କରମଙ୍ଗା ଗଛ ଛାଲର ଅନେକ ଫାଇଦା, ହୃଦରୋଗରୁ ବଞ୍ଚାଇବା ସହ ଯୋଡିବ ଭାଙ୍ଗିଥିବା ହାଡ

ଭାରତର ଜଙ୍ଗଲରେ ଏପରି ଅନେକ ଗଛ ରହିଛି ଯାହା ଔଷଧିୟ ଗୁଣରେ ଭରପୁର ରହିଥାଏ। ଏଥିମଧ୍ୟରୁ ଗୋଟିଏ ଗଛ ହେଉଛି କରମଙ୍ଗା । କରମଙ୍ଗା ଗଛର ଛାଲ ବିଷୟରେ ଜାଣି ଆପଣ ନିଶ୍ଚିତ ଆଶ୍ଚର୍ୟ୍ୟ ହେବେ। କରମଙ୍ଗା ଫଳ ଖାଇବାକୁ ସ୍ବାଦିଷ୍ଟ ରହିଥିବା ବେଳେ ଏହି ଗଛର ଛାଲର ବହୁତ ଫାଇଦା ରହିଥାଏ। ଏପରିକି ଭାଙ୍ଗିଥିବା ହାଡକୁ ଯୋଡିବାର କ୍ଷମତା ରହିଥାଏ କରମଙ୍ଗା ଗଛର ଛାଲରେ। ତେବେ ଆସନ୍ତୁ ଜାଣିବା କରମଙ୍ଗା ଗଛର ଛାଲ ଏବଂ ଏନେଇ ବିଭିନ୍ନ ଉପକାରିତା ବିଷୟରେ।

କରମଙ୍ଗା ଗଛ ଛାଲର ପାଉଡର ଅନେକ ରୋଗରୁ ରକ୍ଷା କରିଥାଏ। ଏପରିକି ଏନେଇ ବିଭିନ୍ନ ଅଜଣା ରୋଗରୁ ମଧ୍ୟ ରକ୍ଷା ମିଳିଥାଏ। ହୃଦରୋଗୀଙ୍କ ପାଇଁ ଏହା ବହୁତ ଆରାମଦାୟକ। ଏହାର ବ୍ୟବହାର ଉଚ୍ଚ ରକ୍ତଚାପ, କୋଲେଷ୍ଟ୍ରୋଲ୍ ଜନିତ ହୃଦଘାତ ଏବଂ ଓଜନ ବୃଦ୍ଧି ସମସ୍ୟାରୁ ମୁକ୍ତି ଦେଇଥାଏ।
-ହୃଦରୋଗ ପାଇଁ କରମଙ୍ଗା ଗଛର ଛାଲକୁ ଚୁର୍ଣ୍ଣ ବନାଇକରି କପଡାରେ ଛାଣି ନିଅନ୍ତୁ , ୩-୩ ଗ୍ରାମ ଅଧାରୁ ଛୋଟ ଚାମଚ ପାଣିର ସହ ସକାଳୁ ଓ ସଂନ୍ଧ୍ୟା ସମୟରେ ଏହାକୁ ସେବନ କରନ୍ତୁ। ଦେଖିବେ ଏନେଇ ସମସ୍ୟାର କିଛିଟା ସମାଧାନ ମିଳିବ।

-ଏହା ଛଡା ଭାଙ୍ଗିଯାଇଥିବା ହାଡକୁ ଯୋଡିବାରେ ଏହା ବହୁତ ଫାଇଦା ଦାୟକ ହୋଇଥାଏ। ଏଥିପାଇଁ କରମଙ୍ଗା ଗଛର ଛାଲକୁ କ୍ଷୀରର ସହ ସେବନ କରନ୍ତୁ। ଏହା ଦ୍ବାରା ହାଡ ଗୁଡିକ ଯୋଡି ହୋଇଯାଇଥାଏ। ଏହା ବ୍ୟତୀତ କରମଙ୍ଗା ଗଛର ଛାଲକୁ ଘିଅରେ ପେଷିକରି ହାଡରେ ପଟି ବାନ୍ଧି ଲଗାଇବା ଦ୍ବାରା ଭାଙ୍ଗିଥିବା ହାଡ ଶୀଘ୍ର ଯୋଡି ହୋଇଥାଏ।
-ଥଣ୍ଡା ଏବଂ କାଶ ପାଇଁ କରମଙ୍ଗା ଗଛର ଛାଲ ଖୁବ ଉପକାରୀ । କରମଙ୍ଗା ଛାଲର ଏକ ଚୁର୍ଣ୍ଣ ପ୍ରସ୍ତୁତି କରି ତାହାକୁ ୩ ଗ୍ରାମ, ଛୋଟ ଅଧା ଚାମଚ ମହୁ ସହ ମିଶାଇ ସେବନ କଲେ କାଶରୁ ରକ୍ଷା ମିଳିଥାଏ ।



