୋସନ ବ୍ୟବହାର କରିଥାନ୍ତି। ସନସ୍କ୍ରିନ ଲୋସନରେ ଥିବା ଏସପିଏଫ ତ୍ବଚାକୁ ସୂର୍ଯ୍ୟଙ୍କର ହାନିକାରକ କିରଣରୁ ରକ୍ଷା କରିବାରେ ସାହାଯ୍ୟ କରିଥାଏ। କିଛି ଲୋକମାନେ ସନସ୍କ୍ରିନ ଲୋସନର ବ୍ୟବହାର ନକରିବା ଦ୍ବାରା ସୂର୍ଯ୍ୟଙ୍କ ହାନିକାରକ କିରଣର ପ୍ରଭାବ ସିଧା ତ୍ବଚାରେ ପଡ଼ିଥାଏ। ଏହି କାରଣରୁ ତ୍ବଚା ଜନିତ ଅନେକ ସମସ୍ୟା ଦେଖାଯାଇଥାଏ। କିନ୍ତୁ ଅଧିକାଂଶ ଲୋକମାନେ ଏହି ସନସ୍କ୍ରିନ୍ ଲୋସନକୁ ତ୍ବଚାରେ ସଠିକ ଭାବେ ବ୍ୟବହାର କରିନଥାନ୍ତି। ଏପରି ବ୍ୟବହାର କରିବା ଦ୍ବାରା ଏହାର ଉପଯୁକ୍ତ ଲାଭ ଉଠାଇ ପାରି ନଥାନ୍ତି। ତେବେ ଜାଣନ୍ତୁ ସନସ୍କ୍ରିନ ଲୋସନ ବ୍ୟବହାର କରିବା ସମୟରେ କିପରି ସଚେତନ ରହିବା ଉଚିତ।

ଅଧିକାଂଶ ଲୋକମାନେ ଖରାରେ ବାହାରିବା ସମୟରେ ସନସ୍କ୍ରିନ ଲୋସନ ବ୍ୟବହାର କରିଥାନ୍ତି। କିନ୍ତୁ ସବୁ ଦିନ ଏହି ଲୋସନ ଲଗାଇବା ଅନୁଚିତ। ଏହା ତ୍ବଚାକୁ ବ୍ୟାକ୍ଟେରିଆ ଏବଂ କିଟାଣୁରୁ ରକ୍ଷା କରିବାରେ ସାହାଯ୍ୟ କରିଥାଏ। ଏହା ବ୍ୟତୀତ ଖରାଦିନେ ତ୍ବଚା ଜଳିବା ମଧ୍ୟ କମ କରିଥାଏ। ଯେଉଁ ଲୋକମାନେ ଅତ୍ୟଧିକ ଖରା ପାଇଁ ଅଧିକ ଏସପିଏଫ ଥିବା ସନସ୍କ୍ରିନ ଲୋସନ ବ୍ୟବହାର କରିଥାନ୍ତି, କିନ୍ତୁ ଏହା ବିଲକୁଲ୍ ଭୁଲ ଅଟେ। ଏପରି କରିବା ଦ୍ବାରା ସନ ବର୍ନ ହେବାର ସମ୍ଭାବନା ଅଧିକ ରହିଥାଏ। ଏଥିସହ ତ୍ବଚା ଜନିତ ଅନେକ ସମସ୍ୟା ମଧ୍ୟ ବଢିଯାଇଥାଏ।
ସୁଇମିଂ କରୁଥିବା ଲୋକମାନଙ୍କ ପାଇଁ ସନସ୍କ୍ରିନ ଲୋସନ ଲାଭଦାୟକ ହୋଇଥାଏ। ଏହି ବ୍ୟକ୍ତିମାନେ ସୁଇମିଂ ପୁଲ୍ ରୁ ବାହାରିବା ପରେ ଓନସ୍କ୍ରିନ ଲୋସନ ଲଗାଇବା ଉଚିତ। ଏବଂ ସୁଇମିଂ କରିବାର ପାଖାପାଖି ୩୦ ମିନିଟ ପୂର୍ବରୁ ସନସ୍କ୍ରିନ ଲୋସନ ଲଗାଇବା ଉଚିତ। କାରଣ ଏପରି ବ୍ୟବହାର କରିବା ଦ୍ବାରା ତ୍ବଚା କଳା ହେବାରୁ ରକ୍ଷା କରିଥାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button