ଦେଶ ବିଦେଶ

ଦିନରେ ନେଇପାରୁନାହାନ୍ତି କି ନିଜର ଯତ୍ନ, ଶୋଇବା ପୂର୍ବରୁ ଆପଣାନ୍ତୁ ଏହି ୫ଟି ଟିପ୍ସ

ପ୍ରତ୍ୟେକ ବ୍ୟକ୍ତି ନିଜକୁ ସୁନ୍ଦର ଭାବେ ଦେଖିବାକୁ ପସନ୍ଦ କରିଥାଏ। ତେଣୁ ନିଜର ତ୍ୱଚାର ଯତ୍ନ ନେବା ମଧ୍ୟ ଆପଣମାନଙ୍କର କର୍ତ୍ତବ୍ୟ । ଆପଣଙ୍କ ସୁସ୍ଥ ତ୍ୱଚା ହିଁ ଆପଣଙ୍କ ବ୍ୟକ୍ତିତ୍ୱକୁ ଉପସ୍ଥାପନ କରିଥାଏ। କିନ୍ତୁ ଏସବୁ ସତ୍ୱେ ବଦଳୁଥିବା ପାଣିପାଗ ଆପଣଙ୍କ ତ୍ୱଚା ଉପରେ ମଧ୍ୟ ପ୍ରଭାବ ପକାଇଥାଏ। ଏହା ଆପଣଙ୍କ ଭିତର ଏବଂ ବାହାର ସୁନ୍ଦରତାକୁ ହାନି ପହଞ୍ଚାଇଥାଏ। ଯଦି ନିଜ ତ୍ୱଚାର ଯତ୍ନ ନେବା ପାଇଁ ଆପଣଙ୍କ ପାଖରେ ଦିନରେ ସମୟର ଅଭାବ ରହିଛି, ତେବେ ରାତିରେ ଆପଣ ଏହି ୫ଟି ଉପାୟ ଜରିଆରେ ନିଜ ତ୍ୱଚାକୁ ସୁସ୍ଥ ରଖିପାରିବେ।

– ରାତିରେ ଶୋଇବା ପୂର୍ବରୁ ନିହାତି ଭାବେ ବ୍ରଶ କରିବା ଜରୁରୀ। ଖାଦ୍ୟ ଖାଇବା ପରେ ଆପଣ ବ୍ରଶ କରି ଶୋବା ଦ୍ୱାରା ଆପଣଙ୍କ ଦାନ୍ତ ସୁସ୍ଥ ରହେ। ଯଦି ଆପଣଙ୍କ ସୁନ୍ଦର ରହିବ, ଚେହେରା ମଧ୍ୟ ହସିଉଠିବ।

rose water

– ଶୋଇବା ପୂର୍ବରୁ ନିଶ୍ଚିତ ଭାବେ ଗାଧାନ୍ତୁ। ଦିନ ଯାକର ଥକ୍କାପଣ ଦୂର କରିବା ସହ ଶରୀରର ରକ୍ତ ସଂଚାଳନ ମଧ୍ୟ ସଠିକ ଭାବେ ହୋଇଥାଏ। ଏଥିପାଇଁ ଗାଧୋଇବା ଅଧାଘଣ୍ଟା ପୂର୍ବରୁ ବାଲଟି ପାଣିରେ କିଛି ଗୋଲାପ ଫୁଲର ପାଖୁଡା କିମ୍ବା ଗୋଲାପ ଜଳ ପକାଇ ଗାଧାନ୍ତୁ। ଏଥିରେ ଗାଧୋଇବା ଦ୍ୱାରା ଆପଣଙ୍କୁ ଫ୍ରେସ ଲାଗିବ।

– ଏହାଛଡା ଶୋଇବା ପୂର୍ବରୁ ନିଜ କେଶକୁ ଭଲ ଭାବେ କୁଣ୍ଡାଇ ବାନ୍ଧିଦିଅନ୍ତୁ। ଏପରି କରିବା ଦ୍ୱାରା ଶୋଇବା ବେଳେ ଆପଣଙ୍କ କେଶ କମ୍‌ ଅଳିଆ ହେବ ଏବଂ ଝଡିବା କମ୍‌ ହେବ।

-ଶୋଇବା ପୂର୍ବରୁ ସମ୍ପୂର୍ଣ୍ଣ ଶରୀରରେ ମଶ୍ଚରାଇଜର ନିଶ୍ଚିତ ଭାବେ ଲଗାନ୍ତୁ। ଏପରି କରିବା ଦ୍ୱାରା ତ୍ୱଚାରେ ନମନୀୟତା ରହେ।

– ପ୍ରତିଦିନ ଶୋଇବା ପୂର୍ବରୁ ହଳଦୀ ମିଶା କ୍ଷୀର ପିଅନ୍ତୁ। ଏହାଦ୍ୱାରା ଆପଣଙ୍କ ଶରୀରୁ ବିଷାକ୍ତ ପଦାର୍ଥ ବାହରିଯାଏ ଏବଂ ରକ୍ତ ମଧ୍ୟ ସଫା ହୋଇଯାଏ।

eye tips

– ପ୍ରତିଦିନ ଆମ ମସ୍ତିଷ୍କ ସହିତ ଆଖି ମଧ୍ୟ କାମ କରିଥାଏ। ତେଣୁ ଆଖିର ଯତ୍ନ ନେବା ମଧ୍ୟ ବେଶ୍‌ ଜରୁରୀ। ତେଣୁ ଶୋଇବା ପୂର୍ବରୁ ଆଖିର ଚାରିପାଖରେ କ୍ରିମ ମସାଜ କରି ଶୋଇବା ଉଚିତ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button