ନୀତି

କ’ଣ ଆପଣଙ୍କ ଘରେ ରହିଛି କି ନକାରାତ୍ମକ ଶକ୍ତି ? ଦୂର କରିବା ପାଇଁ ଆପଣାନ୍ତୁ ଏହି ଉପାୟ

ପେଙ୍ଗୁସୁଇ ମୁତାବକ ଅନେକ ଜିନିଷ ଏପରି ରହିଛି, ଯାହା ଘରେ ରଖିବା କିମ୍ବା ଲଗାଇବା ଦ୍ୱାରା ଆପଣଙ୍କୁ ଅନେକ ଫାଇଦା ମିଳିଥାଏ। ଏହିସବୁ ଜିନିଷ ଆପଣଙ୍କ ଘରେ ଲଗାଇବା ଦ୍ୱାରା ଘରୁ ନକାରାତ୍ମକ ଶକ୍ତି ସମାପ୍ତ ହେବା ସହ ଜଲଦି ପ୍ରତ୍ୟେକ କାର୍ଯ୍ୟେରେ ସଫଳତା ମିଳିଥାଏ। ଯେଉଁ ଜିନିଷ ଘରେ ଲଗାଇଲେ ଏହି ଶକ୍ତି ଘରୁ ଦୂର ହୋଇଥାଏ ସେଥିମଧ୍ୟରେ କ୍ରିଷ୍ଟାଲ ବଲ୍‌ ହେଉଛି ଅନ୍ୟତମ। ବଜାରରେ ଆପଣଙ୍କୁ ଅନେକ ପ୍ରକାରର କ୍ରିଷ୍ଟାଲ ବଲ୍‌ ମିଳିଯିବ। ଏହା ଦେଖିବାକୁ ଆକର୍ଷଣୀୟ ଓ ସୁନ୍ଦର ହୋଇଥିବା ବେଳେ ଘରେ ଟଙ୍ଗାଇବା ଦ୍ୱାରା ଘରକୁ କୁପ୍ରଭାବରୁ ବଞ୍ଚାଇପାରିବ।

12

– କ୍ରିଷ୍ଟାଲ ବଲକୁ ଘରେ ଲଗାଇବା ଦ୍ୱାରା ଆପଣଙ୍କୁ କେବେ ବି ଅର୍ଥାଭାବ ରହିବ ନାହିଁ।

– ଘରର ମୁଖ୍ୟ ଦ୍ୱାର ବ୍ୟତୀତ ପ୍ରତ୍ୟେକ ଘରେ ଲଗାପାରିବେ। ଏହାଦ୍ୱାରା ଘର ଉପରେ ଥିବା କୁପ୍ରଭାବ ଦୂର ହୋଇଥାଏ।

– ଏହାକୁ ଘରର ଲିଭିଂ ରୁମ୍‌ରେ ଲଗାଇବା ଦ୍ୱାରା ପରିବାରର ସଦସ୍ୟମାନଙ୍କ ମଧ୍ୟରେ ସ୍ନେହ, ଶ୍ରଦ୍ଧା ଇତ୍ୟାଦି ବୃଦ୍ଧି ପାଇଥାଏ।

– ଆପଣଙ୍କ ବେଡରୁମ୍‌ର ଦ୍ୱାରରେ କ୍ରିଷ୍ଟାଲ ବଲ ଲଗାଇବା ଫଳରେ ସ୍ୱାମୀ ସ୍ତ୍ରୀଙ୍କ ସମ୍ପର୍କରେ ସୁଧାର ଆସିବା ସହ କଳିଝଗଡା ଶେଷ ହୁଏ।

– ବାସ୍ତୁ ଅନୁଯାୟୀ କ୍ରିଷ୍ଟାଲ ବଲ ନକାରାତ୍ମକ ଶକ୍ତିକୁ ସମାପ୍ତ କରିବାର ସବୁଠାରୁ ଶକ୍ତିଶାଳୀ ଜିନିଷ ବୋଲି ଧରାଯାଏ।

6

– ପେଙ୍ଗସୁଇ ଅନୁଯାୟୀ ଏହି କ୍ରିଷ୍ଟାଲ ବଲ୍‌କୁ ଘରର ପୂର୍ବ ଦିଗରେ ଲଗାଇବା ଫଳରେ ଖୁବଶୀଘ୍ର ଘରୁ ନକାରାତ୍ମକ ଶକ୍ତି ଦୂର ହୋଇଥାଏ।

– ପିଲାମାନଙ୍କ ରୁମ୍‌ରେ କ୍ରିଷ୍ଟାଲ ବଲ ଲଗାଇବା ଦ୍ୱାରା ସେମାନଙ୍କ ମନ ପଢିବା ପ୍ରତି ଫୋକସ ହୋଇଥାଏ।

– ଆର୍ଥିକ ସ୍ଥିତିକୁ ମଜବୁତ କରିବା ପାଇଁ ଯେଉଁସ୍ଥାନରେ ଆଲମାରୀ କିମ୍ବା ଟ୍ରେଜେରୀ ରହିଛି ସେହିସ୍ଥାନରେ କ୍ରିଷ୍ଟାଲ ବଲ ଟାଙ୍ଗିବା ଦ୍ୱାରା ଫାଇଦା ମିଳିଥାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button