ଜାଣନ୍ତୁ ଶନିବାର କେଉଁ ୧୦ଟି ଜିନିଷ ଘରକୁ ଆଣିବା ଦ୍ବାରା ଆପଣଙ୍କ ଉପରେ ପଡିଥାଏ ଶନିଙ୍କ କୋପ ଦୃଷ୍ଟି

ଶନିବାର ନାଁ ମନରେ ଆସିବା କ୍ଷଣି ପ୍ରାୟତଃ କୌଣସି ଅନିଷ୍ଟ ହେବାର ଆଶଙ୍କା ଦେଖାଦେଇଥାଏ । ଶନିବାର ଶନି ଭଗବାନଙ୍କ ଦିନ ହୋଇଥାଏ । ଶନିଙ୍କୁ ଯମ,କାଳ,ଦୁଃଖ,ଦାରିଦ୍ରତା ତଥା ମନ୍ଦ ବୋଲି କୁହାଯାଇଥାଏ । ଯଦି କୌଣସି ବ୍ୟକ୍ତି କିଛି ସମସ୍ୟା,ସଙ୍କଟ,ଦୁର୍ଘଟଣା,ଆର୍ଥିକ,କ୍ଷତି,ଅପମାନ ଆଦି ସମୟ ଦେଇ ଗତିକରେ ଆମେ ଶନି ଦେବଙ୍କ କୋପରୁ ଏପରି ହୋଇଥିବା କହିଥାନ୍ତି । କିନ୍ତୁ କଣ ଏହା ସତ?
ନିଶ୍ଚିତ ଭାବେ ଶନି ଦଣ୍ଡ ଦେବାର ସ୍ବାମୀ ଅଟନ୍ତି । କିନ୍ତୁ ଯଦି ଆପଣ କୌଣସି ଭୂଲ୍ କାମ କରିଥାନ୍ତି ସେତେବେଳେ ଶନିଙ୍କ କୋପ ଆପଣଙ୍କ ଉପରେ ପଡିଥାଏ । ଜ୍ୟୋତିଷଶାସ୍ତ୍ରରେ କୁହାଯାଏ କି,ଶନି ଘରର ବାହାରେ ରହିବା ହିଁ ଭଲ ହୋଇଥାଏ । ଘରେ ଶନିଙ୍କ ପ୍ରବେଶ ଅମଙ୍ଗଳ ଆଣିଥାଏ । ଏଥିପାଇଁ ଶନିବାର ଶନିଙ୍କ ସହିତ ଜଡିତ ଜିନିଷ ଘରକୁ ଆଣନ୍ତୁ ନାହିଁ ।
ତେବେ ଆସନ୍ତୁ ଜାଣିବା ଶନିବାର କେଉଁ ସବୁ ଜିନିଷ ଘରକୁ ଆଣିବା ଅନୁଚିତ୍ :
ଲୁହା : ଜ୍ୟୋତିଷଶାସ୍ତ୍ର ଅନୁସାରେ ଲୁହା କିମ୍ବା ଲୁହାରେ ତିଆରି ଧାତୁକୁ ଶନିଙ୍କ ବସ୍ତୁ ବୋଲି କୁହାଯାଇଥାଏ । ଏମିତିରେ ଆପଣ ଶନିବାର ଲୁହା କିମ୍ବା ଲୁହାରେ ତିଆରି ଧାତୁ ଘରରକୁ ଜମାରୁ ଆଣନ୍ତୁ ନାହିଁ । ବରଂ ଶନିବାର କୌଣସି ଲୁହା ଜିନିଷକୁ ଦାନ କରିବାର ବଧାନ ରହିଛି ।
କଳା ରାଶି : ଶନିଙ୍କ ପୂଜାରେ କଳା ରାଶି ବ୍ୟବହାର କରାଯାଇଥାଏ । ଯାହାକୁ ଶନିବାର ଦିନ ଘରକୁ ଆଣନ୍ତୁ ନାହିଁ । କଳା ରାଶିକୁ ବରଂ ଶନିବାର ଦାନ କରନ୍ତୁ । ଏହାଫଳରେ ଶନି ଦେବ ଶାନ୍ତି ହୋଇଥାନ୍ତି ।
ତେଲ : ଜ୍ୟୋତିଷଶାସ୍ତ୍ର ଅନୁସାରେ ତେଲକୁ ଶନିଙ୍କ ବସ୍ତୁ ବୋଲଇ ଧରାଯାଏ । ତେଣୁ ଶନିବାର ଭୁଲରେ ମଧ୍ୟ ତେଲ ଘରକୁ ଆଣନ୍ତୁନାହିଁ । ଏହି ଦିନ ଶନିଦେବଙ୍କୁ ତେଲ ଅର୍ପଣ କରନ୍ତୁ ଶୁଭଫଳ ପ୍ରଦାନ ହେବ ।
ପେଣ୍ଟ : କବାଟ ଝରକାରେ ଦିଆଯାଥିବା ରଙ୍ଗ କିମ୍ବା ନେଲପଲିସ୍ ଆଦି ଶନିବାର ଘରକୁ ଆଣନ୍ତୁ ନାହିଁ । ବିଶେଷ ଭାବେ କଳା ଏବଂ ନୀଳ ରଙ୍ଗର ପେଣ୍ଟ ଜମାରୁ ଶନିବାର କିଣନ୍ତୁ ନାହିଁ ।
ପେଟ୍ରୋଲ ଉତ୍ପାଦ : ଶନିବାର ମାଟି ତେଲ,ପେଟ୍ରୋଲ୍,ଡିଜେଲ ଗ୍ୟାସ୍ ଆଦି କିଣନ୍ତୁ ନାହିଁ । ଏହା କିଣିବା ଦ୍ବାରା ଶନିଦୋଷ ଲାଗିଥାଏ ବୋଲି ଜ୍ୟୋତିଷଶାସ୍ତ୍ରରେ କୁହାଯାଇଛି ।
ଝାଡୁ : ଶନିବାର ଦିନ ଝାଡୁ କିଣିବା ଅଶୁଭ ହୋଇଥାଏ ଏବଂ ଆର୍ଥିକ କ୍ଷତି ହୋଇଥାଏ ।
କଳା ଲୁଣ : ଶନିବାର ଭୁଲରେ ମଧ୍ୟ କଳା ଲୁଣ କିଣନ୍ତୁ ନାହିଁ । ବିଶ୍ବାସ ରହିଛି କି କଳା ଲୁଣ କିଣିବା ଦ୍ବାରା ଶନିଙ୍କ ଅଶୁଭ ଫଳ ମିଳିଥାଏ ।
କଳା ବସ୍ତ୍ର : ଶନିବାର କଳା କପଡା କିଣି ଘରକୁ ଆଣନ୍ତୁ ନାହିଁ । ବରଂ ଶନିବାର କଳା ବସ୍ତ୍ର ଏବଂ କମ୍ବଳ ଦାନ କରନ୍ତୁ ।
ଛୁଞ୍ଚି ଏବଂ କଇଁଚି: ଶନିବାର କେବେବି ଛୁଞ୍ଚି ଓ କଇଁଚି ଆଣନ୍ତୁ ନାହିଁ । ଏହା କିଣିବା ଦ୍ବାରା ସମ୍ପର୍କରେ ତିକ୍ତତା ଓ ଦୂରତା ଆସିଥାଏ ।
ଏହି ଜିନିଷକୁ ଘରୁ କାଢି ଦିଅନ୍ତୁ : ଶନିବାର ଆପଣଙ୍କ ଘରେ ଥିବା ସମସ୍ତ ଅଳିଆ, ଆବର୍ଜନା ଓ ଅନାବଶ୍ୟକ ଜିନିଷ ଘରୁ କାଢି ଦିଅନ୍ତୁ ।



