ଦେଶ ବିଦେଶ

ମହଙ୍ଗା କ୍ୟାମେରା ଛାଡ଼ନ୍ତୁ, ଆପଣଙ୍କ ମୋବାଇଲ୍‌ ଫୋନରୁ ହିଁ ଶିଖନ୍ତୁ ‘ଫଟୋଗ୍ରାଫି କଳା’

କିଛି ଲୋକ ‘ଫଟୋଗ୍ରାଫି’ ମାମଲାରେ ଏତେ ଉସ୍ତାଦ ଥାଆନ୍ତି ଯେ ଭଲ ଫଟୋ ନେବା ପାଇଁ ସେମାନଙ୍କୁ କୌଣସି ମହଙ୍ଗା ଡିଜିଟାଲ କ୍ୟାମେରା କିମ୍ବା ଟପ୍‌ କ୍ଲାସ୍‌ ଲେନ୍ସ ଥିବା କ୍ୟାମେରାର ଆବଶ୍ୟକତା ପଡ଼େ ନାହିଁ। ଛୋଟ ସ୍ମାର୍ଟ ଫୋନରୁ ହିଁ ସେମାନେ ଆକର୍ଷଣୀୟ ଫଟୋ ନେବାରେ ବେଶ୍‌ ମାହିର ହୋଇଥାଆନ୍ତି। ଯଦି ଆପଣ ବି ଏହି କଳାରେ ଦକ୍ଷ ହେବାକୁ ଚାହୁଁଛନ୍ତି, ତା’ହେଲେ ସ୍ମାର୍ଟ ଫୋନ୍‌ରୁ ଫଟୋ ନେବା ସମୟରେ ଏହି କଥାକୁ ବିଶେଷ ଧ୍ୟାନ ଦିଅନ୍ତୁ।

ph1

phn3

ph44

-କ୍ରିଏଟିଭିଟି ଉପରେ ଧ୍ୟାନ ରଖିବା ବହୁତ ଜରୁରୀ। ଆପଣ ଫଟୋ ଉଠାଇବା ସମୟରେ କ୍ଲୋଜଅପ୍‌ ପୋଜ୍‌ ନେଇପାରିବେ। କାରଣ, କ୍ଲୋଜଅପ୍‌ ଫଟୋ ଲୋକଙ୍କୁ ଆକର୍ଷିତ କରିଥାଏ।
-ସ୍ମାର୍ଟ ଫୋନରେ ଫଟୋ ଉଠାଇବା ସମୟରେ ସବଜେକ୍ଟ ଉପରେ ଫୋକସ୍‌ କରନ୍ତୁ। ସବଜେକ୍ଟର କ୍ରିଏଟିଭିଟି ହିଁ ସେହି ଫଟୋକୁ ସୁନ୍ଦର ବନାଇଥାଏ। ସବଜେକ୍ଟର ପର୍‌ଫେକ୍ଟ ପୋଜିଶନକୁ ଧ୍ୟାନରେ ରଖି ଫଟୋ କ୍ଲିକ୍‌ କରିବା ଏବଂ ଏହାର ଟାଇମିଂକୁ କ୍ୟାଚ୍‌ କରିବା ବହୁତ ଜରୁରୀ ଅଟେ।
-ଏବେ ଅଧିକରୁ ଅଧିକ ସ୍ମାର୍ଟ ଫୋନରେ ବ୍ୟାକ୍‌ ପ୍ୟାନେଲ ଉପରେ ଦୁଇଟି କ୍ୟାମେରାର ସେଟ୍‌ଅପ ଆସୁଛି, ଯାହା ସାହାଯ୍ୟରେ ବୋକେହ ଏବଂ ପୋରଟ୍ରେଟ୍‌ ମୋଡ୍‌ ପ୍ରାପ୍ତ କରାଯାଇପାରେ। ବୋକେହ ଏବଂ ପୋରଟ୍ରେଟ୍‌ ମୋଡ୍‌ ବ୍ୟାକଗ୍ରାଉଣ୍ଡକୁ ଫୋକସ୍‌ କରିବା ପାଇଁ ବ୍ୟବହାର କରାଯାଇଥାଏ। ଏହି ଫିଚର ଜଣଙ୍କୁ ପାଖାପାଖି ପ୍ରଫେଶନାଲ୍‌ ଭଳି ଅନୁଭବ କରାଇଥାଏ। ଏପରି କି, ସିଙ୍ଗଲ ଲେନ୍ସ ଥିବା ଫୋନରେ ମଧ୍ୟ ଏହି ଫିଚର ଉପଲବ୍ଧ ରହିଛି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button