ବିଚାର

ଗଣେଶ ମୂର୍ତ୍ତିଙ୍କୁ ବିସର୍ଜନ କାହିଁକି କରାଯାଏ, ଜାଣନ୍ତୁ କେବେଠୁ ଆରମ୍ଭ ହେଲା ଏହି ପରମ୍ପରା

ସମଗ୍ର ଦେଶରେ ହସ ଉଲ୍ଲାସର ସହ ପାଳନ କରାଯାଉଛି ଗଣେଶ ପୂଜା। ଗଣେଶ ଚତୁର୍ଥୀରୁ ଏହି ପୂଜା ଆରମ୍ଭ ହୋଇ ଅନନ୍ତ ଚତୁର୍ଦ୍ଦଶୀରେ ଶେଷ ହୁଏ । ଆଜି ଆମେ ଜାଣିବା ଗଣେଶଙ୍କୁ ବିସର୍ଜନ କାହିଁକି କରାଯାଏ । ପ୍ରଥାରେ ରହିଛି ପୂଜା ଆରମ୍ଭର ୧୧ ଦିନରେ ପଡେ ଅନନ୍ତ ଚତୁର୍ଦ୍ଦଶୀ । ସେହିଦିନ ମୃଣ୍ମୟୀ ମୂର୍ତ୍ତିକୁ ବିସର୍ଜନ କରିବାର ପରମ୍ପରା ରହିଛି । ଏହି ଦିନ ଗଣେଶ ଉତ୍ସବ ଶେଷ ହୁଏ ।

ଧାର୍ମିକ ଗ୍ରନ୍ଥ ଅନୁସାରେ ଯେବେ ବେଦବ୍ୟାସ ମହାଭାରତ କଥା ୧୦ ଦିନଯାଏଁ ଗଣେଶଙ୍କୁ ଶୁଣାଇ ଥିଲେ ସେତେବେଳେ ସେ ନିଜ ଆଖି ବନ୍ଦ କରି ଦେଇଥିଲେ । ଆଉ ଯେବେ ୧୦ ଦିନ ପରେ ଆଖି ଖୋଲି ଦେଖିଲେ ସେତେବେଳେ ଗଣେଶଙ୍କ ଚାରି ପଟେ ଏକ ତେଜ ସୃଷ୍ଟି ହୋଇଥିଲା ଏବଂ ଗଣେଶଙ୍କ ଶରୀର ଖୁବ ଜୋରରେ ତାତି ଯାଇଥିଲା । ତାପରେ ଦେଦବ୍ୟାସ ଗଣେଶଙ୍କୁ ନିକଟରେ ଥିବା ଏକ ପାଣି କୁଣ୍ଡରେ ସ୍ନାନ କରାଇ ଦେଲେ ଏହା ପରେ ତାଙ୍କ ଶରୀରର ତାପ କମିଯାଇଥିଲା । ସେଥିପାଇଁ ଗଣେଶ ମୂର୍ତ୍ତି ସ୍ଥାପନ କରିବାର ୧୦ ଦିନ ପର୍ଯ୍ୟନ୍ତ ତାଙ୍କୁ ପୂଜା କରାଯାଏ ଓ ୧୧ ଦିନ ଜଳରେ ଗଣେଶଙ୍କ ପ୍ରତିମାକୁ ବିସର୍ଜନ କରାଯାଏ ।

KPN photoଗଣେଶ ବିସର୍ଜନର ଆଉ ଏକ ମହତ୍ତ୍ୱ ରହିଛି । ଏହି ମୂର୍ତ୍ତି ମାଟିରେ ତିଆରି ହୋଇଥାଏ ଓ ବିସର୍ଜନ କରିବା ଦ୍ୱାରା ଏହା ମାଟିରେ ହିଁ ମିଶିଯାଏ । ଏହା ଏକ ବାସ୍ତବତା ଅଟେ । ଯାହା ମଣିଷ ଜୀବନରେ ହିଁ ଘଟିଥାଏ । ଅର୍ଥାତ ସବୁ ଜୀବନ ଦିନେ ନା ଦିନେ ମାଟିରେ ହିଁ ମିଶିଥାଏ ବୋଲି ଗଣେଶ ବିସର୍ଜନ ଦ୍ୱାରା ଦର୍ଶାଯାଇଛି । ଆପଣ ଜାଣନ୍ତି କେବେଠାରୁ ଏହି ଉତ୍ସବ ପାଳନ ହୋଇଆସୁଛି । ଏମିତି ତ ଏହା ବହୁ ବର୍ଷ ପୂର୍ବରୁ ପାଳନ ହୋଇଆସୁଛି, କିନ୍ତୁ ୧୮୯୩ ମସିହା ଯାଏଁ ଏହା ଘର ଭିତର ପୂଜାରେ ସୀମିତ ଥିଲା । ସେହି ସମୟରେ ସାମୁହିକ ପୂଜା କରାଯାଉ ନଥିଲା ।

 

ଏବେ ଯେମିତି ବଡ଼ ବଡ଼ ମେଢ଼ ତିଆରି ହେଉଛି ପୂର୍ବରୁ ସେଭଳି ହେଉ ନଥିଲା । ୧୯୮୩ରେ ବାଲ ଗଙ୍ଗାଧର ତିଳକ ଇଂରେଜଙ୍କ ବିରୋଧରେ ଭାରତୀୟଙ୍କୁ ଏକାଠି କରିବା ପାଇଁ ଏହି ଉତ୍ସବର ଆୟୋଜନ କରିଥିଲେ। ହଜାର ହଜାର ଲୋକ ଏଥିରେ ସାମିଲ ହେଲେ । ତାପରେ ଧୀରେ ଧୀରେ ଅନ୍ୟ ରାଜ୍ୟ ଓ ଆଜି ପୂରା ଦେଶରେ ଗଣେଶ ପୂଜା ବଡ଼ ଧୁମ ଧାମରେ ପାଳନ କରାଯାଉଛି । ବାଲ ଗଙ୍ଗାଧର ଏହାର ଆୟୋଜନ କେବଳ ମହାରାଷ୍ଟ୍ରରେ କରିଥିଲେ ।

 

puja ganeshଯେହେତୁ ମହାରାଷ୍ଟ୍ରରେ ପ୍ରଥମେ ଆରମ୍ଭ ହୋଇଥିଲା ଏହି ଉତ୍ସବ ତେଣୁ ଏଠାରେ ବଡ଼ ପର୍ବ ହିସାବରେ ଖୁବ ଆଡ଼ମ୍ବରରେ ପାଳନ ହୋଇଆସୁଛି ଗଣେଶ ପୂଜା । ବାଲ ଗଙ୍ଗାଧର ତିଳକ ସେହି ସମୟରେ ସ୍ୱରାଜ ପାଇଁ ସଂଘର୍ଷ କରୁଥିଲେ । ଆଉ ତାଙ୍କୁ ଏଭଳି ଏକ ମଞ୍ଚର ଆଵଶ୍ୟକତା ଥିଲା ଯାହା ମଧ୍ୟମରେ ତାଙ୍କ କଥା ଅଧିକରୁ ଅଧିକ ଭାରତୀୟଙ୍କ କାନରେ ବାଜି ପାରିବ । ସେଥିଲାଗି ଗଣେଶ ପୂଜା କରାଗଲା । ଯାହାର ଛବି ଆଜିବି ମହାରାଷ୍ଟ୍ରରେ ଦେଖିବାକୁ ମିଳୁଛି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button