ମନୋରଞ୍ଜନ

ଘରେ ପ୍ରସ୍ତୁତ କରନ୍ତୁ କେଏଫସି ଷ୍ଟାଇଲର କ୍ରିସପି ଫ୍ରେଞ୍ଚ ଫ୍ରାଇଜ୍

ଆପଣ ଯେତେବେଳେ ବି କୌଣସି ପାର୍ଟି କିମ୍ବା ରେସ୍ତୋରାଁ ଯାଇଥାନ୍ତି ସେଠାରେ ଫ୍ରେଞ୍ଚ ଫ୍ରାଇଜ୍ ଖାଇଥିବେ। କାରଣ ଘରେ ସେହି ଫ୍ରେଞ୍ଚ ଫ୍ରାଇଜ୍ ଏବଂ ସେହି କ୍ରିସପି ମିଳିନଥାଏ। ଏଥିପାଇଁ ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ କ୍ରିସପି ଫ୍ରେଞ୍ଚ ଫ୍ରାଇଜ୍ ବନାଇବାର ରେସିପି, ଯାହାଦ୍ବାରା ଆପଣ ଘରେ ଏହାକୁ ପ୍ରସ୍ତୁତ କରି ପିଲାଙ୍କର ପ୍ରଶଂସାର ପାତ୍ର ହୋଇପାରିବେ। ତେବେ ଆସନ୍ତୁ ଜାଣିବା ଫ୍ରେଞ୍ଚ ଫ୍ରାଇଜ୍ ପ୍ରସ୍ତୁତ କରିବାର ଉପାୟ।

ଆବଶ୍ୟକୀୟ ସାମଗ୍ରୀ

ଆଳୁ – ୪

ଲାଲ ଲଙ୍କା – ୧ ଟେବୁଲ ଚାମଚ

ବେସନ – ୨ ଟେବୁଲ ଚାମଚ

କର୍ଣ୍ଣ ଫ୍ଲୋର – ୨ ଟେବୁଲ ଚାମଚ

ଜିରା ପାଉଡର – ୧/୨ ଚାମଚ

ଗରମ ମସଲା ପାଉଡର – ୧/୪ ଟେବୁଲ ଚାମଚ

ତେଲ – ଆବଶ୍ୟକ ଅନୁଯାୟୀ

friesପ୍ରସ୍ତୁତି ପ୍ରଣାଳୀ

-ଫ୍ରେଞ୍ଚ ଫ୍ରାଇଜ୍ ବନାଇବା ପାଇଁ ସର୍ବପ୍ରଥମେ ଆଳୁର ଚୋପା ବାହାର କରି ନିଅନ୍ତୁ ଏବଂ ଲମ୍ବା ପିସ୍ କରି କାଟି ଦିଅନ୍ତୁ। ଧ୍ୟାନ ରଖନ୍ତୁ ଏହାର ଆକାର ସାମାନ୍ୟ ମୋଟା ରଖିଥିବେ। ଏହାଦ୍ବାରା ଆଳୁର ରଙ୍ଗ କଳା ହେବ ନାହିଁ।

-ଏବେ ଆଳୁକୁ ବାହାର କରି ସୁଖିବା ପାଇଁ ଛାଡି ଦିଅନ୍ତୁ।

-ଏଭଳି କରିବା ପରେ ଏକ ପାତ୍ରରେ ବେସନ, କଣ୍ଣ ଫ୍ଲୋର, ଧନିଆ, ଜିରା, ଲାଲ ଲଙ୍କା, ଗରମ ମସଲା, ଲୁଣ ଇତ୍ୟାଦିକୁ ମିଶାଇ ଘୋଳ ପ୍ରସ୍ତୁତ କରନ୍ତୁ। ଏବେ ଶୁଖିବା ପାଇଁ ଛାଡିଥିବା ଆଳୁକୁ ଆଣି ଏହି ଘୋଳରେ ଭଲଭାବରେ ମିଶାଇ ଦିଅନ୍ତୁ। ଧ୍ୟାନ ରଖନ୍ତୁ ଯେପରି ଆଳୁ ଉପରେ ଏହି ମିଶ୍ରଣ ଭଲଭାବେ ଲାଗିଯିବ।

-ଏବେ କଡାଇରେ ତେଲ ଗରମ କରି ଏହି ଆଳୁକୁ ପକାନ୍ତୁ ଏବଂ ହାଲୁକା ଆଞ୍ଚରେ ଛାଣନ୍ତୁ। ଧ୍ୟାନ ରଖନ୍ତୁ ଯେପରି ଆଳୁ ଜଳି ନ ଯାଏ।

-ଯେତେବେଳେ ଆଳୁର ରଙ୍ଗ ହାଲୁକା ବଦଳିଯିବ ସେତେବେଳେ ବାହାରକୁ ବାହାରି କରିଦିଅନ୍ତୁ। ଏବେ ଏହାକୁ ପ୍ଲେଟରେ ବାହାର କରି ଚାଟ୍ ମସଲା ପକାଇ ଦିଅନ୍ତୁ। ଆପଣଙ୍କ ଗରମା ଗରମ ଫ୍ରେଞ୍ଚ ଫ୍ରାଇଜ୍ ପ୍ରସ୍ତୁତ ହୋଇଯାଇଛି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button