ଦେଶ ବିଦେଶ

ଏବେ ଘରେ ନିଜ ପିଲା ମାନଙ୍କ ପାଇଁ ବହୁତ ସହଜ ଉପାୟରେ ପ୍ରସ୍ତୁତ କରନ୍ତୁ ପିଜ୍ଜା କୁଲଚା ସ୍ୟାଣ୍ଡଉଇଚ

ପିଜ୍ଜା ନାମ ଶୁଣିବା ମାତ୍ରେ ହିଁ ପାଟିରେ ଆସିଯାଏ ପାଣି । ସାଧାରଣତଃ ପିଲାମାନଙ୍କଠୁ ନେଇ ବଡ଼ମାନଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ପିଜ୍ଜା ଖାଇବାକୁ ବହୁତ ଭଲ ଲାଗିଥାଏ କିନ୍ତୁ ଏହାକୁ ଘରେ ପ୍ରସ୍ତୁତ କରିବା ସାଧାରଣତଃ ସମ୍ଭବ ହୋଇନଥାଏ । ସେଥିପାଇଁ ଆମେ ପ୍ରାୟତଃ ପିଜ୍ଜା ବାହାରୁ ଅର୍ଡର କରି ଖାଇଥାଉ କିନ୍ତୁ ଏଥର ଆମେ ଆପଣଙ୍କୁ ଜଣାଇବାକୁ ଚାଁହୁଛୁ ପିଜ୍ଜାର ଦେଶୀ ଷ୍ଟାଇଲ । ଯାହାକୁ ଆପଣ ଘରେ ଅତି ସହଜରେ ଘରେ ପ୍ରସ୍ତୁତ କରିପାରିବେ । ଆସନ୍ତୁ ଜାଣିବା ପିଜ୍ଜା କୁଲଚା ସ୍ୟାଣ୍ଡଉଇଚର ସହଜ ପ୍ରସ୍ତୁତି ପ୍ରଣାଳୀ ।

Image result for pizza-kulcha-sandwich-recipe

ଏଥିପାଇଁ ଆବଶ୍ୟକ ହେଉଥିବା ସାମଗ୍ରୀ

ଦୁଇଟି କୁଲଚା, ଏକ ଗାଜର, ଗୋଟିଏ ସିମଲା ଲଙ୍କା, ଏକ କପ ସୁଇଟ କର୍ଣ୍ଣ, ଦୁଇଟି ଟମାଟୋ, ଅଧା ଚାମଚ ଗୋଲ ମରିଚ ଗୁଣ୍ଡ, ଏକ କପ ମୋଜରେଲା ଚିଜ, ତିନି ଚାମଚ ବଟର, ଏକ ଚାମଚ ଟମାଟୋ ସସ, ଦୁଇ ଚାମଚ ପିଜ୍ଜା ସସ ଏବଂ ଲୁଣ ସ୍ୱାଦ ଅନୁସାରେ ।

ପ୍ରସ୍ତୁତି ପ୍ରଣାଳୀ

 

ପିଜ୍ଜା କୁଲଚା ସ୍ୟାଣ୍ଡଉଇଚ ବନାଇବା ପାଇଁ ପ୍ରଥମେ ଆପଣଙ୍କୁ ସ୍ଟଫିଙ୍ଗ ପ୍ରସ୍ତୁତ କରିବାକୁ ପଡିବ । ସେଥିପାଇଁ ପ୍ରଥମେ ଏକ ପ୍ୟାନରେ ଏକ ଚାମଚ ବଟର ଗରମ କରନ୍ତୁ । ତାପରେ ସେଥିରେ କଟା ଯାଇଥିବା ଗାଜର, ସିମଲା ଲଙ୍କା ଓ ସୁଇଟ କର୍ଣ୍ଣ ପକାଇ ଦୁଇ ମିନିଟ ପର୍ଯ୍ୟନ୍ତ ଭାଜନ୍ତୁ ତାପରେ ସେଥିରେ ଲୁଣ ଏବଂ ଟମାଟୋ ଓ ଗୋଲମରିଚ ଗୁଣ୍ଡ ପକାଇ ଭଲ ଭାବେ ମିକ୍ସ କରିଦିଅନ୍ତୁ । ସବୁ ଭଲ ଭାବେ ସିଝିଗଲା ପରେ ସେଥିରେ ଟମାଟୋ ସସ ପକାଇ ରଖି ଦିଅନ୍ତୁ । ବର୍ତ୍ତମାନ ପ୍ରସ୍ତୁତ ହୋଇଗଲା ଆପଣଙ୍କ ସ୍ଟଫିଙ୍ଗ, ଏବେ ଏହାକୁ କିଛି ସମୟ ଥଣ୍ଡା ହେବାପାଇଁ ଛାଡି ଦିଅନ୍ତୁ ।

ଅନ୍ୟ ଏକ ପ୍ୟାନରେ କିଛି ବଟର ପକାଇ କୁଲଚାକୁ ଭଲ ଭାବେ ସେକନ୍ତୁ । ଏହା ଭଲଭାବେ ସେକି ହୋଇଗଲା ପରେ ସେଥିରୁ ଏକ କୁଲଚା ଆଣି ଏହା ଉପରେ ଭଲ ଭାବେ ପିଜ୍ଜା ସସ ଲଗାଇ ଦିଅନ୍ତୁ ଏବଂ ତାକୁ ଭଲଭାବେ ଚାରି ଆଡେ ଲଗାନ୍ତୁ ଓ ତା ଉପରେ ପୂର୍ବରୁ ପ୍ରସ୍ତୁତ କରି ରଖିଥିବା ସ୍ଟଫିଙ୍ଗ ଦିଅନ୍ତୁ । ବର୍ତ୍ତମାନ ଏହା ଉପରେ ଭଲଭାବେ ଗ୍ରେଟେଡ଼ କରିଥିବା ମୋଜରେଲା ଚିଜକୁ ପକାଇ ଦିଅନ୍ତୁ ଏବଂ ଅନ୍ୟ କୁଲଚାକୁ ତା ଉପରେ ଢାଙ୍କି ଦିଅନ୍ତୁ । ଏବେ ସ୍ଟଫିଙ୍ଗ ଭରା କୁଲଚାକୁ ବ୍ରାଉନ ହେବ ପର୍ଯ୍ୟନ୍ତ ହାଲକା ଆଞ୍ଚରେ ସେକି ଦିଅନ୍ତୁ । ଶେଷରେ ଏହାକୁ ନିଜ ମନ ପସନ୍ଦର ସେପରେ କାଟି ଟେଷ୍ଟ କରନ୍ତୁ ପିଜ୍ଜା କୁଲଚା ସ୍ୟାଣ୍ଡଉଇଚ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button