ମନୋରଞ୍ଜନ

ଚଟ୍‌ପଟା ସ୍ୱାଦରେ ଭରପୂର ‘ପିଆଜ ଶିମଲା ଲିଙ୍କା’ ତରକାରୀ

ଗାଜର ଶିମଲା ଲଙ୍କା, ଆଳୁ ଶିିମଲା ଲଙ୍କା, ସ୍ୱିଟ୍‌ କର୍ଣ୍ଣ ଶିମଲା ଲଙ୍କା ଏବଂ ଭରଓ୍ଵା ଶିମଲା ଲଙ୍କାର ସବଜି ବା ତରକାରୀ ଆପଣ ଅନେକ ବାର ଖାଇଥିବେ। ହେଲେ ଆଜି ଆମେ ଯାହା ଆପଣଙ୍କୁ ବତାଇବାକୁ ଯାଉଛୁ, ତାହା ବନାଇବା ବହୁତ ସହଜ ଅଟେ। ଯଦି ଆପଣ କେବେ ଏହାକୁ ପ୍ରସ୍ତୁତ କରିନାହାନ୍ତି, ତା’ହେଲେ ଆଜି ହିଁ ତିଆରି କରନ୍ତୁ ଚଟପଟା ସ୍ୱାଦରେ ଭରପୂର ‘ପିଆଜ ଶିମଲା ଲଙ୍କା ସବଜି’।

ଆବଶ୍ୟକ ସାମଗ୍ରୀ

-୨ଟି ଶିମଲା ଲଙ୍କା(ଲମ୍ବା କଟା ହୋଇଥିବା)
-୪ଟି କଟା ହୋଇଥିବା ପିଆଜ
-ଅଧ ଚାମଚ ରାଇ
-ଅଧ ଚାମଚ ହଳଦୀ ପାଉଡ଼ର
-ଅଧ ଚାମଚ ନାଲି ଲଙ୍କା ଗୁଣ୍ଡ
-୧/୨ ବଡ଼ ଚାମଚ ପାସ୍ତା ମସଲା
-ଲୁଣ ସ୍ୱାଦ ଅନୁସାରେ
-ଧନିଆପତ୍ର
-୧/୨ ବଡ଼ ଚାମଚ ଚାଟ୍‌ ମସଲା
-୧ ଚାମଚ ତେଲ

ପ୍ରସ୍ତୁତି ପ୍ରଣାଳୀ

ପ୍ରଥମେ ମିଡିୟମ୍‌ ଆଞ୍ଚରେ କଡ଼େଇରେ ତେଲ ଗରମ କରନ୍ତୁ। ସେଥିରେ ରାଇ ପକାଇ ଚକଟନ୍ତୁ। ଏବେ ପିଆଜ ପକାନ୍ତୁ ଏବଂ ଏହାକୁ ହାଲକା ଲାଲ୍‌ ରଙ୍ଗ ହେବା ପଯ୍ୟର୍ନ୍ତ ଭାଜନ୍ତୁ। ପିଆଜ ଭାଜି ହୋଇଗଲେ, ଶିମଲା ଲଙ୍କା ପକାନ୍ତୁ। ଏବେ ଏହାକୁ ୨ରୁ ୩ମିନିଟ୍‌ ଯାଏ ଭାଜନ୍ତୁ। ଏହାପରେ ସେଥିରେ ହଳଦୀ, ଲଙ୍କା ଗୁଣ୍ଡ, ପାସ୍ତା ମସଲା ଓ ଚାଟ୍‌ ମସଲା ପକାଇ ମିଶାନ୍ତୁ ଏବଂ ୧ ମିନିଟ୍‌ ଯାଏ ଛାଡ଼ି ଦିଅନ୍ତୁ। ଏହା ସାମନ୍ୟ ଭାଜି ହୋଇଗଲା ପରେ ଲୁଣ ପକାଇ ଭଲ ଭାବେ ମିଶାଇ ଦିଅନ୍ତୁ ଏବଂ ଘୋଡ଼ଣି ଢାଙ୍କି ୨ରୁ ୩ ମିନିଟ୍‌ ଯାଏ ପୁଣି ଭାଜନ୍ତୁ। ଏବେ ଆଞ୍ଚ ବନ୍ଦ କରି ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ଆପଣଙ୍କ ସ୍ୱାଦିଷ୍ଟ ‘ପିଆଜ ଶିମଲା ଲଙ୍କା’ର ତରକାରୀ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button