ଦେଶ ବିଦେଶ

ଆଇସ୍ୟାଡୋ ଏବଂ ନଡିଆ ତେଲରେ ଘରେ ପ୍ରସ୍ତୁତ କରନ୍ତୁ ଜେଲ ଆଇଲାଇନର

ବଜାରରେ ବିଭିନ୍ନ ବ୍ରାଣ୍ଡର ଆଇଲାଇନର ମିଳୁଛି। ଯାହାକୁ ଆମେମାନେ ବ୍ୟବହାର କରିଥାଉ। କିନ୍ତୁ ବଜାରରେ ମିଳୁଥିବା ଆଇଲାଇନର ବ୍ୟତୀତ ଆମେ ଘରେ ବିଭିନ୍ନ ରଙ୍ଗର ଆଇଲାଇନର ପ୍ରସ୍ତୁତ କରି ଆଖିକୁ ଆକର୍ଷଣୀୟ ଲୁକ୍‌ ଦେଇପାରିବେ। ଘରେ ଏପରି ଜେଲ ଆଇଲାଇନର ପ୍ରସ୍ତୁତ କରିବା ପାଇଁ ବ୍ଲାକ ଆଇସ୍ୟାଡୋ ବ୍ୟବହାର କରିପାରିବେ। ଯଦି ଆପଣ ବିଭିନ୍ନ ରଙ୍ଗର ଆଇଲାଇନର ପ୍ରସ୍ତୁତ କରିବାକୁ ଚାହୁଁଚନ୍ତି ତେବେ ବିଭିନ୍ନ ରଙ୍ଗର ଆଇସ୍ୟାଡୋ ବ୍ୟବହାର କରିପାରିବେ। ଆସନ୍ତୁ ଜାଣିବା କିପରି ପ୍ରସ୍ତୁତ କରିବା ଆଇଲାଇନର..

ଘରେ ଆଇଲାଇନର ପ୍ରସ୍ତୁତ କରିବା ପାଇଁ ପ୍ରଥମେ ବ୍ଲାକ ଆଇସ୍ୟାଡୋକୁ ଗୁଣ୍ଡ କରି ଏକ ପାତ୍ରରେ ରଖନ୍ତୁ। ଏବେ ଏଥିରେ ଅଳ୍ପ ପ୍ରାଇମର ମିଶାଇ ମିକ୍ସ କରିଦିଅନ୍ତି। ଯେପରି ଏହା ଭଲ ଭାବେ ମିଶିଯାଏ। ଏବେ ଏଥିରେ କିଛି ବୁନ୍ଦା ନଡିଆ ତେଲ ମିଶାଇ ଭଲ ଭାବେ ମିଶାଇ ଦିଅନ୍ତୁ। ଏବେ ପ୍ରସ୍ତୁତ ଆପଣଙ୍କ ଆଇଲାଇନର।

eye shodow

କ’ଣ ରହିଛି ଫାଇଦା :

ଘରେ ଆପଣ ଅନେକ ରଙ୍ଗର ଆଇଲାଇନର ପ୍ରସ୍ତୁତ କରିପାରିବେ। ଯାହା ବଜାରରେ ଉପଲବ୍ଧ ନଥାଏ। ଏହାଛଡା ଏହା ଆପଣଙ୍କୁ ପରଫେକ୍ଟ ଲୁକ୍‌ ଦେବା ସହ ଆଖିର ସୁନ୍ଦରତା ବଢାଇଥାଏ। ଏହା ପାଖାପାଖି ୭ରୁ ୮ ଘଣ୍ଟା ରହେ।

eye

ଧ୍ୟାନରେ ରଖନ୍ତୁ :

ଆଇଲାଇନର ପ୍ରସ୍ତୁତ କରିବା ପାଇଁ ଲୁଜ ଆଇସ୍ୟାଡୋ ବ୍ୟବହାର କରନ୍ତୁ। ଯଦି ଆପଣ ଆଇଲାଇନରକୁ ସିମର ଇଫେକ୍ଟ ଦେବାକୁ ଚାହୁଁନାହାନ୍ତି ତେବେ ମେଟ ଆଇସ୍ୟାଡୋ ବ୍ୟବହାର କରନ୍ତୁ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button