ଦେଶ ବିଦେଶ

‘ହେୟାର କଟ୍’ ପାଇଁ ଲୋକାଲ୍ ସେଲୁନ ଯାଉଛନ୍ତି କି, ତା’ ହେଲେ ଏହି ସବୁ ବିଷୟରେ ରଖନ୍ତୁ ଧ୍ୟାନ

ଆମେମାନେ ନିଜର ତ୍ବଚା ଏବଂ ମୁହଁକୁ ନେଇ ଯେତେ ଯତ୍ନଶୀଳ ଥାଉ, ସେଠି ହେୟାର କଟ୍ କଥା ଉଠିଲେ, କୌଣସି ଏକ ଲୋକାଲ୍ ସେଲୁନକୁ ପଳାଇଯାଉ। ଯଦିଓ ସମସ୍ତେ ବ୍ରାଣ୍ଡେଡ୍ ସେଲୁନ ଯାଇ କେଶ କାଟିବାକୁ ଚାହାଁନ୍ତି, ତଥାପି ସମୟ ଅଭାବରୁ ପାଖରେ ଥିବା ସେଲୁନ ଯିବାକୁ ଠିକ୍ ଭାବନ୍ତି। କିନ୍ତୁ ଶେଷରେ ହେୟାର କଟିଂର ଶେପ୍ ହିଁ ଆମର ଖରାପ ଆସିଥାଏ। ଆପଣ ବି ଯଦି ପାଖରେ ଥିବା କୌଣସି ଏକ ସାଧାରଣ ସେଲୁନ ଯାଉଥାଆନ୍ତି, ତା’ହେଲେ କେତେକ କଥା ଉପରେ ବିଶେଷ ଧ୍ୟାନ ଦିଅନ୍ତୁ।

salon salon

-ଯଦି କେବେ ସାଧାରଣ ସେଲୁନ ଯିବାକୁ ପଡ଼େ, ତେବେ ଏପରି ଏକ ଦିନ ବା ସମୟ ବାଛନ୍ତୁ, ଯେଉଁଠି ସେଲୁନରେ ଭିଡ଼ କମ୍ ଥିବ। କାରଣ ଛୋଟ ସେଲୁନରେ ଦାମ୍ କମ୍ ଯୋଗୁ ଅଧିକ ସଂଖ୍ୟକ ଗ୍ରାହକ ଆସିଥାଆନ୍ତି। ଏତେ ଭିଡ଼ରେ ସେମାନଙ୍କ କାମ କରିବାର ତରିକା ମଧ୍ୟ ପ୍ରଭାବିତ ହୋଇଥାଏ।

-ସେଲୁନକୁ ପଶିବା ମାତ୍ରେ ସଙ୍ଗେ ସଙ୍ଗେ ସିଟ୍ ଉପରେ ବସିଯାଆନ୍ତୁ ନାହିଁ। ପ୍ରଥମରୁ ହେୟାରଡ୍ରେସରଙ୍କୁ ଏ ବିଷୟରେ ଭଲ ଭାବେ ବୁଝାନ୍ତୁ ଯେ ଆପଣଙ୍କୁ କିଭଳି ଶେପରେ କେଶ କାଟିବାକୁ ଇଚ୍ଛା ଅଛି ଏବଂ ଏହି କଥାକୁ ମଧ୍ୟ ନଜର ରଖନ୍ତୁ ସେ ଆପଣଙ୍କ କଥାକୁ ଗୁରୁତ୍ବର ସହ ଶୁଣୁଛନ୍ତି କି ନାହିଁ।

haircut saloon

-କେଶ କାଟିବା ସମୟରେ ଏହା ନିଶ୍ଚିତ ଭାବେ ଅନୁଧ୍ୟାନ କରନ୍ତୁ ଯେ ହେୟାରଡ୍ରେସର ଆପଣଙ୍କ କେଶକୁ କିଭଳି କାଟୁଛନ୍ତି। ଯଦି ଆପଣଙ୍କୁ ଠିକ୍ ଲାଗୁନି, ତା’ ହେଲେ ସେଠି ତାଙ୍କୁ ଅଟକାଇ ଆଉଥରେ କୁହନ୍ତୁ ଯେ କେଉଁଠି ଭୁଲ୍ ରହିଛି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button