ନୀତି

ସୋମବାର ଦିନ କେଉଁ ପୂଜା ବିଦ୍ଧି ଏବଂ ମନ୍ତ୍ରରେ ପ୍ରସନ୍ନ ହୋଇଥାନ୍ତି ମହାଦେବ ଜାଣନ୍ତୁ ?

ସନାତନ ପରମ୍ପରାରେ ଶିବଙ୍କର ପୂଜାର ବହୁତ ମହତ୍ତ୍ବ ରହିଛି। ଭଗବାନ ଶିବ କଲ୍ୟାଣ ଦେବତା ଅଟନ୍ତି। ଶାସ୍ତ୍ରରେ କୁହାଯାଇଛି ଯେ ‘ଶିବ : ଅଭିଷେକ ପ୍ରିୟ’। ଅର୍ଥାତ୍ କଲ୍ୟାଣକାରୀ ଶିବଙ୍କୁ ଅଭିଷେକ ବହୁତ ପ୍ରିୟ। ସମସ୍ତ ମନଷ୍କାମନାକୁ ପୂର୍ଣ୍ଣ କରିବା ପାଇଁ ଶକ୍ତି ଶିବଲିଙ୍ଗରେ ଅଭିଷେକ ସମାହିତ ଅଟେ। ଭଗବାନ ଶିବ ସମସ୍ତ ଦୁଃଖକୁ ଦୂର କରିଦିଅନ୍ତି।

ଶିବଙ୍କର ଏହି ପୂଜାରେ ମିଳିଥାଏ ଫଳ

ଶିବଲିଙ୍ଗଙ୍କର ପୂଜା-ଅଭିଷେକ କରିବା ଦ୍ବାରା ମଧ୍ୟ ସମସ୍ତ ଦେବି-ଦେବତାଙ୍କ ଅଭିଷେକ ଫଳ ସେହି ସମୟରେ ହିଁ ପ୍ରାପ୍ତ ହୋଇଯାଇଥାଏ। ଶ୍ରୀ ଲିଙ୍ଗ ପୁରାଣ ଅନୁସାରେ ଶିବଲିଙ୍ଗ ମୂଳରେ ବ୍ରହ୍ମା, ମଧ୍ୟରେ ତିନି ଲୋକ ଇଶ୍ବର ଶ୍ରୀ ବିଷ୍ଣୁ ତଥା ଉପର ଭାଗରେ ପ୍ରଣବ ସଜ୍ଞକ ମହାଦେବ ରୂଦ୍ର ସଦାଶିବ ବିରାଜମାନ ରହିଥାନ୍ତି। ଲିଙ୍ଗଙ୍କର ଦେବୀ ମହାଦେବୀ ଅମ୍ବିକା ଅଟନ୍ତି। ସେମାନେ ( ସତ, ରଜ, ତମ ) ତିନି ଗୁଣରେ ତଥା ତ୍ରିଦେବ ଯୁକ୍ତ ରହିଥାନ୍ତି।

ମନସ୍କାମନା ଅନୁସାରେ ବାଛନ୍ତୁ ଶିବଲିଙ୍ଗ

ଶିବଲିଙ୍ଗର ଅଭିଷେକ କରିବା ଦ୍ବାରା ବ୍ୟକ୍ତିଙ୍କର ଗ୍ରହ-ଗୋଚର ଅନୁକୂଳ ହେବାକୁ ଲାଗିଥାଏ। ଘରୁ ନକରାତ୍ମକ ଶକ୍ତି ସବୁଦିନ ପାଇଁ ଦୂର ହୋଇଥାଏ। ଲିଙ୍ଗ ମହାପୁରାଣ ଅନୁସାରେ ରତ୍ନ ଦ୍ବାରା ନିର୍ମିତ ଲିଙ୍ଗର ପୂଜା ଲକ୍ଷ୍ମୀଙ୍କର କ୍ରୁପା ଦେଇଥାଏ। ସେହିଭଳି ପାଷାଣ ନିର୍ମିତ ଲିଙ୍ଗ ସମସ୍ତ ସିଦ୍ଧି ଦେଇଥାଏ। ଧାତୁ ନିର୍ମିତ ଲିଙ୍ଗ ଧନ-ସମ୍ପତି ଦେଉଥିବା ତଥା କାଠ ନିର୍ମିତ ଶିବଲିଙ୍ଗ ଭୋଗ-ସିଦ୍ଧି ପ୍ରଦାନ କରିଥାଏ। ଏହିପରି ଭାବେ ଶୁଦ୍ଧ ମାଟିରେ ନିର୍ମିତ ହୋଇଥିବା (ପାର୍ଥିବ) ଶିବଲିଙ୍ଗ ସମସ୍ତ ସିଦ୍ଧି ପ୍ରାପ୍ତି କରାଯାଉଥିବା କୁହାଯାଏ।

ଚମତ୍କାରୀ ଅଟେ ପାରଦ ଶିବଲିଙ୍ଗ

ଭଗବାନ ଶିବଙ୍କୁ ପାରା ବହୁତ ପ୍ରିୟ ଅଟନ୍ତି। ପାରଦ ଶିବଲିଙ୍ଗ ପୂଜାକୁ ଶାସ୍ତ୍ରରେ ଅତ୍ୟଧିକ ଫଳ ଦେବା କୁହାଯାଏ। ପାରଦ ଶିବଲିଙ୍ଗ ସମସ୍ତ ପ୍ରକାର ଦୈହିକ, ଦୈବିକ ଏବଂ ଭୌତିକ ଦୁଃଖକୁ ଦୂର କରିଥାଏ। ପାରଦ ଶମ୍ଭବୀଜ ଅଟେ ଅର୍ଥାତ ପାରଦ ଉତ୍ପତି ମହାଦେବ ଶରୀରରୁ ଉତ୍ପନ୍ନ ପଦାର୍ଥ ଶୁକ୍ର କୁ କୁହାଯାଏ। ଏଥିପାଇଁ ଶାସ୍ତ୍ରରେ ପାରଦକୁ ସାକ୍ଷାତ ଶିବଙ୍କ ରୂପ ବୋଲି କୁହାଯାଏ ଏବଂ ପାରଦ ଲିଙ୍ଗ ର ସବୁଠାରୁ ବଡ ମହତ୍ତ୍ବ କୁହାଯାଇ ତାହାକୁ ଦିବ୍ୟ ବୋଲି କୁହାଯାଇଛି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button