ଦେଶ ବିଦେଶ

ସ୍ୱାଦ ପାଇଁ ନୁହେଁ ସ୍ୱାସ୍ଥ୍ୟ ପାଇଁ ଖାଆନ୍ତୁ ମକା

ଦିଲ୍ଲୀ ଏକ ଏପରି ସ୍ଥାନ ଯେଉଁଠି ସବୁ ଋତୁରେ ମକା ଖାଇବାକୁ ମିଳିଥାଏ । ଏଠାକୁ ଆସିଲେ ମକାର ଭିନ୍ନ ଭିନ୍ନ ପ୍ରକାରର ପ୍ରଜାତି ବିଷୟରେ ମଧ୍ୟ ଆପଣ ଜାଣିପାରିବେ । ମେଟ୍ରୋ ଗେଟର ବାହାରେ ହେଉ କିମ୍ବା ଭିତରେ ମକା ସବୁ ସ୍ଥାନରେ ଉପଲବ୍ଧ ହୋଇଥାଏ । ସେ ଆମେରିକାନ କର୍ଣ୍ଣ ମସଲା ହେଉ କିମ୍ବା ସିଝା ମକା ପ୍ରତ୍ୟକ ଡିସର ଅଲଗା ଅଲଗା ପ୍ରକାରର ସ୍ୱାଦ ହୋଇଥାଏ ।

 

Image result for corn

ମକା କେବଳ ସ୍ୱାଦ ପର୍ଯ୍ୟନ୍ତ ସୀମିତ ନୁହେଁ ଏହାର ଅନେକ ଫାଇଦା ରହିଥାଏ ଯେପରି ଏହା ପିଲାବେଳୁ ସମସ୍ତଙ୍କୁ କୁହାଯାଇଥାଏ ଯେ ‘ମକା ଖାଅ ଦାନ୍ତ ସୁସ୍ଥ ରୁହିବ’ କିନ୍ତୁ ସେହି ସମୟରେ ଏହି କଥାକୁ କିଏ ଧ୍ୟାନ ଦେଉଥିଲା । ପ୍ରକୃତରେ ଏହି କଥାରେ ସତ୍ୟତା ରହିଛି । ସାଧାରଣତଃ ସମସ୍ତେ ଏହି କଥା ଜାଣିନଥିବେ ଯେ ମକା ଖାଇବା ଦ୍ୱାରା ଏହା ଦାନ୍ତକୁ ମଜବୁତ କରିବା ପାଇଁ କ୍ଷମତା ଯୋଗାଇଥାଏ । ପ୍ରକୃତରେ ଏହାକୁ ଖାଇବା ଦ୍ୱାରା ଦାନ୍ତର ଏକ୍ସରସାଇଜ ହୋଇଥାଏ ଯାହାକି ସାଧାରଣ ଭାବେ ଆମେ କରିନଥାଉ ।

Image result for corn

ମକା ସ୍ୱାସ୍ଥ୍ୟ ପାଇଁ କେତେ ଉପକାରକ ?

ମକାରେ ଭିଟାମିନ A ରହିଥାଏ ଏବଂ ଏହାକୁ ସିଝାଇ ଖାଇବା ଦ୍ୱାରା ଏହାର ପୌଷ୍ଟିକ କ୍ଷମତା ଦ୍ବିଗୁଣିତ ହୋଇଯାଇଥାଏ

ଆୟୁର୍ବେଦ ଅନୁସାରେ ମକା ଥଣ୍ଡା, କାଶ, ପିତ୍ତ ଏବଂ ବାଟ ଆଦିକୁ ଦୂରେଇ ରଖିଥାଏ

ଏହା ଚେହେରାକୁ ସତେଜ ରଖିବା ସହିତ କ୍ୟାନସର ସହ ଲଢ଼ିବାକୁ ସାହାଯ୍ୟ କରିଥାଏ

ଏଥିରେ ଭିଟାମିନ B ଏବଂ ମିନେରାଲସ ପ୍ରଚୁର ମାତ୍ରାରେ ମିଳିଥାଏ

 

ମକାକୁ କୋଲେଷ୍ଟ୍ରଲ ଫାଇଟର ବୋଲି କୁହାଯାଇଥାଏ ଏବଂ ଏହା ହାର୍ଟ ପେସେଣ୍ଟ ମାନଙ୍କ ପାଇଁ ବହୁତ ଭଲ ହୋଇଥାଏ

ଲିଭର ପାଇଁ ଏହା ବହୁତ ଲାଭଦାୟକ ହୋଇଥାଏ

ଟିଭି ରୋଗୀ ମାନେ ମକା ଖାଇବା ଦ୍ୱାରା ତାଙ୍କୁ ଫାଇଦା ମିଳିଥାଏ

ମକରେ ଥିବା କୋଲିକ ଏସିଡ ଗର୍ଭବତୀ ମହିଳା ମାନଙ୍କ ପାଇଁ ବହୁତ ଆବଶ୍ୟକୀୟ ହୋଇଥାଏ

ଏହାର ମାଣ୍ଡାକୁ ବ୍ୟବହାର କରିବା ଦ୍ୱାରା ତ୍ୱଚା ବହୁତ ସୁନ୍ଦର ଏବଂ ଚିକ୍କଣ ହୋଇଥାଏ

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button