ଦେଶ ବିଦେଶ

‘ଲବଙ୍ଗ’ ଦ୍ୱାରା ଫେରିଆସିବ ଘରର ଖୁସି, ଥରେ ଆପଣ ଚେଷ୍ଟା କରନ୍ତୁ

ଘରେ ପୂଜାପାଠ ସହ ଅନ୍ୟାନ୍ୟ କାମରେ ଆମେ ଲବଙ୍ଗ ବ୍ୟବହାର କରିଥାଉ। ଏହା ମଧ୍ୟ ଘରୁ ନକରାତ୍ମକ ଶକ୍ତି ଦୂରେଇ ଦେବାରେ ସାହାଯ୍ୟ କରିଥାଏ ବୋଲି ଏକ ବିଶ୍ୱାସ ରହିଛି। କେବଳ ଏତିକି ନୁହେଁ, ଏଥରୁ ଆମକୁ ଅନେକ ପ୍ରକାର ଲାଭ ମିଳିଥାଏ। ଏ ବିଷୟରେ ଶାସ୍ତ୍ରରେ ବି ଉଲ୍ଲେଖ ରହିଛି। ତେବେ ଆମେ ଏଥର ଆପଣଙ୍କୁ ଚମତ୍କାରୀ ଲବଙ୍ଗର ସେହି ଫାଇଦା ବିଷୟରେ କହିବାକୁ ଯାଉଛୁ, ଯାହାକୁ ଆପଣ ପୂର୍ବରୁ କେବେ ଶୁଣି ନ ଥିବେ।

lun2

-ଶନିବାର ସନ୍ଧ୍ୟାରେ ଘରର ମୁଖ୍ୟଦ୍ୱାର ପାଖରେ ଲବଙ୍ଗ ସହିତ କର୍ପୂର ମିଶାଇ ଜଳାନ୍ତୁ। ଏହାଦ୍ୱାରା ଆପଣଙ୍କ ଘରେ କେବେ ବି ନକରାତ୍ମକ ଶକ୍ତି ପ୍ରବେଶ କରିପାରିବ ନାହିଁ। ଏହାର ପୋଡ଼ା ଟୁକୁଡ଼ା ଘର ସାରା ଛିଞ୍ଚନ୍ତୁ। ଘରୁ ସବୁଦିନ ପାଇଁ ନକରାତ୍ମକ ଶକ୍ତି ଉଭେଇଯିବ।
-ଯେଉଁ ଲୋକଙ୍କର ରାହୁ-କେତୁ ଦଶା ପଡ଼ିଛି, ସେମାନେ ଶନିବାର ଦିନ ଲବଙ୍ଗ ଦାନ କରନ୍ତୁ, ନଚେତ୍‌ ଶିବଲିଙ୍ଗ ଉପରେ ଲବଙ୍ଗ ଅର୍ପଣ କରନ୍ତୁ। ଏମିତି ଲଗାତାର ଭାବେ କିଛି ଦିନ କଲେ, ରାହୁ-କେତୁଙ୍କ ପ୍ରଭାବ ଦୂର ହୋଇଯିବ।

lun3

-ଯଦି ଆପଣଙ୍କଠାରୁ କେହି ଉଧାର ନେଇଛନ୍ତି ଏବଂ ତାହାକୁ ଫେରାଇବାରେ ହଇରାଣ କରୁଛନ୍ତି, ତେବେ ଆପଣ ପୂର୍ଣ୍ଣିମା କିମ୍ବା ଅମାବାସ୍ୟା ଦିନ ୧୧ କିମ୍ବା ୨୧ଟି ଲବଙ୍ଗକୁ କର୍ପୂର ସହିତ ମିଶାଇ ଜଳାନ୍ତୁ। ଏହାସହ ଲକ୍ଷ୍ମୀଙ୍କୁ ଧ୍ୟାନ କରି ନିଜ ମନ କଥା କୁହନ୍ତୁ। ଏହି ଉପାୟରେ ଆପଣଙ୍କ ସମସ୍ୟା ହଟିଯିବ।
-ଇଣ୍ଟରଭ୍ୟୁ ସମୟରେ ଆପଣ ନିଜ ପାଟିରେ ଦୁଇଟି ଲବଙ୍ଗ ପକାଇ ଯାଆନ୍ତୁ ଏବଂ ସେଠାରେ ପହଞ୍ଚିଲେ, ତାହାକୁ ବାହାର କରି ଫିଙ୍ଗି ଦିଅନ୍ତୁ। ମନରେ ଭଗବାନଙ୍କ ସ୍ମରଣ କରି ଇଣ୍ଟରଭ୍ୟୁ ଦିଅନ୍ତୁ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button