ମନୋରଞ୍ଜନ

Bollywood ଅଭିନେତ୍ରୀ Sridevi ଙ୍କ ଦୁଇ ଝିଅ ସୁନ୍ଦରତାରେ କେହି କାହାକୁ ନୁହଁନ୍ତି କମ, ବଡ ଝିଅଙ୍କ ଆଗରେ ତ Bollywood ହିରୋଇନ ବି ଫେଲ ମାରିବେ

ବନ୍ଧୁଗଣ ବଲିଉଡ ଜଗତର ଅଭିନେତ୍ରୀ ଶ୍ରୀ ଦେବୀ ଙ୍କୁ କିଏ ନ ଜାଣେ। ଶ୍ରୀ ଦେବୀ ହିନ୍ଦୀ ଫିଲ୍ମ ଛଡା ତାମିଲ, ତେଲୁଗୁ ଆଦି ରେ ମଧ୍ୟ ନିଜ ଅଭିନୟ ର ଯାଦୁ ଦେଖେଇଛନ୍ତି। ଶ୍ରୀ ଦେବୀ ବାଲ୍ୟ କଳାକାର ଭାବେ ମଧ୍ୟ ଅଭିନୟ କରିଛନ୍ତି। ସେ ନିଜର ଚୁଲବୁଲି ଅନ୍ଦାଜ ଓ ଅଲଗା ଅଭିନୟ ସମସ୍ତ ଙ୍କ ହୃଦୟ କୁ କିଣି ପାରିଥିଲେ। ସେ ଅଭିନୟ ଛଡା ବହୁତ ଭଲ ନୃତ୍ୟ ମଧ୍ୟ କରନ୍ତି। ସେ ‘ହିମତ ଵାଲା’ , ‘ ତୋଫା’, ‘ମିଷ୍ଟର ଇଣ୍ଡିଆ’ ଆଦି ଅନେକ ଫିଲ୍ମରେ ଅଭିନୟ କରିଛନ୍ତି। ସେ ୧୯୮୩ ରେ ‘ସଦମା’ ଫିଲ୍ମ ରେ କମଲ ହାସନ ଙ୍କ ବିପକ୍ଷରେ ଅଭିନୟ କରି ଥିଲେ। ଏହି ଫିଲ୍ମ ରେ ସେ ଅତି ଚମତ୍କାର ଅଭିନୟ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲେ। ଏବଂ ଏହି ଫିଲ୍ମ ପାଇଁ ତାଙ୍କୁ ପ୍ରଥମ ଥର ଫିଲ୍ମ ଫେୟାର ପୁରସ୍କାର ପ୍ରଦାନ କରାଯାଇଥିଲା।

୧୯୮୬ ରେ ‘ନଗିନା’ ଫିଲ୍ମ ରେ ଶ୍ରୀଦେବୀ ଏକ ଇଚ୍ଛା ଧାରୀ ନାଗୁଣି ର ଚରିତ୍ର ରେ ଅଭିନୟ କରିଥିଲେ। ଏହି ଫିଲ୍ମ ସେ ବର୍ଷ ର ଦ୍ୱିତୀୟ ସୁପରହିଟ ଫିଲ୍ମ ଥିଲା।ଏବଂ ଏହି ଫିଲ୍ମର ଗୀତ ଗୁଡିକ ମଧ୍ୟ ବହୁତ ଲୋକପ୍ରିୟ ହୋଇଥିଲା। ଶ୍ରୀଦେବୀ ୧୯୮୭ ରେ ଆସିଥିବା ଫିଲ୍ମ ‘ମିଷ୍ଟର ଇଣ୍ଡିଆ’ ରେ ଶ୍ରୀ ଦେବୀଙ୍କୁ ଏକ ନୂଆ ପରିଚୟ ମିଳିଥିଲା। ଏହି ଫିଲ୍ମ ର ଏକ ଗୀତ ହଵା ହବାଇ ତାଙ୍କୁ ଏକ ନୂତନ ନାମ ମଧ୍ୟ ମିଳିଥିଲା। ସମସ୍ତେ ତାଙ୍କୁ ହଵା ହଵାଈ କହିବାକୁ ଲାଗିଲେ।

ଶ୍ରୀଦେବୀ ନିଜର ବିପକ୍ଷରେ ଅଭିନୟ କରୁଥିବା ପ୍ରାୟ ଅଭିନେତା ଙ୍କ ସହ ତାଙ୍କ ଯୋଡି ବହୁତ ସୁନ୍ଦର ଲାଗେ।ଶ୍ରୀଦେବୀ ନିଜ ପିଢ଼ି ର ସବୁଠୁ ସୁନ୍ଦରୀ ଓ ବହୁତ ଗୁଣୀ ଅଭିନେତ୍ରୀ ଥିଲେ। ସେ ନିଜର ସବୁ ଫିଲ୍ମରେ ସବୁବେଳେ ଅଲଗା ଅଲଗା ଚରିତ୍ର ଓ ଅଲଗା ଅନ୍ଦାଜ ର ଅଭିନୟ ରେ ସେ ଲୋକପ୍ରିୟ ହୋଇ ପାରିଥିଲେ। ତାଙ୍କର ସୁନ୍ଦର ଚେହେରା ଓ ରୂପରେ ସେ ସମସ୍ତଙ୍କୁ ନିଜ ପ୍ରତି ଆକର୍ଷିତ ମଧ୍ୟ କରିପାରନ୍ତି।
ବର୍ତ୍ତମାନ ଶ୍ରୀଦେବୀ ଆମ ଗହଣରେ ନାହାନ୍ତି। କିନ୍ତୁ ଆମ ମାନଙ୍କ ହୃଦୟରେ ସବୁବେଳେ ଅଛନ୍ତି।ତେବେ ଆସନ୍ତୁ ଜାଣିନେବା ତାଙ୍କ ଦୁଇ ସୁନ୍ଦରୀ ଝିଅ ମାନଙ୍କ ବିଷୟରେ।

ଶ୍ରୀଦେବୀ ଙ୍କ ବଡ଼ ଝିଅ ର ନାମ ହେଉଛି ଜାହ୍ନବୀ କପୂର। ଜାହ୍ନବୀ ବର୍ତ୍ତମାନର ସବୁଠୁ ସୁନ୍ଦରୀ ଅଭିନେତ୍ରୀ। ସେ ନିଜର ମାଆଙ୍କ ଭଳି ଖୁବ ସୁନ୍ଦର ଓ ଚୁଲବୁଲି। ସେ ୨୦୧୮ ରେ ‘ଧଡକ’ ଫ୍ଲିମରୁ ନିଜର ଅଭିନୟ ଆରମ୍ଭ କରିଛନ୍ତି। ଏହି ଫିଲ୍ମରେ ସେ ନିଜର ସୁନ୍ଦର ଅଭିନୟ ରେ ସମସ୍ତଙ୍କୁ ଆକର୍ଷଣ କରିପାରିଛନ୍ତି। ଜାହ୍ନବୀ ୧୯୯୭ ମାର୍ଚ୍ଚ ୬ ରେ ବମ୍ବେ ରେ ଜନ୍ମ ଗ୍ରହଣ କରିଥିଲେ।

ଶ୍ରୀଦେବୀ ଙ୍କ ସାନ ଝିଅ ଙ୍କ ନାମ ହେଉଛି ଖୁସି କପୂର। ଖୁସି ଙ୍କ ଜନ୍ମ ନଭେମ୍ବର ୫ ୨୦୦୦ ରେ ବମ୍ବେ ରେ ହୋଇଥିଲା। ଖୁସି ଏବେ ଧିରୁ ଭାଇ ଅମ୍ବାନୀ ବିଦ୍ୟାଳୟ ରେ ପଢୁଛନ୍ତି। ଖୁସି ଙ୍କୁ ମଡେଲିଙ୍ଗ ଓ ଅଭିନୟ ରେ ବହୁତ ରୁଚି ରହିଛି। ସେ ମଧ୍ୟ ବଲିଉଡ ରେ ନିଜର ଅଭିନୟ ଜୀଵନ ଆରମ୍ଭ କରିବାକୁ ଚାହାନ୍ତି।ସେ ମଧ୍ୟ ନିଜ ମାଆ ଓ ନିଜ ବଡ଼ ଭଉଣୀ ଭଳି ବହୁତ ସୁନ୍ଦରୀ । ସେ ମିଡ଼ିଆ ରେ ସବୁବେଳେ ଚର୍ଚ୍ଚା ରେ ରହିଥାନ୍ତି। ଖୁସିଙ୍କୁ ନୃତ୍ୟ କରିବା ବହୁତ ପସନ୍ଦ।

ବଲିଉଡ ର ଅଭିନେତା ଅର୍ଜୁନ କପୂର ଖୁସି ଓ ଜାହ୍ନବୀ ଙ୍କ ସାବତ ଭାଇ । ଏବଂ ବଲିଉଡ ର ଲୋକପ୍ରିୟ ଅଭିନେତା ଅନିଲ କପୂର ଓ ସଞ୍ଜୟ କପୂର ଏହି ଦୁଇ ଭଉଣୀ ଙ୍କ ର ଦାଦା ହେବେ। ଏବଂ ଶ୍ରୀଦେବୀ ଙ୍କ ସ୍ୱାମୀ ଓ ଜାହ୍ନବୀ ଓ ଖୁସି ଙ୍କ ବାପା ହେଉଛନ୍ତି ବଲିଉଡ ର ସିନେମା ନିର୍ଦ୍ଦେଶକ ଓ ପ୍ରଯୋଜକ ବୋନି କପୂର ଙ୍କୁ ବିବାହ କରିଛନ୍ତି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button