ବିଚାର

ସଂଧ୍ୟାରେ ଘରେ ପ୍ରସ୍ତୁତ କରନ୍ତୁ ଟେଷ୍ଟୀ ପିଜ୍ଜା, ମାର୍କେଟକୁ ଆଉ ଯିବାକୁ ପଡିବନି ଆବଶ୍ୟକତା

ପିଜ୍ଜା ଦେଖିବା ମାତ୍ରକେ ହିଁ ପିଲା ଠାରୁ ବଡ ମାନଙ୍କ ପର‌୍ୟ୍ୟନ୍ତ ସମସ୍ତଙ୍କ ପାଟିରେ ପାଣି ଆସିଯାଏ। ଏହା ଖାଇବାକୁ ଏତେ ସ୍ବାଦିଷ୍ଟ ଯେ ଏହାକୁ କହି ନ ଖାଇ ରହିପାରିବେ ନାହିଁ। ମାର୍କେଟରେ ବହୁତ ପ୍ରକାରର ପିଜ୍ଜା ମିଳୁଛି। କିନ୍ତୁ ବାହାରୁ ମିଳୁଥିବା ପିଜ୍ଜା ସ୍ବାସ୍ଥ୍ୟ ପାଇଁ ଠିକ ନୁହେଁ। ଏମିତିରେ ଆପଣ ଘରେ ସହଜରେ ପିଜ୍ଜା ବନାଇ ଖାଇପାରିବେ। ଆଜି ଆମେ ଆପଣଙ୍କୁ ବ୍ରୋକଲୀ ପିଜ୍ଜା ରେସିପି ବିଷୟରେ ଜଣାଇବୁ। ଯାହା ଖାଇବାକୁ ବହୁତ ସ୍ବାଦିଷ୍ଟ। ତେବେ ଆସନ୍ତୁ ଜାଣିବା ଘରେ ପିଜ୍ଜା ବନାଇବାର ପ୍ରସ୍ତୁତି।

ସାମଗ୍ରୀ

ପିଜ୍ଜା ବେସ – ଗୋଟିଏ

ପିଆଜ – ୧

ବ୍ରୋକଲୀ – ୧, ୧/୨ କପ୍( ସିଜା କଟାଯାଇଥିବା)

ଅଲିଭ ଅଏଲ – ୧, ୧/୨ ଟେବୁଲ ଚାମଚ

ଲୁଣ – ଆବଶ୍ୟକ ଅନୁସାରେ

ଚିଜ୍ – ୨ କପ୍

ରସୁଣ ପେଷ୍ଟ – ୧ କୋଲା

ମାରିନାରା ସସ୍ – ୧/୪ କପ୍

ପିଜ୍ଜା ବନାଇବାର ପ୍ରସ୍ତୁତି ପ୍ରଣାଳୀ

-ସର୍ବପ୍ରଥମେ ଓଭନକୁ ୪୦୦ ଡିଗ୍ରୀ ସେଲସିୟସରେ ପ୍ରିହିଟ କରନ୍ତୁ। ଏପଟେ ଆପଣ ପିଆଜକୁ ଗୋଲ ଗୋଲ କରି କାଟି ଦିଅନ୍ତୁ।

-ପାତ୍ରରେ ଦେଢ଼ ଚାମଚ ଅଲିଭ ଅଏଲ ଏବଂ ରସୁଣ ପେଷ୍ଟକୁ ମିଶ୍ରଣ କରନ୍ତୁ।

-ପରେ ଏହି ମିଶ୍ରଣକୁ ପିଜ୍ଜା ବେସ ଉପରେ ଲଗାନ୍ତୁ ଏବଂ ଏହାକୁ ୧୦ ମିନିଟ ପର‌୍ୟ୍ୟନ୍ତ ବେକ୍ କରନ୍ତୁ।

-ଏହାପରେ ପିଜ୍ଜା ବେସ ଉପରେ ଚିଜ୍ ଲଗାନ୍ତୁ। ଏବେ ଏହା ଉପରେ ବ୍ରୋକଲୀ, ଲୁଣ ଏବଂ କଟା ହୋଇଥିବା ପିଆଜ ପକାନ୍ତୁ।

-ଏବେ ପିଜା ବେସକୁ ଓଭନରେ ୧୫ ମିନିଟ୍ ପର‌୍ୟ୍ୟନ୍ତ ବେକ୍ କରି ଦିଅନ୍ତୁ। ଯେତେବେଳେ ଚିଜ ମେଲ୍ଟ ହୋଇଯିବ ତେବେ ତାକୁ ବାହାର କରିଦିଅନ୍ତୁ।

-ଓଭନରୁ ବାହାରକୁ ବାହାର କରିବା ପରେ ଆପଣ ଏହାକୁ ୬ ସ୍ଲାଇସରେ କାଟି ଦିଅନ୍ତୁ। ଆପଣଙ୍କ ପିଜ୍ଜା ପ୍ରସ୍ତୁତ ହୋଇଯାଇଛି।

-ଏବେ ଆପଣ ଏହାକୁ ମାରିନାରା ସସ୍ ସହତି ଗରମ-ଗରମ ସର୍ଭ କରନ୍ତୁ

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button