ନୀତି

ଏଥର ଗଣେଶ ପୂଜାରେ ଭୋଗ ଲଗାନ୍ତୁ ମୋଦକ, କରନ୍ତୁ ଏମିତି ପ୍ରସ୍ତୁତି

ଗଣେଶ ଚତୁର୍ଥୀ ଅବସରରେ ଭଗବାନ ଗଣେଶଙ୍କ ଆଗମନ ପାଇଁ ଭବ୍ଯ ପ୍ରସ୍ତୁତି କରାଯାଇଥାଏ। ଗଜାନନଙ୍କ ସ୍ବାଗତ ପାଇଁ ଭକ୍ତମାନେ କୌଣସି ପ୍ରକାର ଚେଷ୍ଟା ମଧ୍ଯ ଛାଡିନଥାନ୍ତି। ସେହିପରି ଗଣେଶଙ୍କ ପ୍ରିୟ ଖାଦ୍ଯ ମୋଦକ ହୋଇଥିବାରୁ ଲୋକମାନେ ଖୁବ୍ ଜୋସୋର୍ ରେ ମୋଦକ ତିଆରି କରିବାରେ ଲାଗି ପଡ଼ିଥାନ୍ତି। ତେବେ ଆପଣମାନେ ମଧ୍ଯ ପୂଜା ଅବସରରେ ଘରେ ତିଆରି କରିପାରିବେ ମୋଦକ। ଜାଣନ୍ତୁ ଘରେ କିପରି ପ୍ରସ୍ତୁତ କରିବେ ମୋଦକ।

ଆବଶ୍ୟକୀୟ ସାମଗ୍ରୀ

୧୫୦ ଗ୍ରାମ କୋରା ଯାଇଥିବା ନଡ଼ିଆ

୨୫୦ ଗ୍ରାମ ମଇଦା

୨୫୦ ଗ୍ରାମ ଚିନି ଗୁଣ୍ଡ

୧ ଚାମଚ ଅଳେଇଚ ପାଉଡର

୧ ଛୋଟ କପ୍ କାଜୁ ଏବଂ ବାଦାମ

ଅଧା କପ୍ କିସମିସ୍

ମିଶ୍ରଣ କରିବା ପାଇଁ ଘିଅ କିମ୍ବା ତେଲ

ପ୍ରସ୍ତୁତ କରିବା ପାଇଁ ଅଲଗା ଘିଅ ରଖନ୍ତୁ

Modakପ୍ରସ୍ତୁତ କରିବେ କିପରି

ସର୍ବପ୍ରଥମେ ମଇଦାରେ ଘିଅ ପକାଇ ଚକଟନ୍ତୁ। ଏହାପରେ କୋରା ଯାଇଥିବା ନଡ଼ିଆ, ଚିନିଗୁଣ୍ଡ, ଅଳେଇଚ, କାଜୁ ବାଦାମ ଏବଂ କିସମିସ୍ ଆଦି ସମସ୍ତ ସାମଗ୍ରୀକୁ ମିଶ୍ରଣ କରନ୍ତୁ। ଏହାପରେ ଚକଟା ଯାଇଥିବା ମଇଦାରେ ଛୋଟ ଛୋଟ ଗୁଳା କରି ସେଥିରେ ମଝିରେ ଆବଶ୍ୟକ ଅନୁଯାୟୀ ପୁର ଭର୍ତ୍ତି କରନ୍ତୁ। ଏହାପରେ କଡେଇରେ ଘିଅ ଗରମ ହେବା ପରେ କମ ଆଞ୍ଚରେ ସେଥିରେ ମୋଦକ ପକାନ୍ତୁ। ଏହାପରେ ମୋଦକ ଥଣ୍ଡା ହେବା ପରେ ଭଗବାନଙ୍କୁ ଭୋଗ ଲଗାନ୍ତୁ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button