ଦେଶ ବିଦେଶ

ଅସଲି ଛତୁକୁ କିପରି କରିବେ ଚିହ୍ନଟ ?

ଛତୁକୁ ଶାକାହାରୀର ‘ଚିକେନ’ କହିବା ଭୁଲ ହେବ ନାହିଁ। ଏହାର ସ୍ବାଦ ଏକଦମ୍ ଭିନ୍ନ ଅଟେ। ଅବଶ୍ୟ ଛତୁକୁ ସାଲାଡ୍, ଆଚାର ଏବଂ ଆହୁରି ଅନେକ ଉପାୟରେ ଖିଆଯାଇଥାଏ। ଏହା ପୌଷ୍ଟିକ ତତ୍ତ୍ବରେ ଭରପୂର ହୋଇଥାଏ। କିନ୍ତୁ ଆପଣଙ୍କୁ ଠିକ ଛତୁକୁ ଚିହ୍ନବା ବହୁତ ଆବଶ୍ୟକ ହୋଇଥାଏ। ନଚେତ ଏହି ସ୍ବାସ୍ଥ୍ୟକର ପରିବା ଆପଣଙ୍କ ପାଇଁ ବିଷ ପ୍ରମାଣିତ ହୋଇପାରେ। ଆସନ୍ତୁ ଜାଣିବା ବଜାରରେ ଛତୁ କିଣିବା ସମୟରେ କେଉଁ କଥା ଉପରେ ଧ୍ୟାନ ରଖି ବାକୁ ହେବ।

-ଛତୁ କିଣିବା ପୂର୍ବରୁ ଏହି ଉପରେ ନିଶ୍ଚୟ ଧ୍ୟାନ ରଖନ୍ତୁ ଯେ ଏହାର ଉପରି ଭାଗ ଗୋଲିଆ ହୋଇଥିବ। ଧଳା ଏବଂ ବିନା ଦାଗ ବିଶିଷ୍ଟ ଛତୁ ହିଁ କିଣନ୍ତୁ। ଫ୍ରେସ୍ ଛତୁ ବହୁତ ମୁଲାୟାମ ଏବଂ ଦେଖିବାରେ ସଫା ଲାଗିବା ଉଚିତ।

-ଛତୁ ଭଳି ଦେଖିବାକୁ ଅନ୍ୟ ଫଳ ମଧ୍ୟ ରହିଛି। ଓଦାଳିଆ ଏବଂ ସନ୍ତସନ୍ତିଆ ଯାଗାରେ ବର୍ଷା ଋତୁରେ ଏହା କେଉଁଠି ବି ସହଜରେ ଉଠିଥାଏ। କିନ୍ତୁ ଧ୍ୟାନ ରଖନ୍ତୁ ଯେଉଁ ଛତୁର ଉପରି ଭାଗ ଚେପଟା ହୋଇଥାଏ ସେହି ଛତୁ ବିଷ ହୋଇଥାଏ ଏବଂ ଏହାକୁ ଖାଇବା ଦ୍ବାରା ମଧ୍ୟ ସ୍ବାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇଥାଏ।

-ଛତୁ କିଣିବା ସମୟରେ ଧ୍ୟାନ ରଖନ୍ତୁ ଯେପରି ଏହାର ଉପରି ଭାଗ ଷ୍ଟିମରେ ରିଂ ଭଳି ଆକାର ହୋଇଥିବ। ଏହି ଛତୁ ଦେଖିବା ପାଇଁ ବହୁତ ଚମକପୂର୍ଣ୍ଣ ହୋଇଥାଏ। ଏହାକୁ ବିଷ ବୋଲି ଧରାଯାଏ। ଗୋଟିଏ ଦିନ ପରେ ଏହି ଛତୁର ରଙ୍ଗ ବଦଳି କଳା ରଙ୍ଗ ହୋଇଯାଇଥାଏ।

-ଏକଦମ ଫ୍ରେସ ଛତୁ ହିଁ କିଣନ୍ତୁ। ମଉଳି ଯାଇଥିବା ଛତୁ କିଣିବା ଠାରୁ ଦୂରେଇ ରୁହନ୍ତୁ। ଯଦି ଛତୁରେ କଳା ଚିହ୍ନ କିମ୍ବା କିଟାଣୁ ଭଳି କିଛି ଜିନିଷ ଲାଗିଥାଏ ତେବେ ବୁଝିନିଅନ୍ତୁ ଯେ ଏହି ଛତୁ ପଚିବା ଆରମ୍ଭ ହୋଇଗଲାଣି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button