ମଧୁମେହ ଏବଂ ସୁଗାରକୁ ନିୟନ୍ତ୍ରଣ କରିବାକୁ ଚାହୁଛନ୍ତି, ପ୍ରତିଦିନ ଖାଆନ୍ତୁ ବୁଟ

ବର୍ତ୍ତମାନର ପରିବର୍ତ୍ତିତ ଜୀବନଶୈଳୀ ଅନେକ ରୋଗର କାରଣ ପାଲଟିଥାଏ। ଏହିସବୁ ରୋଗ ମଧ୍ୟରେ ମଧୁମେହ ଅନ୍ୟତମ। ଭାରତରେ ମଧୁମେହ ରୋଗରେ ୬ କୋଟି ୨୦ ଲକ୍ଷରୁ ଅଧିକ ଲୋକ ପୀଡିତ। ମଧୁମେହ ରୋଗୀ ନିଜର ସୁଗାର କଣ୍ଟ୍ରୋଲ କରିବା ନିତାନ୍ତ ଆବଶ୍ୟକ। କେବଳ ମେଡିସିନ ଖାଇବା ନୁହେଁ ବରଂ ଯୋଗ ଏବଂ ଖାଦ୍ୟପେୟକୁ ଠିକ୍ କରିବା ମଧ୍ୟ ଜରୁରୀ। ଏମିତିରେ ଆପଣ ସକାଳ ଜଳଖିଆରେ ବୁଟକୁ ଖାଇବା ଦ୍ୱାରା ସୁଗାର କଣ୍ଟ୍ରୋଲ କରିପାରିବେ। ଆସନ୍ତୁ ଜାଣିବା ବୁଟ ସ୍ୱାସ୍ଥ୍ୟ ପାଇଁ ଆଉ କ’ଣ ଲାଭ ଦେଇଥାଏ।…

ସକାଳ ଜଳଖିଆରେ ନିଶ୍ଚିତ ଭାବେ ବୁଟ ଖାଇବା ଉଚିତ। ଏହା ଆପଣଙ୍କ ସୁଗାରକୁ ନିୟନ୍ତ୍ରଣ କରିବା ସହ ଟାଇପ-୨ ଡାଇବେଟିଜର ହୋବର ଆଶଙ୍କା କମ୍ ରହିଥାଏ। ଏହାସହିତ କ୍ୟାନସର, ପେଟ ସମ୍ବନ୍ଧୀୟ ରୋଗ ଏବଂ ଅନ୍ୟ ସମସ୍ୟାରୁ ମୁକ୍ତି ଦେଇଥାଏ।
ଗୋଟେ କପ୍ ବୁଟରେ ୧୩ ଗ୍ରାମ ଫାଇବର, ପ୍ରଚୁର ମାତ୍ରାରେ ପୋଷକ ତତ୍ତ୍ବ ରହିଥାଏ। ଏହାକୁ ଖାଇବା ଯୋଗୁଁ ରକ୍ତରେ ସୁଗାର ମାତ୍ରା ଧୀରେ ଧୀରେ ମିଶିଥାଏ।

ରାତିରେ ବୁଟକୁ ବତୁରାଇ ଦିଅନ୍ତୁ। ସକାଳୁ ଏହାକୁ ଛାଣି ମହୁ ସହିତ ଖାଆନ୍ତୁ। ଏହାଛଡା ଆପଣ ସାଲାଡ ମଧ୍ୟ ପ୍ରସ୍ତୁତ କରି ଖାଇପାରିବେ।
ଏଥିରେ ଭରପୂର ମାତ୍ରାରେ ଫାଇବର ରହିଥାଏ। ଏହା ଶରୀରର ଇନସୁଲିନ ମାତ୍ରାକୁ କଣ୍ଟ୍ରୋଲ କରିଥାଏ। ଏହାସହିତ ଗୋଲମରିଚ ସହିତ ଡାଳଚିନି ପାଉଡର ମିଶାଇ ବୁଟ ସହିତ ଖାଇବା ମଧୁମେହ ରୋଗୀଙ୍କ ପାଇଁ ଫାଇଦାଯୁକ୍ତ ହୋଇଥାଏ।
