ନୀତି

ତିରୁପତି ବାଲାଜୀଙ୍କ ମନ୍ଦିର ସମ୍ପର୍କରେ ଜଡିତ ରହିଛି ଏହି 10 ଟି ତଥ୍ୟ, ଯାହାକୁ ମାତ୍ର କମ ଲୋକେ ଜାଣିଛନ୍ତି

80 ଦିନ ପର୍ଯ୍ୟନ୍ତ ତିରୁପତି ତିରୁମାଳା ବାଲାଜୀଙ୍କ ମନ୍ଦିର ବନ୍ଦ ରହିବାପରେ ବର୍ତ୍ତମାନ ଏହା ଜୁନ 11 ତାରିଖରେ ଖୋଲିଛି । ଲକଡାଉନ ପାଇଁ ଏହି ମନ୍ଦିର ଦୀର୍ଘ 3 ମାସ ପର୍ଯ୍ୟନ୍ତ ବନ୍ଦ ରହିଥିଲା କିନ୍ତୁ ବର୍ତ୍ତମାନ ଏହା ଖୋଲାଯାଇଛି । ସାରା ଭାରତରେ ଏହି ମନ୍ଦିରକୁ ଧନୀ ମନ୍ଦିର କୁହାଯାଇଛି । ଆଜି ଆସନ୍ତୁ ଜାଣିବା ଏହି ମନ୍ଦିର ବିଷୟରେ 10 ଟି ତଥ୍ୟ ।

ବିଷ୍ଣୁ ଭଗବାନ ଙ୍କର ମନ୍ଦିର

ତିରୁପତି ମନ୍ଦିରରେ ଭଗବାନ ଭେଙ୍କଟେଶ୍ୱର ଙ୍କର ପୂଜା କରାଯାଇଥାଏ । ଯାହାକୁ ଭଗବାନ ବିଷ୍ଣୁଙ୍କର ରୂପ ବୋଲି ସମସ୍ତେ ମାନିଥାନ୍ତି । ଏହି ମନ୍ଦିର ସକାଳ 5 ଘଟିକାରୁ ଖୋଲାଯାଇ ରାତ୍ର 9 ଘଟିକାରେ ବନ୍ଦ ହୋଇଥାଏ । ଭଗବାନ ଙ୍କ ଦର୍ଶନ କରିବାର ସମୟ ସକାଳ 6.30 ମିନିଟ ରୁ ଆରମ୍ଭ ହୋଇ ସନ୍ଧ୍ୟା 7.30 ମିନିଟ୍ ରେ ଶେଷ ହୋଇଥାଏ । ଏହି ମନ୍ଦିର ତିରୁପତି ରେଲୱେ ଠାରୁ ପ୍ରାୟ 22 କିଲୋମିଟର ଦୂରରେ ଅବସ୍ଥିତ ଓ ତିରୁମାଳା ପର୍ବତ ଉପରେ ସ୍ଥାପିତ ଅଟେ ।

ରାଜା ଶ୍ରୀକୃଷ୍ଣ ଦେବରାୟଙ୍କ ସମୟରୁ ଏହା ରହିଆସିଛି

ଇତିହାସ ଅନୁସାରେ ଏହି ମନ୍ଦିର ଇଂରେଜ ଶାସନ ପୂର୍ବରୁ ରାଜା ଶ୍ରୀ କୃଷ୍ଣ ଦେବରାୟଙ୍କ ସମୟରୁ ରହିଆସିଛି । ଯେବେ ଇଂରେଜ ମାନେ ଆସିଲେ ସେମାନେ ରାଜ୍ୟ ଗଠନ କରିଥିଲେ ଓ ସେବେଠାରୁ ଏହି ମନ୍ଦିର ମାଡ୍ରାସ ସରକାର ହାତକୁ ଚାଲିଗଲା ଓ ପରେ ସ୍ୱତନ୍ତ୍ରତା ପରେ ଏହାପୁଣି ଆନ୍ଧ୍ରପ୍ରଦେଶ କୁ ଚାଲିଆସିଲା ।

ସାତ ପାହାଡ଼ ଉପରେ ଅବସ୍ଥିତ

ବାଲାଜୀଙ୍କର ଏହି ମନ୍ଦିର କିଛି ପାହାଡ଼ ଉପରେ ରହିଛି । ମାନ୍ୟତା ଅନୁସାରେ ପ୍ରଭୁ ଭେଙ୍କଟେଶ୍ୱର କିଛି ସମୟ ପାଇଁ ସ୍ୱାମୀ ପୁଷ୍କରିଣୀ ପୋଖରୀ କୂଳରେ ନିବାସ କରିଥିଲେ । ଯେଉଁଟା ତିରୁମାଳା ପର୍ବତରେ ଅବସ୍ଥିତ ।

ଏହି ମନ୍ଦିର ବହୁତ ପୁରୁଣା

ଏହି ମନ୍ଦିର ବହୁତ ପୁରୁଣା ଅଟେ ,ହାଲାକି ବାଲାଜୀଙ୍କ ମନ୍ଦିର କେବେ ନିର୍ମାଣ ହୋଇଥିଲା ଏହାକୁ ନେଇ ସେଠାରେ ମତଭେଦ ହୋଇଥାଏ । ଇତିହାସ ଅନୁସାରେ ଏହି ମନ୍ଦିର 5ମ ଶତକରେ ହୋଇଥିଲା । ଏବଂ ଅନ୍ୟ କିଛି ଐତିହାସିକ ମାନଙ୍କ ଦ୍ୱାରା ଏହା 9ମ ଶତକରେ ହୋଇଥିଲା ।

ଏହି ମନ୍ଦିରକୁ ଦେବସ୍ତାମ ସଂଚାଳିତ କରିଥାଏ

ଏହି ମନ୍ଦିରକୁ ତିରୁପତି ତିରୁମାଳା ଦେବସ୍ତାମ 1933 ମସିହାରୁ ସଞ୍ଚାଳନ କରି ଆସୁଛି । ଏହି ମନ୍ଦିରର ସମ୍ପୁର୍ଣ ଗତିବିଧି ଏହି ଟ୍ରଷ୍ଟ ନିୟନ୍ତ୍ରିତ କରିଥାଏ ।

ପ୍ରତିଦିନ ହୋଇଥାଏ କୋଟିଏ ଟଙ୍କାର ଦାନ

ଲୋକମାନଙ୍କ ଦ୍ବାରା ଏହି ମନ୍ଦିର ର ହୁଣ୍ଡିରେ ପ୍ରତିଦିନ କୋଟିଏ ଟଙ୍କା ଦାନ ରୂପେ ଦିଆଯାଇଥାଏ । ପ୍ରତିଦିନ ଏହାର ହୁଣ୍ଡିରୁ କୋଟିକୋଟି ଟଙ୍କା ଓ ଅଳଙ୍କାର ମିଳିଥାଏ । ଏହି ପଇସା କୁ ପ୍ରଶାସନ ଷ୍ଟକ ଓ ବିଭିନ୍ନ ଯୋଜନା ଉପରେ ଖର୍ଚ୍ଚ କରିଥାଏ ।

ପ୍ରସାଦ ଆକାରରେ ଲଡୁ ମିଳିଥାଏ

ଭାଗବାନ ବାଲାଜୀଙ୍କ ଦର୍ଶନ ପରେ ଲୋକମାନଙ୍କୁ ଲଡୁ ପ୍ରସାଦ ମିଳିଥାଏ । ପରିସର ରେ ଲଡୁ ବିତରଣ କେନ୍ଦ୍ରମାନ ରହିଥାଏ । ଗୋଟିଏ ଲଡୁ ବହୁତ ବଡ଼ ହେବାସହ ପାଖାପାଖି 220 ଗ୍ରାମ ହୋଇଥାଏ । ଲଡୁ ବିତରଣ ପାଇଁ ଏଠାରେ 50 ଟି କେନ୍ଦ୍ର ଖୋଲାଯାଇଛି ।

ପ୍ରତିଦିନ ଖାଦ୍ୟ ଦିଆଯାଇଥାଏ

ଭଗବାନ ବାଲାଜୀଙ୍କ ମନ୍ଦିରକୁ ଯିଏ ଦର୍ଶନ ପାଇଁ ଆସିଥାଏ ,ତାପାଇଁ ଖାଦ୍ୟର ପ୍ରତିଷ୍ଠାନ ମଧ୍ୟ ରହିଥାଏ । ଯେଉଁଠରେ ହଜାର ହଜାର ଶ୍ରଦ୍ଧାଳୁ ଙ୍କୁ ଖାଇବାକୁ ଦିଆଯାଏ । ଏଠାରେ 8ଟି ବଡ ହଲ ରହିଥାଏ । ଯେଉଁଠାରେ ଖାଇବା ମାଗଣାରେ ଦିଆଯାଇଥାଏ ।

ଦର୍ଶନ କରିବାପାଇଁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଆସିଥାନ୍ତି

ମନ୍ଦିରକୁ ପ୍ରତିଦିନ 50000 ତୁ 1 ଲକ୍ଷ ଲୋକ ଦର୍ଶନ ପାଇଁ ଆସନ୍ତି । ଏହିସମୟରେ ଲକଡାଉନ ଚାଲିଥିବାରୁ ସରକାର ମାତ୍ର ପ୍ରତିଦିନ 6 ହଜାର ଙ୍କୁ ଦର୍ଶନ ପାଇଁ ଅନୁମତି ଦେଇଛନ୍ତି ।

ଏହିସ୍ଥାନରେ ଭକ୍ତ ନିଜର ଚୁଟି ପକାଇଥାନ୍ତି

ମନ୍ଦିରକୁ ଆସୁଥିବା ଭକ୍ତ ଏହିଠାରେ ନିଜର ଚୁଟି ଦାନ କରିଥାନ୍ତି । ଏମିତି କୁହାଯାଏ କି ପ୍ରଭୁଙ୍କୁ ନିଜର ଚୁଟି ଦାନ କରିବା ଅର୍ଥ ନିଜର ଗର୍ବ ଦାନ କରିବା ସହ ସମାନ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button