ନୀତି

ଧନ, ସମୃଦ୍ଧି, ସୌଭାଗ୍ୟ ଚାହୁଁଛନ୍ତି କି? ଧନତେରସରେ କଦାପି କିଣନ୍ତୁ ନାହିଁ ଏହି ୬ଟି ଜିନିଷ, ହୋଇଥାଏ ଅଶୁଭ

ଧନ, ସମୃଦ୍ଧି, ସୌଭାଗ୍ୟ ପ୍ରାପ୍ତି ପାଇଁ ଧନତେରସ ବହୁତ ଶୁଭ ହୋଇଥାଏ। ଏହିଦିନ କିଛି ବିଶେଷ ଧାତୁ ଏବଂ ଜିନିଷ କିଣିବା ଶୁଭ ବୋଲି ବିଶ୍ୱାସ କରାଯାଏ, ଯଦ୍ଦ୍ଵାରା ବର୍ଷସାରା ଘରେ ଖୁସିର ବର୍ଷା ଲାଗିରହିଥାଏ। କିନ୍ତୁ ଏମିତି ବି କିଛି ଜିନିଷ ଅଛି, ଯାହାକୁ ଧନତେରସ ଭଳି ଶୁଭ ଦିନରେ ଘରକୁ ଆଣିବା ଉଚିତ ନୁହେଁ। ଆସନ୍ତୁ ଜାଣିବା, କ’ଣ ଏହି ୬ଟି ଜିନିଷ।

୧.ଷ୍ଟିଲ୍‌ ବାସନ

ଦେଖାଯାଏ ଅନେକ ଲୋକ ଧନତେରସରେ ଷ୍ଟିଲ୍‌ ବାସନ କିଣିଥାଆନ୍ତି, ଯାହା ସମ୍ପୂର୍ଣ୍ଣ ଭୁଲ। ଶୁଭ ଦିନରେ ଷ୍ଟିଲ୍‌ ବାସନ କେବେ ବି କିଣିବା ଉଚିତ ନୁହେଁ। କାରଣ, ଷ୍ଟିଲ୍‌ ଧାତୁ ରାହୁଙ୍କ କାରକ ଅଟେ। ତେଣୁ ଏହାକୁ ଶୁଭ ବୋଲି ଗଣାଯାଏ ନାହିଁ। ଏହି ଦିନ ଆପଣ ପ୍ରାକୃତିକ ଧାତୁ କିଣିପାରିବେ।

pla2

୨.ଆଲୁମିନିୟମ

ଆଲୁମିନିୟମ ଉପରେ ମଧ୍ୟ ରାହୁଙ୍କ ପ୍ରଭାବ ରହିଥାଏ। ଏହାକୁ ଘରକୁ ଆଣିବା ଏବଂ ସଜେଇ ରଖିବା ଅଶୁଭ ତଥା ଦୁର୍ଭାଗ୍ୟର ସୂଚକ ହୋଇଥାଏ। ଏହାଛଡ଼ା ଏଥିରେ ରାନ୍ଧିବା ଏବଂ ଖାଇବା ମଧ୍ୟ ଶୁଭ ହୋଇ ନ ଥାଏ।

୩.ଲୁହା

ଜ୍ୟୋତିଷମାନେ ଲୁହାକୁ ଶନି ଦେବତାଙ୍କ କାରକ ବୋଲି ମାନିଥାଆନ୍ତି। ତେଣୁ ଏହି ଦିନ ଲୁହାରେ ନିର୍ମିତ ଧାରୁଆ ଜିନିଷ କଦାପି ଘରକୁ ଆଣିବା ଉଚିତ ନୁହେଁ।

sugar1

୪.ପ୍ଲାଷ୍ଟିକ୍‌

ଧନତେରସରେ ପ୍ଲାଷ୍ଟିକ୍‌ ବସ୍ତୁ କିମ୍ବା ଜିନିଷ ଆଦୌ କିଣନ୍ତୁ ନାହିଁ। ଏହା ଅଶୁଭ ହୋଇଥାଏ।

୫.ଚିନି

ଚିନିରେ ପ୍ରସ୍ତୁତ ଜିନିଷ ଲମ୍ବା ସମୟ ଯାଏ ସ୍ଥାୟୀ ତଥା ସୁରକ୍ଷିତ ରହି ନ ଥାଏ। ତେଣୁ ଧନତେରସରେ ଚିନି କିଣନ୍ତୁ ନାହିଁ।

୬.କାଚ

ଏହି ଶୁଭ ଅବସରରେ କାଚ କିମ୍ବା ଶିଶି କିଣିବା ଆଦୌ ଉଚିତ ନୁହେଁ। କାରଣ ଏହାର ସମ୍ବନ୍ଧ ରାହୁଙ୍କ ସହ ରହିଥାଏ, ଯାହାକି ଘରେ ଶୁଭ ମୁହୂର୍ତ୍ତକୁ ଅସଜଡା କରିଦେଇଥାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button