ବିଚାର

ଗରମରୁ ଆଶ୍ବସ୍ତି ଦେବ କଖାରୁ ମିଲ୍କ ସେକ୍, ଶୀଘ୍ର ପ୍ରସ୍ତୁତ କରି ପରିବାରକୁ ଦିଅନ୍ତୁ ସରପ୍ରାଇଜ୍

କଖାରୁ ଏପରି ଏକ ପରିବା ଯାହା ପ୍ରାୟ ସମସ୍ତଙ୍କ ଘରେ ଉପଲବ୍ଧ ରହିଥାଏ । ଗରମ ଦିନେ ଜଳୀୟ ଅଂଶ ଶରୀର ପାଇଁ ବହୁ ଆବଶ୍ୟକ ହୋଇଥାଏ । ଯାହା ଫଳରେ ଡକ୍ଟର ବିଭିନ୍ନ ଜଳୀୟ ପଦାର୍ଥ ଖାଇବାକୁ ପରାମର୍ଶ ଦେଇଥାନ୍ତି । ସେସବୁ ଭିତରୁ କଖାରୁ ଅନ୍ୟତ୍ତମ । କାରଣ କଖାରୁରେ ଜଳୀୟ ମାତ୍ରା ଅଧିକ ରହିଥାଏ । ଆଜି ଆମେ ଆପଣଙ୍କ ସହିତ କଖାରୁରୁ ପ୍ରସ୍ତୁତ ଏକ ରେସିପି ସେୟାର କରିବାକୁ ଯାଉଛୁ । ଯାହାକୁ ଆପଣଙ୍କ ନିଜ ଘରେ ପ୍ରସ୍ତୁତ କରନ୍ତୁ । ଏହା ଆପଣଙ୍କ ଫ୍ୟାମିଲିକୁ ନିହାତୀ ଭାବେ ପସନ୍ଦ ଆସିବ।

shekକଖାରୁ ସେକ୍ ସାମଗ୍ରୀ:

-ଗୋଟେ କଖାରୁ
-୨୫୦ମି.ଲି କ୍ଷୀର
-ଗୁଜୁରାତି ପାଉଡର
-୪ ଚାମଚ ଚିନି
-୪ ରୁ ୫ କାଜୁ
-୪ ରୁ ୫ ପିସ୍ତା

ପ୍ରସ୍ତୁତି ପ୍ରଣାଳୀ:

milkସର୍ବ ପ୍ରଥମେ କଖାରୁକୁ ଚୋପା ଛଡାଇ କାଟି ଦିଅନ୍ତୁ । କାଜୁ ଏବଂ ପିସ୍ତାକୁ ମଧ୍ୟ ଛୋଟ ଛୋଟ ଖଣ୍ଡ କରି ରଖିଦିଅନ୍ତୁ । ଏବେ କଖାରୁ ଖଣ୍ଡ, କ୍ଷୀର, ଗୁଜୁରାତି ପାଉଡର ଏବଂ ଚିନିକୁ ମିକ୍ସଚରରେ ପକାଇ ଭଲ ଭାବେ ଫେଣ୍ଟି ଦିଅନ୍ତୁ । ଏବେ ଆପଣଙ୍କ ୟମି କଖାରୁ ସେକ୍ ପ୍ରସ୍ତୁତ। ଏଥିରେ କାଜୁ ଓ ପିସ୍ତା ଗାର୍ନିସ୍ କରି ସର୍ବ କରନ୍ତୁ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button