ନୀତି

କଣ ଆପଣଙ୍କୁ ମିଳୁଛି ଏହି ସବୁ ସଂକେତ, ତେବେ କୁଣ୍ଡଳୀରେ ରହିଛି ଅଶୁଭ ଯୋଗ

ଯଦି କୌଣସି ବ୍ୟକ୍ତିଙ୍କ କୁଣ୍ଡଳୀରେ ଗ୍ରହ ଅଶୁଭ କିମ୍ବା ବିପରୀତ ଘରେ ରହିଥାନ୍ତି ତେବେ ସେହି ବ୍ୟକ୍ତିଙ୍କର ସମସ୍ୟା ଅଧିକ ବଢିଯାଇଥାଏ। କାରଣ ଅଶୁଭ ଗ୍ରହ କୁଣ୍ଡଳୀରେ ବିପରୀତ ପ୍ରଭାବ ପକାଇଥାଏ। ଏହାଦ୍ବାରା କିଛି ସଂକେତ ମଧ୍ୟ ଦେଖିବାକୁ ମିଳିଥାଏ। ତେବେ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ଯଦି କୌଣସି ବ୍ୟକ୍ତିଙ୍କ କୁଣ୍ଡଳୀରେ ରାହୁ ଅଶୁଭ ହୋଇଥାନ୍ତି ତେବେ ସେହି ବ୍ୟକ୍ତିମାନଙ୍କୁ କିପରି ସଂକେତ ମିଳିଥାଏ।

-ଯଦି କୌଣସି ବ୍ୟକ୍ତିଙ୍କ ଘରର ଆଖ-ପାଖରେ ମରିଯାଇଥିବା ସାପ କିମ୍ବା ଝିଟିପିଟି ଦେଖାଯାଏ ତେବେ ଏହା ରାହୁ ଅଶୁଭ ହେବାର ସଂକେତ ଦେଇଥାଏ।

-ଯଦି ଘରର କୌଣସି ପାଳିତ ପଶୁ, ପକ୍ଷୀ ହଠାତ୍ ଚୁପ୍ ଚାପ୍ ହୋଇଯାନ୍ତି ବା ମରିଯାଆନ୍ତି ତେବେ ଏହା ମଧ୍ୟ ରାହୁ ଅଶୁଭ ହେବାର ସଂକେତ ଦେଇଥାଏ।

-ହଠାତ୍ ଯଦି ଆପଣ କୌଣସି କଥା ଭୁଲି ଯାଆନ୍ତି ଏବଂ ଆପଣଙ୍କ ସ୍ମରଣଶକ୍ତି ଦୁର୍ବଳ ହୋଇପଡେ ତେବେ ଏହା ଦ୍ବାରା କୁଣ୍ଡଳୀରେ ରାହୁ ଖରାପ ଚାଲିବାର ସଂକେତ ମିଳିଥାଏ।

-ପରିବାରରେ ବାଦ-ବିବାଦ ଲାଗି ରହିଲେ କିମ୍ବା ପରିବାର ସଦସ୍ୟଙ୍କ ମଧ୍ୟରେ କୌଣସି କଥାକୁ ନେଇ ପରସ୍ପରଙ୍କ ମଧ୍ୟରେ ଝଗଡା ଲାଗିବା ଦ୍ବାରା ରାହୁ ଅଶୁଭ ହେବାର ସଂକେତ ମିଳିଥାଏ।

-ନଖ ଏବଂ ମୁଣ୍ଡର କେଶ ହଠାତ ଝଡିବାକୁ ଲାଗିଲେ କୁଣ୍ଡଳୀରେ ରାହୁ ଅଶୁଭ ଘରେ ଥିବାର ସଂକେତ ମିଳିଥାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button