ଜୀବନଶୈଳୀ

ଶରୀରର ଏସବୁ ସଙ୍କେତ ଦିଏ କିଡ୍‌ନୀ ଖରାପର ସୂଚନା

ଆଜିକାଲିର ବ୍ୟସ୍ତବହୁଳ ଜୀବନଶୈଳୀ ଯୋଗୁ ଲୋକମାନେ ନିଜ ଖାଦ୍ୟପେୟ ଉପରେ ଧ୍ୟାନ ଦେବାକୁ ସମୟ ପାଇନଥାନ୍ତି। ଏଣୁ ଅସମୟରେ ବିଭିନ୍ନ ଦୁରାରୋଗରେ ପୀଡ଼ିତ ହୋଇଥାନ୍ତି। ଅସନ୍ତୁଳିତ ଖାଦ୍ୟପାନ ଯୋଗୁ ଲୋକେ କିଡନୀଜନିତ ସମସ୍ୟା ଭୋଗ କରିଥାନ୍ତି। ରକ୍ତକୁ ବିଶୋଧନ କରି ଶରୀରକୁ ସୁସ୍ଥ ରଖିବାରେ କିଡ୍‌ନୀ ସାହାଯ୍ୟ କରିଥାଏ। ମନୁଷ୍ୟ ଶରୀରରେ ଦୁଇଟି କିଡ୍‌ନୀ ରହିଛି। ଏଥିରେ ରକ୍ତକୁ ବିଶୋଧନ କରିବା ପାଇଁ ବହୁତ କ୍ଷୁଦ୍ର କଣା ରହିଥାଏ। ଏହି କଣାକୁ ନେରୋଡ଼େନ୍ସ କୁହାଯାଏ। କିଡ୍‌ନୀ ଠିକ୍‌ ଭାବେ କାର୍ଯ୍ୟ କରି ଶରୀରରୁ ଅନାବଶ୍ୟକ ତତ୍ତ୍ୱକୁ ମୂତ୍ର ଭାବେ ନିଷ୍କାସିତ କରେ। ତେବେ କିଡ୍‌ନୀ ଜନିତ ସମସ୍ୟା ବା କିଡ୍‌ନୀ ଫେଲ୍‌ ହେବା ପୂର୍ବରୁ କେତେକ ଲକ୍ଷଣ ପରିଲକ୍ଷିତ ହୋଇଥାଏ। ଯଦି ଆପଣଙ୍କ ଠାରେ ମଧ୍ୟ ସେଭଳି ଲକ୍ଷଣ ଦେଖିବାକୁ ମିଳୁଛି ତେବେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେଇ ଚିକିତ୍ସା କରନ୍ତୁ।

ପରିସ୍ରାରେ ରକ୍ତ ପଡ଼ିବା

ପରିସ୍ରାରେ ନିୟମିତ ଭାବେ ରକ୍ତ ପଡ଼ୁଥିଲେ ଏହାକୁ ଅଣଦେଖା କରନ୍ତୁ ନାହିଁ। କିଡ୍‌ନୀ ଖରାପ ଥିଲେ ପରିସ୍ରାରେ ରକ୍ତ ପଡ଼ିଥାଏ।

କମ୍‌ ପରିସ୍ରା ହେବା

ଯଦି ଆପଣଙ୍କୁ ବାରମ୍ବାର ପରିସ୍ରା ଲାଗୁଛି ବା କମ୍‌ ପରିସ୍ରା ହେଉଛି ତେବେ ଏହାକୁ ଅଣଦେଖା କରନ୍ତୁ ନାହିଁ। ବାରମ୍ବାର ପରିସ୍ରା ଲାଗିବା କିଡ୍‌ନୀ ଖରାପ ହେବାର ସଙ୍କେତ ଦେଇଥାଏ। କିଡ୍‌ନୀଜନିତ ସମସ୍ୟା ଥିଲେ ପରିସ୍ରା ହେବାରେ ଅସୁବିଧା ଦେଖାଦିଏ।

କିଡ୍‌ନୀରେ ପାଣି ଜମାହେବା

କିଡ୍‌ନୀ ଖରାପ ହେବା ଫଳରେ ଶରୀରରେ ଅତିରିକ୍ତ ପାଣି ଜମା ହୋଇଥାଏ। ଏହାଦ୍ୱାରା କିଡନୀ ଠିକ୍‌ ଭାବେ କାମ କରିପାରେନାହିଁ। ଅତିରିକ୍ତ ପାଣି ଜମା ହେବା ଫଳରେ ନିଃଶ୍ୱାସ ପ୍ରଶ୍ୱାସ ନେବାରେ ବାଧା ଉପୁଜେ।

ଅଚାନକ ଓଜନ ବଢ଼ିଯିବା

ଶରୀରର ଓଜନ ଅଚାନକ ବଢ଼ିବା ଏବଂ ଅନ୍ୟ ଅଙ୍ଗପ୍ରତ୍ୟଙ୍ଗ ଫୁଲିଯିବା କିଡ୍‌ନୀ ଫେଲ୍‌ ହେବାର ଅନ୍ୟତମ ଲକ୍ଷଣ। ଯଦି ଆପଣଙ୍କ ହାତ ପାଦ ବା ଅନ୍ୟପ୍ରତ୍ୟଙ୍ଗ ଅସ୍ୱାଭାବିକ ଭାବେ ଫୁଲୁଛି, ତେବେ ତୁରନ୍ତ ଡାକ୍ତରଙ୍କୁ ଦେଖାଇ ଚିକିତ୍ସା କରନ୍ତୁ।

ମୁଣ୍ଡବୁଲାଇ ହେବା

କିଡ୍‌ନୀର କାର୍ଯ୍ୟପ୍ରଣାଳୀରେ ସମସ୍ୟା ସୃଷ୍ଟି ହେଲେ ମୁଣ୍ଡ ବୁଲାଇ ହେବା ସମ୍ଭାବନା ବଢ଼ିଯାଏ। ଦିନ ସାରା ଥକାପଣ ଅନୁଭବ ହୋଇଥାଏ। ତେବେ କେବଳ କିଡ୍‌ନୀ ଖରାପ ହେଲେ ନୁହେଁ ଶରୀରରେ ରକ୍ତ ଅଭାବ ଥିଲେ ମଧ୍ୟ ଏଭଳି ସମସ୍ୟା ଦେଖାଯାଏ। ଶରୀରରେ ଏନିମିଆ ବୃଦ୍ଧି ହେଲେ ମୁଣ୍ଡବୁଲାଇବା, ମୁଣ୍ଡବିନ୍ଧା, ମାନସିକ ସନ୍ତୁଳନ ରକ୍ଷା ନହେବା ଭଳି ସମସ୍ୟା ପରିଲକ୍ଷିତ ହୋଇଥାଏ। ଏନିମିଆ ଯୋଗୁଁ ମସ୍ତିଷ୍କକୁ ରକ୍ତ ସଞ୍ଚାଳିତ ହୋଇପାରେ ନାହିଁ। ଏଥିସହ ସୁଖ ନିଦ୍ରା ମଧ୍ୟ ହୁଏନାହିଁ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button