ନୀତି

ଗଣେଶ ଚତୁର୍ଥୀରେ ଏମିତି ସଜାନ୍ତୁ ପୂଜାଥାଳି, ନିଶ୍ଚୟ ପ୍ରସନ୍ନ ହେବେ ଗଜାନନ

ଆଗକୁ ଆସୁଛି ଗଣେଶ ଚତୁର୍ଥୀ। ଭଗବାନ ଗଣେଶଙ୍କ ପ୍ରିୟ ଭକ୍ତମାନେ ଏହି ଦିନ ପାଇଁ ଅତି ଉତ୍ସାହର ସହ ଅପେକ୍ଷା କରି ରହିଥାନ୍ତି। ଚଳିତ ବର୍ଷ ଗଣେଶ ଉତ୍ସବ ୨ ରୁ ୧୨ ସେପ୍ଟେମ୍ବର ପର୍ଯ୍ୟନ୍ତ ପାଳନ କରାଯାଇପାରିବ। ବିଶେଷ ରୂପେ ଘରେ ଗଣେଶଙ୍କ ପୂଜା କରୁଥବା ଲୋକମାନେ ଅନେକ କଥାରେ ଧ୍ୟାନରେ ରଖିବା ଉଚିତ। ତେବେ ଜାଣନ୍ତୁ କେଉଁ ସବୁ କଥାରେ ଧ୍ୟାନ ଦେବେ।

ଭଗବାନ ଗଣେଶଙ୍କ ପୂଜାରେ ଯଦି ଟିକିଏ ବି କିଛି ଭୁଲ ହୋଇଯାଏ ତେବେ ଭଗବାନଙ୍କ କୃପା ଲାଭ କରିବା କଷ୍ଟକର ହୋଇଯାଇଥାଏ। ଏହି କାରଣରୁ ଗଣେଶ ଚତୁର୍ଥୀ ଦିନ ପୂଜା ଥାଳି କିପରି ସଜାଡିବା ଉଚିତ ଏବଂ କେଉଁ ଜିନିଷ ଉପରେ ଧ୍ୟାନ ରଖିବା ଉଚିତ ସେହି ବିଷୟରେ ଆଜି ଆମେ ଆପଣଙ୍କୁ କହିବୁ।

puja-ଗଣେଶଙ୍କ ପୂଜାରେ ଷ୍ଟିଲ ଥାଳି କିମ୍ବା ପିତଳ ଥାଳି ବ୍ୟବହାର କରିପାରିବେ।ଏଥିରେ ନାଲି ରଙ୍ଗର କପଡା ପକାନ୍ତୁ। ଏହି ଥାଳିକୁ ଆଧ୍ୟାତ୍ମିକ ରୂପ ଦେବା ପାଇଁ ଏଥିରେ ସ୍ବସ୍ତିକ ଚିହ୍ନ ଆଙ୍କି ଦିଅନ୍ତୁ।

-ପୂଜା ଥାଳିକୁ ଆକର୍ଷଣୀୟ କରିବା ପାଇଁ ବିଭିନ୍ନ ଷ୍ଟୋନ ସାହାଯ୍ୟରେ ସଜାଇ ପାରିବେ।

-ଥାଳିରେ ସିନ୍ଦୁର ଏବଂ ଚାଉଳ ଅଲଗା-ଅଲଗା ଛୋଟ ପାତ୍ରରେ ରଖନ୍ତୁ। ଏହା ବ୍ୟତୀତ ଥାଳି ଉପରେ ଦୀବ, ଧୂପ ଏବଂ ମିଠା ରଖନ୍ତୁ। ଭଗବାନ ଗଣେଶଙ୍କ ପ୍ରିୟ ଲଡୁ ହୋଇଥିବାରୁ ମିଠା ମଧ୍ୟରେ ନିଶ୍ଚୟ ଲଡୁ ଭୋଗ ଲଗାନ୍ତୁ।

-ଏହା ବ୍ୟତୀତ ବଜାରରେ ମିଳୁଥିବା ଛୋଟ ଛୋଟ ମାଟି ପାତ୍ର ମଧ୍ୟ ପୂଜା ଥାଳି ଉପରେ ରଖି ସେଥିରେ କିଛି ଜିନିଷ ମଧ୍ୟ ରଖିପାରିବେ। ଏଥିସହ ବିଭିନ୍ନ ରଙ୍ଗ-ବେରଙ୍ଗର ଫୁଲ ସାହାଯ୍ୟରେ ପୂଜା ଥାଳିକୁ ସଜାଇ ପାରିବେ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button