ଦେଶ ବିଦେଶ
ଚଷମାରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି କି? ଖାଦ୍ୟରେ ସାମିଲ କରନ୍ତୁ ଏହି 5 ଟି ଜିନିଷ

ଆଜିର ଆଧୁନିକ ତଥା ପରିବର୍ତ୍ତନଶୀଳ ଦୁନିଆରେ ସମସ୍ତେ ନିଜ ଲୁକ୍କୁ ନେଇ ଅଛନ୍ତି ଚିନ୍ତାରେ। କ’ଣ ପିନ୍ଧିବେ କେମିତି ହେୟାର ଷ୍ଟାଇଲ୍ କଲେ ଅନ୍ୟମାନଙ୍କ ଆଗରେ ଭିନ୍ନ ଦିଶିବେ, ସେ ଚିନ୍ତା ଏବେ ଘାରିଛି ସବୁ ଯୁବ ପିଢ଼ିଙ୍କୁ। ତେବେ ବର୍ତ୍ତମାନ ପ୍ରାୟ ପାଠପଢ଼ା ସହ ମୋବାଇଲ୍ ବ୍ୟବହାର ଯୋଗୁ ଆଖି ଉପେରେ ଅଧିକ ପ୍ରଭାବ ପଡ଼ୁଛି। ଫଳରେ ଖୁବ୍ କମ୍ ବୟସରୁ ହିଁ ପିଲାମାନେ ଚଷମା ବ୍ୟବହାର କରିବାକୁ ବାଧ୍ୟ ହେଉଛନ୍ତି। ଯାହା ତାଙ୍କ ଲୁକ୍କୁ ଖରାପ କରୁଛି। ଯଦି ଆପଣ ମଧ୍ୟ ଏଭଳି ସମସ୍ୟା ଭୋଗୁଛନ୍ତି ତେବେ ବ୍ୟସ୍ତ ହୁଅନ୍ତୁ ନାହିଁ। ଦୈନିକ ଖାଦ୍ୟରେ କିଛି ପରିବର୍ତ୍ତନ କରି ଖୁବ୍ କମ୍ ଦିନରେ ବଢ଼ାନ୍ତୁ ଦୃଷ୍ଟିଶକ୍ତି। ଖାଦ୍ୟରେ ଭିଟାମିନ୍ ଏ ଯୁକ୍ତ ଖାଦ୍ୟକୁ ଅଧିକ ମାତ୍ରାରେ ସାମିଲ କରନ୍ତୁ। ଏଥିସହ ଜିଙ୍କ୍, ଓମେଗା ୩ ଫ୍ୟାଟି ଏସିଡ୍, ସେଲେନିୟମ୍, ବିଟା କେରୋଟିନ୍ ଯୁକ୍ତ ଖାଦ୍ୟ ଗ୍ରହଣ କରନ୍ତୁ।
ଗାଜର
ଆଖି ପାଇଁ ଗାଜର ଏକ ମହୌଷଧି ଭଳି କାମ କରିଥାଏ। ଏଥିରେ ଭିଟାମିନ୍ ‘ଏ’ର ମାତ୍ରା ବହୁତ ଅଧିକ ଥାଏ, ଯାହା ସହଜରେ ରକ୍ତରେ ମିଶିଯାଏ। ପ୍ରତିଦିନ ଏକ ଗ୍ଲାସ ଗାଜର ଜୁସ୍ ପିଇବା ଦ୍ୱାରା ଦୃଷ୍ଟିଶକ୍ତି ବୃଦ୍ଧି ପାଇଥାଏ।

କନ୍ଦମୂଳ
କନ୍ଦମୂଳ ବା ସୁଇଟ୍ ପଟାଟୋରେ ପର୍ଯ୍ୟାପ୍ତ ପରିମାଣରେ ବିଟା କେରୋଟିନ୍ ରହିଥାଏ। ଯାହା ଶରୀରର ଦୁର୍ବଳ କୋଷିକାକୁ ସବଳ କରିବାରେ ସାହାଯ୍ୟ କରେ। ଯେକୌଣସି ଖାଦ୍ୟରେ ମଧ୍ୟ ଆପଣ କନ୍ଦମୂଳ ଖାଇପାରିବେ। ଆପଣ ଚାହିଁଲେ କନ୍ଦମୂଳକୁ ସିଝାଇ କିମ୍ବା ଛାଣିକି ମଧ୍ୟ ଖାଇପାରିବେ। ଏଥିରେ ଥିବା ପୋଷକ ତତ୍ତ୍ୱ ଆଖି ପାଇଁ ଔଷଧ ଭଳି କାମ କରିଥାଏ।

ପାନମଧୁରୀ
ପାଚନ କ୍ରିୟାକୁ ତ୍ୱରାନ୍ଵିତ କରିବାରେ ପାନମଧୁରୀ ସାହାଯ୍ୟ କରେ। ପାନମଧୁରୀ ଖାଇବା ଦ୍ୱାରା ମୋତିଆବିନ୍ଦୁ ଭଳି ରୋଗ ହେବାର ଆଶଙ୍କା କମ୍ ରହିଥାଏ। ବାଦାମ, ପାନମଧୁରୀ ଏବଂ ମିଶ୍ରିର ଏକ ପାଉଡ଼ର କରି ପ୍ରତିଦିନ ରାତିରେ ଶୋଇବା ପୂର୍ବରୁ ଏକ ଗ୍ଲାସ ଉଷୁମ କ୍ଷୀର ସହ ସେବନ କରନ୍ତୁ। ୪୦ ଦିନ ଏଭଳି କରନ୍ତୁ, ଦେଖନ୍ତୁ ଆପଣଙ୍କ ଦୃଷ୍ଟିଶକ୍ତିରେ ହେଉଛି କିଭଳି ପରିବର୍ତ୍ତନ।

ଅଁଳା
ଅଁଳାରେ ଭିଟାମିନ୍ ସି, କ୍ୟାଲସିୟମ୍, ଫସଫରସ୍,ପୋଟାସିୟମ୍, ଆଇରନ୍, କେରୋଟିନ୍ ଏବଂ ଭିଟାମିନ୍ ବି କମ୍ପ୍ଲେକ୍ସ ଭଳି ଆବଶ୍ୟକୀୟ ତତ୍ତ୍ୱ ବହୁ ପରିମାଣରେ ମହଜୁଦ୍ ଥାଏ। କଞ୍ଚା ଅଁଳା ଖାଇବା ଶରୀର ଉପଯୋଗୀ ହୋଇଥିବା ବେଳେ ଆପଣ ଏହାକୁ ଜୁସ୍ ଭାବେ ମଧ୍ୟ ପିଇପାରିବେ। ଦୁଇ ଚାମଚ ଅଁଳାକୁ ଜୁସ୍ କରି କିମ୍ବା ଅଁଳାରେ ଚାହା କରି ସେଥିରେ ମହୁ ମିଶାଇ ପିଇବା ଦ୍ୱାରା ମଧ୍ୟ ଦୃଷ୍ଟିଶକ୍ତି ବୃଦ୍ଧି ହୋଇଥାଏ।

ଆତ
ଆତ ବା ସୀତାଫଳ ଦୃଷ୍ଟିଶକ୍ତି ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ ବୋଲି ପ୍ରାୟ କମ୍ ଲୋକ ଜାଣନ୍ତି। ସୀତାଫଳରେ ଏମିତି ଅନେକ ପୋଷକ ତତ୍ତ୍ୱ ରହିଛି ଯାହା ଆଖି ପାଇଁ ରାମବାଣ ସଦୃଶ କାର୍ଯ୍ୟ କରିଥାଏ। ସେପ୍ଟେମ୍ବରରୁ ନଭେମ୍ବର ମାସ ମଧ୍ୟରେ ଉପଲବ୍ଧ ହେଉଥିବା ଏହି ଫଳକୁ ନିୟମିତ ସେବନ କଲେ ଦୃଷ୍ଟିଶକ୍ତି ବୃଦ୍ଧି ପାଇବ ଓ ଆପଣ ଖୁବ୍ଶୀଘ୍ର ଚଷମା ପିନ୍ଧିବାରୁ ମୁକ୍ତି ପାଇବେ।




