ଶିକ୍ଷା

ଅନଲାଇନ୍‌ ଚାଟିଂରେ ଜୀବନସାଥୀ ବାଛୁଛନ୍ତି କି, ତା’ହେଲେ କେବେ ବି ‘ଇଂଲିଶ୍‌’ ବ୍ୟାକରଣ ଭୁଲ୍‌ କରନ୍ତୁନି

କିଛି ଲୋକ ଇଂଲିଶରେ ବହୁତ ଦୁର୍ବଳ ଥାଆନ୍ତି। ଏହି କାରଣରୁ ଅନେକ ସମୟରେ ସେମାନେ ଭୁଲ୍‌ ଇଂଲିଶ କହିଦିଅନ୍ତି। କିଛି ଲୋକ ସମାନ ଉଚ୍ଚାରଣ କରୁଥିବା ଦୁଇଟି ଇଂଲିଶ ଶବ୍ଦ ଭିତରେ ସାମଞ୍ଜସ୍ୟ ଜାଣିପାରନ୍ତି ନାହିଁ। ତେବେ ଏକ ଗବେଷଣାକୁ ଜଣାପଡ଼ିଛି ଯେ ଜୀବନସାଥୀ ବାଛିବାରେ ଇଂଲିଶ ବଡ଼ ପ୍ରତିବନ୍ଧକ ସାଜିଥାଏ।

ଏକ ଅଲନାଇନ ଡେଟିଙ୍ଗ୍‌ ସାଇଟ୍‌ ଅନୁସାରେ, ଅନଲାଇନ୍‌ ଡେଟିଙ୍ଗରେ ଗ୍ରାମାର ବା ବ୍ୟାକରଣ ଏକ ବଡ଼ ସମସ୍ୟା ସୃଷ୍ଟି କରିଥାଏ। ଡେଟିଙ୍ଗ୍‌ ବେଳେ ଯେଉଁ ଲୋକ ପ୍ରୋଫାଇଲରେ ଇଂଲିଶ ବ୍ୟାକରଣ ଭୁଲ୍‌ କରିଦିଅନ୍ତି, ସେମାନଙ୍କୁ ୧୪ ପ୍ରତିଶତ କମ୍‌ ଧ୍ୟାନ ଦିଆଯାଇଥାଏ। ଏଥିରେ ସବୁଠାରୁ ଅଧିକ ବିରାମ ଚିହ୍ନର ଭୁଲ୍‌ ବ୍ୟବହାର ଏବଂ ଶବ୍ଦର ଭୁଲ୍‌ ଉଚ୍ଚାରଣ ହୋଇଥାଏ।

lo11

ମହିଳା ଓ ପୁରୁଷଙ୍କ ମଧ୍ୟରେ ତଫାତ୍‌

ଗବେଷଣାରୁ ଜଣାପଡ଼ିଛି କି, ମହିଳା ଠିକ୍‌ ଇଂଲିଶ କହୁଥିବା ପାର୍ଟନରଙ୍କୁ ବେଶି ପସନ୍ଦ କରିଥାଆନ୍ତି। ୮୮ ପ୍ରତିଶତ ମହିଳା ଏହା ସ୍ୱୀକାର କରିଥିଲେ। ସେମାନେ ନିଜ ଜୀବନସାଥୀଙ୍କୁ ବାଛିବା ପାଇଁ ଇଂଲିଶର ଶୁଦ୍ଧ ଗ୍ରାମାର ଅନୁଧ୍ୟାନ କରନ୍ତି। ଏଭଳି କ୍ଷେତ୍ରରେ ୭୫ ପ୍ରତିଶତ ପୁରୁଷ ଏମିତି ପସନ୍ଦ କରିଥାଆନ୍ତି।

ଗ୍ରାମାର ଯୋଗୁ ବ୍ରେକଅପ

ଆପଣ ଜାଣି ଚକିତ ହେବେ ଯେ ଗବେଷଣାରେ ଭାଗ ନେଇଥିବା ପାଖାପାଖି ୨୩ ପ୍ରତିଶତ ମହିଳା ଓ ପୁରୁଷ କହିଛନ୍ତି, ସେମାନେ ନିଜ ପାର୍ଟନରଙ୍କ ଗ୍ରାମାର ଖରାପ ହେଲେ ବ୍ରେକଅପ କରିଦେବାକୁ ଚାହାଁନ୍ତି।

lo44

ଭୁଲ ପାଇଁ ହୋଇଥାଏ ଝଗଡ଼ା

ଗ୍ରାମାର ପାଇଁ ହେଉଥିବା ଭୁଲକୁ ନେଇ କପଲ୍ସ ବା ପ୍ରେମୀଯୁଗଳଙ୍କ ମଧ୍ୟରେ ଝଗଡ଼ା ହୋଇଥାଏ, ଏହାକୁ ୭୫ ପ୍ରତିଶତ ଲୋକ ଗବେଷଣା ସମୟରେ ମାନିଥିଲେ।

ପ୍ରଭାବିତ କରିବା ପାଇଁ ଶୁଦ୍ଧ ବ୍ୟାକରଣ ଗୁରୁତ୍ୱପୂର୍ଣ୍ଣ

ଅନଲାଇନ୍‌ ସ୍ପେଲିଂ ଆଣ୍ଡ ଗ୍ରାମର ଚେକିଙ୍ଗ୍‌ ଟୁଲ୍‌ ‘ଗ୍ରାମରଲି’ର ସିଇଓ ବ୍ରାଡ୍‌ ହୁବରଙ୍କ କହିବାନୁଯାୟୀ, ଆପଣଙ୍କ ଭଲ ଲେଖିବା ଶୈଳୀ ଆଉ ଜଣଙ୍କୁ ପ୍ରଭାବିତ କରିଥାଏ। ଆଉ ଏହାର ପ୍ରଭାବ ଆପଣଙ୍କ ଡେଟିଙ୍ଗ୍‌ ପ୍ରୋଫାଇଲ ଉପରେ ମଧ୍ୟ ପଡ଼ିଥାଏ। ଏହାଛଡ଼ା ଆପଣ ଇଂଲିଶରେ ବାକ୍ୟ କିଭଳି ବନାନ୍ତି, ଏହା ଉପରେ ବି ଲୋକେ ଧ୍ୟାନ ଦିଅନ୍ତି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button