ଆପଣ ବିଭିନ୍ନ ପ୍ରକାରର ବିରିୟାନୀ ଖାଇଥିବେ କିନ୍ତୁ କେବେ ରୋହୀ ମାଛ ବିରିୟାନୀ ବିଷୟରେ ଶୁଣିଛନ୍ତି। ସବୁ ପ୍ରକାର ବିରିୟାନୀର ଟେଷ୍ଟ ମଧ୍ୟ ଅଲଗା ଅଲଗା ହୋଇଥାଏ। ସେହିପରି ରୋହୀ ମାଛ ବିରିୟାନୀ ଖୁବ ସ୍ବାଦିଷ୍ଟ ଏବଂ ଏହାର ପ୍ରସ୍ତୁତି ମଧ୍ୟ ଖୁବ ସରଳ। ତେବେ ଆଉ ଡେରି କାହିଁକି ଆଜି ହିଁ ଘରେ ପ୍ରସ୍ତୁତ କରି ନିଅନ୍ତୁ ଏହି ବିରିୟାନୀର ମଜା। ଆବଶ୍ୟକ ସାମଗ୍ରୀ : ରୋହୀ ମାଛ, ବାସୁମତି ଚାଉଳ, ତେଲ, ଅଳେଇଚ, ଲବଙ୍ଗ, ଅନାସୀ ଫୁଲ, ଗୋଲମରିଚ, ତେଜପତ୍ର, ଭଜା ପିଆଜ, ଚାଉଳ ଚୂନା, ଟମାଟୋ, ଲୁଣ, ହଳଦୀ, ଅଦା, ପିଆଜ ରସୁଣ ପେଷ୍ଟ, ପୁଦିନା ପତ୍ର, ଡାଲ୍ଚିନି, ଗୁଜୁରାତି ଏବଂ ଜିରା। fish biriyani ପ୍ରସ୍ତୁତି ପ୍ରଣାଳୀ : -ଆପଣ ରୋଷେଇ ଆରମ୍ଭ କରିବା ପୂର୍ବରୁ ଚାଉଳକୁ ଜଳରେ ଭିଜାଇ ତାକୁ ଏକ ପାତ୍ରକୁ ଛାଣି ରଖିବେ ଏବଂ ମାଛରେ ଲୁଣ ହଳଦୀ ଗୋଳାଇ ରଖିବେ। – ପ୍ରଥମେ ଗ୍ୟାସ୍ରେ କଡ଼େଇ ବସାଇ ସେଥିରେ ଅଳ୍ପ ପାଣି ଦିଅନ୍ତୁ। ପାଣି ଫୁଟି ଆସିଲେ ସେଥିରେ ଅଳ୍ପ ଲୁଣ ପକାଇ ପୂର୍ବରୁ ଲୁଣ ହଳଦୀ ଗୋଳା ହୋଇଥିବା ମାଛଗୁଡ଼ିକୁ ପକାନ୍ତୁ। ଏପରି କରିବା ଦ୍ବାର ସହଜରେ ମାଛରୁ କଣ୍ଟା ବାହାରି ଯିବ। ଏବଂ ଖାଇଲା ବେଳକୁ ତାହା ତଣ୍ଟିରେ ମଧ୍ୟ ଲାଗିବ ନାହିଁ। -ମାଛ ଥଣ୍ଡା ହେଲେ ସେଥିରୁ କଣ୍ଟାଗୁଡ଼ିକୁ ବାହାର କରିଦିଅନ୍ତୁ। ତା ପରେ ଏଥିରେ ଚାଉଳ ଚୂନା ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ। ଏହା ପରେ କଡେଇରେ ତେଲ ପକାଇ କରି ଚୂନା ଗୋଳା ହୋଇଥିବା ମାଛ ଗୁଡ଼ିକୁ ଛୋଟ ଛୋଟ ବଲ୍ ଭଳି କରି ଛାଣନ୍ତୁ। Fish-Biryani -ଏବେ ଆଉ ଏକ କଡେଇ ବସାଇ ସେଥିରେ ତେଲ ଗରମ କରନ୍ତୁ। ଏଥିରେ ଜିରା, ତେଜପତ୍ର, ଡାଲ୍ଚିନି, ଗୁଜୁରାତି, ଅଳେଇଚ, ଅନାସୀ ଫୁଲ, ଲବଙ୍ଗ ଏବଂ ଗୋଲମରିଚ ଇତ୍ୟାଦି ପକାନ୍ତୁ। ତା ପରେ ସେଥିରେ ଟମାଟୋ ପକାଇ ଅଳ୍ପ ଭାଜି ହେଲା ପରେ ଅଦା, ରସୁଣ, ଏବଂ ପିଆଜ ପେଷ୍ଟ ପକାଇ ଭଲରେ କଷନ୍ତୁ। -ମସଲା ଭଲରେ କଷି ହେଲା ପରେ ସେଥିରେ ପୂର୍ବରୁ ଭିଜା ହୋଇଥିବା ଚାଉଳ ଏବଂ ସ୍ୱାଦ ଅନୁସାରେ ଲୁଣ ପକାଇ ଘାଣ୍ଟନ୍ତୁ। ଏହା ପରେ ସେଥିରେ ଆବଶ୍ୟକ ଅନୁସାରେ ପାଣି ଏବଂ ପୁଦିନା ପତ୍ର ପକାଇ ସିଝିବାକୁ ଘୋଡ଼ାଇ ଦିଅନ୍ତୁ। fish 1 -ବିରିୟାନୀରୁ ପାଣି ସୁଖି ଆସିଲେ ଦେଖିବେ ଭାତ ସିଝି ଯାଇଥିବ। ତା ପରେ ଏହା ଉପରେ ଜିରା, ଧନିଆ ଗୁଣ୍ଡ, ପୂର୍ବରୁ ଭଜା ହୋଇଥିବା ପିଆଜ ଏବଂ ଛଣା ହୋଇଥିବା ମାଛ ବଲ୍ ଗୁଡ଼ିକୁ ପକାନ୍ତୁ। ତା’ପରେ ବିରିୟାନୀକୁ ଆଉ କିଛି ସମୟ ପାଇଁ ଘୋଡ଼ାଇ ଦିଅନ୍ତୁ। ଏହାପରେ ଘରଲୋକଙ୍କ ପାଇଁ ପରଷି ସମସ୍ତଙ୍କୁ ଖୁଆନ୍ତୁ।

ସୁନ୍ଦର ଦେଖାଯିବାକୁ କେଉଁ ଝିଅ ନଚାହେଁ । ପ୍ରାୟ ସବୁ ଝିଅ ନିଜର କୌଣସି ସାଙ୍ଗର ଲିପଷ୍ଟିକ୍ କିମ୍ବା ମେକଅପ୍ ଦେଖି ଥରେ ତ ନିଶ୍ଚୟ ଭାବିଥିବେ କେତେ ସୁନ୍ଦର ହୋଇଛି । ଅନ୍ୟପଟେ ଭାବୁଥିବେ ମୋ ପାଖରେ ବି ସମୟ ଥିଲେ ମୁଁ ଏମିତି ମେକଅପ୍ ନିଶ୍ଚୟ ହୋଇଥାନ୍ତି , ଆଉ ସୁନ୍ଦର ନିଶ୍ଚୟ ଦେଖାଯାଇଥାନ୍ତି । କିନ୍ତୁ ସୁନ୍ଦରତା ମେକଅପରେ ଆସିନଥାଏ । ଆମେ ଏମିତି କିଛି ଟିପ୍ସ କହିବୁ ଯାହାକୁ ବ୍ୟବହାର କଲେ ବିନା ମେକଅପରେ ମଧ୍ୟ ଆପଣ ସୁନ୍ଦର ଦେଖାଯିବେ ।
– ସକାଳର ଆରମ୍ଭ ଲେମ୍ବୁପାଣିରୁ କରନ୍ତୁ । ଏହା ଦ୍ବାରା ଶରୀରର ସମସ୍ତ ଦୂଷିତ ପଦାର୍ଥ ବାହାରକୁ ବାହାରିଯିବ ।
– ପ୍ରତିଦିନ ଅନ୍ତତଃ ୩ ଲିଟର ପାଣି ପିଅନ୍ତୁ । ଏହା ଦ୍ବାରା ଆପଣଙ୍କ ତ୍ବଚା ସୁସ୍ଥ ରହିବ ।
– ତ୍ବଚା ଅନୁଯାୟୀ ଫେସୱାସ୍ କିଣନ୍ତୁ ।
– ଯେତେବେଳେ ବି ମୁହଁ ଧୋଇବେ ମଶ୍ଚୋରାଇଜର୍ ନିଶ୍ଚୟ ଲଗାନ୍ତୁ ।
– ସପ୍ତାହରେ ଥରେ ନିଶ୍ଚୟ ସ୍କ୍ରବ୍ କରନ୍ତୁ । ଏହା ଦ୍ବାରା ଡେଡ୍ ସ୍କିନ୍ ବାହାରିଯିବ ।
– ଚେହେରାକୁ ବାରମ୍ବାର ଛୁଅନ୍ତୁ କିମ୍ବା ରଗଡନ୍ତୁ ନାହିଁ । ବ୍ରଣ ହୋଇଥିଲେ ତ ବିଲକୁଲ୍ ବି ନୁହେଁ ।
– ଯେତେବେଳେ ବି ବାହାରକୁ ଯିବେ ସନସ୍କ୍ରିମ୍ ନିଶ୍ଚୟ ଲଗାନ୍ତୁ ।
–ଚେହେରାକୁ ପ୍ରତିଦିନ ଟୋନର୍, କ୍ଲିଜର ଏବଂ ଗୋଲାପ ଜଳରେ ସଫା କରନ୍ତୁ ।
– ଯଦି ଡାର୍କ ସର୍କଲ ଚାହାଁନ୍ତି ନାହିଁ ତେବେ ଅତିକମରେ ୮ ଘଂଟା ନିଶ୍ଚୟ ଶୁଅନ୍ତୁ ।
– ଯଦି ଓଠ ଫାଟୁଛି ତେବେ ଲିପ୍ ବାମ୍ ନିଶ୍ଚୟ ଲଗାନ୍ତୁ ।
– ସୁନ୍ଦର ଦାନ୍ତ ପାଇଁ ଦିନକୁ ଦୁଇଥର ବ୍ରଶ୍ ନିଶ୍ଚୟ କରନ୍ତୁ ।
– ଯଦି ଚା, କଫି କିମ୍ବା କୌଣସି ଜୁସ୍ ପିଇଛନ୍ତି ତେବେ ଟିଥ୍ ହ୍ବାଇଟନରରେ ଦାନ୍ତ ନିଶ୍ଚୟ ସଫା କରନ୍ତୁ ।
– ସେହିପରି ସୌନ୍ଦର୍ଯ୍ୟ ବଢାଇବାକୁ ଚାହୁଁଛନ୍ତି ତେବେ ଆଇବ୍ରୋ ସେପ୍ ନିଶ୍ଚୟ କରନ୍ତୁ ।
– ଆଖି ପତା ଲମ୍ବା କରିବାକୁ ଚାହୁଁଥିଲେ ପ୍ରତିଦିନ ନଡିଆ ତେଲ ଲଗାଇ ଶୁଅନ୍ତୁ ।
– ସପ୍ତାହକୁ ଦୁଇ ଥର ସାମ୍ପୋ ନିଶ୍ଚୟ କରନ୍ତୁ । ଏବଂ ସାମ୍ପୋ କରିବା ପୂର୍ବଦିନ ରାତିରେ କେଶରେ ଭଲ ଭାବରେ ତେଲ ମାଲିସ୍ କରନ୍ତୁ । ଏପରି କଲେ କେଶ ସୁନ୍ଦର ହୋଇଥାଏ ।



