ଦେଶ ବିଦେଶ

ପ୍ରତିଦିନ ପିଅନ୍ତୁ ଏକ କପ୍‌ ଗ୍ରୀନ୍‌ ଟି, ଦୂର ହେବ ଏହି ୭ ସମସ୍ୟା

ବର୍ତ୍ତମାନର ଆଧୁନିକ ଜୀବନଶୈଳୀ ଯୋଗୁ ଲୋକମାନେ ସୁଷମ ଖାଦ୍ୟ ଖାଇବାରୁ ବଞ୍ଚିତ ହେଉଛନ୍ତି। ଫଳସ୍ୱରୂପ ଅସମୟରେ ମୋଟାପଣ, ହୃଦ୍‌ରୋଗ, ଡାଇବେଟିସ୍‌ ପରି ରୋଗରେ ପୀଡ଼ିତ ହେଉଛନ୍ତି। ଦୈନନ୍ଦିନ ଜୀବନରେ କିଛି ପରିବର୍ତ୍ତନ କଲେ ଏସବୁ ସମସ୍ୟାରୁ ମୁକ୍ତି ପାଇହେବ। ତେବେ ପ୍ରତିଦିନ କପେ ଗ୍ରୀନ୍‌ ଟି ପିଇବା ଦ୍ୱାରା ଶରୀରରୁ ବହୁ ରୋଗ ଭଲ ହୋଇପାରିବ। ବିଶେଷଜ୍ଞଙ୍କ କହିବାନୁସାରେ, ପ୍ରତିଦିନ ଏକ କପ୍‌ ଗ୍ରୀନ୍‌ ଟି ପିଇବା ଦ୍ୱାରା ଶରୀର ସୁସ୍ଥ ରହିଥାଏ। ମାତ୍ର ଅଧିକ ମାତ୍ରାରେ ଗ୍ରୀନ୍‌ ଟି ସେବନ ସ୍ୱାସ୍ଥ୍ୟପକ୍ଷେ ହାନିକାରକ ହୋଇଥାଏ। ତେବେ ଆସନ୍ତୁ ଜାଣିବା ଗ୍ରୀନ୍‌ ଟି ପିଇବାର ସାତୋଟି ଫାଇଦା:

୧.ତ୍ୱଚାରେ ଚମକ ଆଣେ

ଗ୍ରୀନ୍‌ ଟିରେ ଆଣ୍ଟି ଏଜିଙ୍ଗ ତତ୍ତ୍ୱ ଭରପୂର ମାତ୍ରାରେ ରହିଥାଏ। ପ୍ରତିଦିନ ଗ୍ରୀନ୍‌ ଟି ପିଇବା ଦ୍ୱାରା ତ୍ୱଚାର କୁଞ୍ଚନ ଦୂର ହୋଇଥାଏ। ଏଥିସହ ତ୍ୱଚାରେ ଚମକ ବଜାୟ ରହେ।

୨.ମାନସିକ ଶାନ୍ତି ମିଳେ

ଯଦି ଆପଣ କିଛି କାମ କରିବା ପରେ ମାନସିକ ଭାବେ ଥକିପଡ଼ୁଛନ୍ତି ତେବେ ଗ୍ରୀନ୍‌ ଟି ପିଅନ୍ତୁ। ଗ୍ରୀନ୍‌ ଟିରେ ଥିବା ଥେନାଇନ୍‌ରୁ ଏମିନୋ ଏସିଡ୍‌ ପ୍ରସ୍ତୁତ ହୋଇଥାଏ,ଯାହା ଶରୀରକୁ ଫୂର୍ତ୍ତି ରଖିବାରେ ସାହାଯ୍ୟ କରେ।

୩.ଦାନ୍ତ ଶକ୍ତ କରାଏ

ଆଜିକାଲି ଯୁବପିଢ଼ି ଓ ବୟସ୍କଠାରେ ଅଧିକ ଦନ୍ତ ସମସ୍ୟା ଦେଖାଯାଉଛି। ଯଦି ଆପଣଙ୍କର ମଧ୍ୟ ଦାନ୍ତ ସମସ୍ୟା ରହିଛି ତେବେ ଗ୍ରୀନ୍‌ ଟି ପିଅନ୍ତୁ। ଗ୍ରୀନ୍‌ ଟିରେ ଥିବା କ୍ୟାଫିନ୍‌ ଦାନ୍ତରୁ ଜୀବାଣୁ, କୀଟାଣୁ ମାରିବାରେ ସାହାଯ୍ୟ କରେ। ବ୍ୟାକ୍ଟେରିଆ ନଷ୍ଟ ହେବା ଫଳରେ ଦାନ୍ତ ସୁସ୍ଥ ରହିଥାଏ।୪.ରକ୍ତଚାପ ନିୟନ୍ତ୍ରଣ କରେ

ଅସନ୍ତୁଳିତ ଜୀବନଶୈଳୀ ଯୋଗୁ ଏବେ ଉଚ୍ଚ ରକ୍ତଚାପ ସମସ୍ତଙ୍କ ଠାରେ ଦେଖାଯାଉଛି। ରକ୍ତଚାପ ଯୋଗୁ ଅନ୍ୟ ବେମାରୀ ମଧ୍ୟ ମାଡ଼ିବସିଥାଏ। ଯଦି ଆପଣ ଉଚ୍ଚ ରକ୍ତଚାପ ସମସ୍ୟା ଭୋଗୁଛନ୍ତି ତେବେ ଗ୍ରୀନ୍‌ ଟି ପିଅନ୍ତୁ। ଗ୍ରୀନ୍‌ ଟି ରକ୍ତଚାପକୁ ନିୟନ୍ତ୍ରିତ ରଖିବାରେ ସାହାଯ୍ୟ କରେ।

୫.କୋଲୋଷ୍ଟ୍ରଲ କମାଏ

ହୃଦ୍‌ରୋଗୀଙ୍କ ଲାଗି ଗ୍ରୀନ୍‌ ଟି ରାମବାଣ ଭଳି କାର୍ଯ୍ୟ କରିଥାଏ। ଶରୀରରୁ କ୍ଷତିକାରକ କୋଲୋଷ୍ଟ୍ରଲ କମ୍‌ କରି ଭଲ କୋଲୋଷ୍ଟ୍ରଲ ବଢ଼ାଇବାରେ ଏହା ସାହାଯ୍ୟ କରେ। ଯଦି ଆପଣ ପ୍ରତିଦିନ ତୈଳଯୁକ୍ତ ଖାଦ୍ୟ ସେବନ କରୁଛନ୍ତି ତେବେ ଗ୍ରୀନ୍‌ ଟି ପିଅନ୍ତୁ। ଖୁବ୍‌ଶୀଘ୍ର କୋଲୋଷ୍ଟଲ କମିଯିବ।

୬.ମଧୁମେହ ଆଶଙ୍କା ଦୂର କରେ

ଯଦି ଆପଣଙ୍କ ଶରୀରରେ ସୁଗର ଲେବଲ ବୃଦ୍ଧି ପାଉଛି। ତେବେ ପ୍ରତିଦିନ କପେ ଲେଖାଏଁ ଗ୍ରୀନ୍‌ ଟି ପିଅନ୍ତୁ। ସକାଳୁ ପ୍ରତିଦିନ ଖାଲି ପେଟରେ କିମ୍ବା ଖାଇବା ପରେ ଗ୍ରୀନ୍‌ ଟି ପିଇବା ଦ୍ୱାରା ପୁରୁଣା ଡାଇବେଟିସ୍‌ ମଧ୍ୟ ଭଲ ହୋଇଥାଏ।

୭.ଓଜନ ହ୍ରାସ କରେ

ଓଜନ କମାଇବାରେ ଗ୍ରୀନ୍‌ ଟି ସହାୟକ ହୋଇଥାଏ। ଗ୍ରୀନ୍‌ ଟି ପିଇବା ଦ୍ୱାରା ଶରୀରରେ ମେଟାବଲିଜିମ୍‌ ବୃଦ୍ଧି ପାଏ। ଫଳରେ ପାଚନ କ୍ରିୟା ସନ୍ତୁଳିତ ରହିଥାଏ। ଏହା ଦ୍ୱାରା ଶରୀରର ଅତିରିକ୍ତ ମେଦ କମ୍‌ ହୋଇଥାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button