ବ୍ୟବସାୟ

ବ୍ୟବସାୟ ସହ ସ୍ବାସ୍ଥ୍ୟରେ ଉନ୍ନତି କରିବାକୁ ଚାହୁଁଥିଲେ ଆପଣାନ୍ତୁ ଏହି ଉପାୟ

ନାଲି ଲଙ୍କା ଖାଦ୍ୟକୁ ସ୍ବାଦିଷ୍ଟ କରିବା ସହ ନଜର ଦୋଷ ଛଡାଇବାରେ ମଧ୍ୟ ସାହାଯ୍ୟ କରିଥାଏ। ବାସ୍ତୁଶାସ୍ତ୍ରରେ ମଧ୍ୟ ଏହାର ଅନେକ ମହତ ଗୁଣ ରହିଛି। ନାଲି ଲଙ୍କାରେ କିଛି କିଛି ଉପାୟ ଆପଣାଇ ମଧ୍ୟ ଆପଣ ନିଜର ଭାଗ୍ୟକୁ ବଦଳାଇ ପାରିବେ। ଯଦି ଆପଣଙ୍କ ଘରେ ସର୍ବଦା ଖରାପ ନଜର ବା ଧନର ଅଭାବ ଲାଗି ରହିଥାଏ ତେବେ ଆଜି ଆମେ ଆପଣଙ୍କୁ ନାଲି ଲଙ୍କା ସହ ଜଡିତ ଏପରି କିଛି ଉପାୟ ସମ୍ପର୍କରେ କହିବାକୁ ଯାଉଛୁ, ଯାହା ଆପଣଙ୍କ ଭାଗ୍ୟ ପରିବର୍ତ୍ତନ କରିବାରେ ସାହାଯ୍ୟ କରିଥାଏ।

chilli-cultivationଆପଣଙ୍କ ବ୍ୟବସାୟରେ ଯଦି କୌଣସି କାରଣରୁ ବାଧା ଆସିଥାଏ ତେବେ ନାଲି ଲଙ୍କା ଆପଣଙ୍କର ହୋଇ ପାରୁ ନଥିବା କାମ କରିବାରେ ସାହାଯ୍ୟ କରିଥାଏ। ୨୧ଟି ନାଲି ଲଙ୍କାକୁ ନେଇ ଏକ ପାଣି ଭର୍ତ୍ତି ହୋଇଥିବା ଜଗ୍ ରେ ପକାଇ ଏହାକୁ ୭ ଥର ନିଜ ଚାରିପଟେ ବୁଲାଇବା ପରେ ରାସ୍ତାକୁ ଫୋପାଡି ଦିଅନ୍ତୁ। ଏହା ବ୍ୟତୀତ ଯଦି ଆପଣଙ୍କ ଗରେ ସର୍ବଦା ଦନର ଅଭାବ ଲାଗି ରହିଥାଏ ତେବେ ଏକ ରୁମାଲ ୭ଟି ନାଲି ଲଙ୍କାକୁ ବାନ୍ଧି ପଇସା ଥିବା ଯାଗାରେ ରଖି ଦିଅନ୍ତୁ। ଏପରି କରିବା ଦ୍ବାରା ଘରେ ଶାନ୍ତି ଦେଖା ଯିବା ସହ ଧନର ଅଭାବ ଦୂର ହୋଇଥାଏ।

red chilliଏହା ବ୍ୟତୀତ ଯଦି ଆପଣଙ୍କ ଘରେ କୌଣସି ବ୍ୟକ୍ତି ରୋଗରେ ପୀଡିତ ଅଛନ୍ତି ଏବଂ ତାଙ୍କ ଚିକିତ୍ସାରେ ଅନେକ ଟଙ୍କା ଖର୍ଚ୍ଚ ହୋଇଥିଲେ ମଧ୍ୟ ରୋଗ ଭଲ ହୋଇନଥାଏ ତେବେ ଏହି ସମୟରେ ଏକ କପଡ଼ାରେ ୫ଟି ଶୁଖିଲା ଲଙ୍କା ବାନ୍ଧି ସେହି ବ୍ୟକ୍ତିଙ୍କ ଶୋଇବା ଶେଯ ତଳେ ରକିବା ଦ୍ବାରା କୌଣସି ଖରାପ ପ୍ରଭାବ ପଡ଼ିନଥାଏ। କେବଳ ଏତିକି ନୁହେଁ ନାଲି ଲଙ୍କା ନିଦରେ ଆସୁଥିବା ଖରାପ ସ୍ବପ୍ନକୁ ମଧ୍ୟ ଦୂର କରିଥାଏ। ସେହିପରି ପରିବାରର କୌଣସି ସଦସ୍ୟଙ୍କ ଉପରେ ଯଦି ନଜର ଲାଗିଥାଏ ତେବେ କିଛି ନାଲି ଲଙ୍କା ନେଇ ୨ ରୁ ୩ ଥର ତାଙ୍କ ଚାରିପଟେ ବୁଲାଇ ନିଆଁରେ ପକାଇ ଦିଅନ୍ତୁ । ଏପରି କରିବା ଦ୍ବାରା ନଜର ଦୋଷ ଛାଡିଯିବା ସହ ଆରାମ ମଧ୍ୟ ଲାଗିଥାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button