ସ୍ୱାସ୍ଥ୍ୟ

ଶରୀରର ସମସ୍ତ ରୋଗକୁ ଚୁଟକିରେ ଦୂର କରି ଦେଇଥାଏ ଏହି ଫଳ, ଏମିତି କରନ୍ତୁ ସେବନ

ଆଜିକାଲି ବ୍ୟସ୍ତବହୁଳ ଜୀବନରେ ସ୍ୱାସ୍ଥ୍ୟର ଯତ୍ନ ନେବା ବହୁତ ସମସ୍ୟା ହୋଇଗଲାଣି। ଅସମୟରେ ଖାଦ୍ୟ ଖାଇବା ଏବଂ ଠିକ ଭାବରେ ଡାଏଟ୍‌ ନନେବା କାରଣରୁ ଲୋକଙ୍କ ମଧ୍ୟରେ କ୍ଳାନ୍ତି ଓ ଅଳସୁଆପଣ ଆସିଥାଏ । ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଆତ ବହୁତ ଭଲ କାମ କରେ ।

-ଆତରେ ଆଣ୍ଟିଅକ୍ସିଡେଣ୍ଟ ଏବଂ ଭିଟାମିନ୍‌ -ସି ପ୍ରଚୁର ପରିମାଣରେ ରହିଥାଏ। ଏହା ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ।

-ଆତରେ ଭିଟାମିନ ବି-୨ ମଧ୍ୟ ବହୁତ ମାତ୍ରାରେ ରହିଥାଏ। ପ୍ରତିଦିନ ଗୋଟିଏ ଲେଖାଏଁ ଆତ ଖାଇବା ଦ୍ୱାରା ମସ୍ତିଷ୍କ ଶାନ୍ତି ରହିଥାଏ। ବିରକ୍ତିଭାବ ଏବଂ କ୍ରୋଧରୁ ମୁକ୍ତି ମିଳିଥାଏ।

custard_apple-ଏହାକୁ ଖାଇବା ଦ୍ୱାରା ରକ୍ତର ଅଭାବ ଅର୍ଥାତ ଏନିମିଆ ଠାରୁ ରକ୍ଷା ମିଳିଥାଏ। ଯଦି ସବୁବେଳେ ଅସ୍ତବ୍ୟସ୍ତ ଲାଗୁଥାଏ ତେବେ ଏହି ଫଳକୁ ଖାଇବା ଦ୍ୱାରା ବାନ୍ତି ଲାଗି ନଥାଏ।

-ଆତରେ ଅନେକ ପୋଷକ ତତ୍ତ୍ୱ ରହିଥାଏ ଯାହା ଶରୀରର ଦୁର୍ବଳତାକୁ ଦୂର କରିବାରେ ସାହାଯ୍ୟ କରିଥାଏ। ଏହାକୁ ନିୟମିତ ଭାବରେ ଖାଇବା ଦ୍ୱାରା ମୋଟାପଣ ଠାରୁ ରକ୍ଷା ମିଳିଥାଏ।

-ଏଥିରେ ଥିବା ମ୍ୟାଗ୍ନେସିୟମ ଶରୀରରେ ଥିବା ଜଳକୁ ସନ୍ତୁଳିତ କରିଥାଏ। ଏହା ଗଣ୍ଠିରେ ଥିବା ଅମ୍ଳକୁ ହଟାଇଥାଏ। ଯାହାଦ୍ୱାରା ଆଣ୍ଠୁ-ଗଣ୍ଠି ରୋଗ ହୋଇନଥାଏ।

-ଏହା ଦାନ୍ତ ପାଇଁ ମଧ୍ୟ ବହୁତ ଲାଭଦାୟକ। ଏହାଦ୍ୱାରା କ୍ୟାଲସିୟମ ଏବଂ ଭିଟାମିନ୍‌-ସି ମିଳିଥାଏ । ଆତ ଖାଇଲେ ଦାନ୍ତ ଯନ୍ତ୍ରଣା ଏବଂ ମାଢ଼ି ଫୁଲିବା ଠାରୁ ରକ୍ଷା ମିଳିଥାଏ।

atta-ଆତ ଶରୀରର ବ୍ଲଡ୍‌ ସୁଗାରକୁ ନିୟନ୍ତ୍ରିତ ରଖିବାରେ ସାହାଯ୍ୟ କରିଥାଏ। ଏହାକୁ ଖାଇବା ଦ୍ୱାରା ରକ୍ତରେ ଅତିରିକ୍ତ ସୁଗାର ଶୋଷି ହୋଇଯାଏ। ଯାହାଦ୍ୱାରା ମଧୁମେହ ଭଳି ମରାତ୍ମକ ରୋଗ ହୋଇନଥାଏ।

-ଏଥିରେ ସୋଡିୟମ ଏବଂ ପୋଟାସିୟମ ସନ୍ତୁଳିତ ମାତ୍ରାରେ ରହିଥାଏ ଯାହା ଦ୍ୱାରା ରକ୍ତ ସଞ୍ଚାଳନ ଠିକ ରହିଥାଏ। ଏହାଦ୍ୱାରା ବ୍ଲଡପ୍ରେସର ସାମାନ୍ୟ ରହିଥାଏ।

-ଆତରେ ଭିଟାମିନ ସି ଏବଂ ରେବୋଫ୍ଲୋବିନ ବହୁତ ଅଧିକ ମାତ୍ରାରେ ରହିଥାଏ। ଏହାଦ୍ୱାରା ଚକ୍ଷୁର ରଶ୍ମି ବଢ଼ିଥାଏ ଏବଂ ଚଷମା ବି ଦରକାର ପଡ଼ିବ ନାହିଁ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button