ଦେଶ ବିଦେଶ

ଶରୀର ପାଇଁ ଲାଭକାରୀ ହୋଇଥାଏ ଡାଳିମ୍ବ ଚୋପା ଚା’, ଜାଣନ୍ତୁ କିପରି କରିବେ ପ୍ରସ୍ତୁତ

ସ୍ୱାସ୍ଥ୍ୟ ପାଇଁ ଖୁବ୍ ଲାଭକାରୀ ହେତୁ ଡାଳିମ୍ବକୁ ଡାଳିମ୍ୱକୁ ସୁପରଫୁଡ୍‌ ବୋଲି କୁହାଯାଇଥାଏ। ଏଥିରେ ପ୍ରଚୁର ମାତ୍ରାରେ ଆଣ୍ଟି-ଅକ୍ସିଡାଣ୍ଟସ୍ ଓ ମିନେରାଲ୍ସ ରହିଛି, ଯାହା କ୍ୟାନସର୍ ଓ ହୃଦ୍ ଜନିତ ସମସ୍ୟାରୁ ରକ୍ଷା କରିଥାଏ। ଏହା ବ୍ୟତୀତ ଡାଳିମ୍ୱରେ ଫାଇବର୍, ଭିଟାମିନ୍ କେ, ସି, ବି, ଆଇରନ୍, ପୋଟାସିୟମ୍, ଜିଙ୍କ୍ ଓ ଓମେଗା-୬ ଫ୍ୟାଟି ଏସିଡ୍ ମଧ୍ୟ ରହିଛି। ଏଥିରେ ଥିବା ଔଷଧୀୟ ଗୁଣ ଯୋଗୁ ଲୋକେ ଏହାକୁ ଖାଇବା ପାଇଁ ପସନ୍ଦ କରିଥା’ନ୍ତି। ତେବେ କେବଳ ଡାଳିମ୍ୱ ମଞ୍ଜି ନୁହେଁ, ଏହାର ଚୋପାରେ ମଧ୍ୟ ଔଷଧୀୟ ଗୁଣ ରହିଛି। ଆପଣ ଚାହିଁଲେ ଡାଳିମ୍ୱ ଚୋପାରେ ଚା’ ପ୍ରସ୍ତୁତ କରି ପିଇପାରିବେ। ଏଥିରୁ ବି ବହୁତ ଫାଇଦା ମିଳିଥାଏ।

ଜାଣନ୍ତୁ କିପରି ପ୍ରସ୍ତୁତ କରିବେ ଡାଳିମ୍ବ ଚା’:

ପ୍ରଥମେ ଡାଳିମ୍ୱ ଚୋପାକୁ ଧୋଇ ଏହାକୁ ଶୁଖାଇ ଗ୍ରାଇଣ୍ଡିଂ କରି ପାଉଡର୍ ପ୍ରସ୍ତୁତ କରନ୍ତୁ। ପାଣି ଗରମ କରି ଏଥିରେ ଗୋଟିଏ ଚାମଚ ଡାଳିମ୍ୱ ଚୋପାର ପାଉଡର ପକାଇ ଫୁଟାଇ ଦିଅନ୍ତୁ। ଏହି ଚା’ କୁ ସ୍ୱାଦିଷ୍ଟ କରିବା ପାଇଁ ଆପଣ ଏଥିରେ ଲେମ୍ବୁ ଓ ଅଦା ମଧ୍ୟ ପକାଇ ପାରିବେ।

peelଜାଣନ୍ତୁ ଡାଳିମ୍ବ ଚୋପାରେ ପ୍ରସ୍ତୁତ ଚା’ ପିଇଲେ କେଉଁ ଲାଭ ମିଳିଥାଏ:

-ପ୍ରତିଦିନ ଡାଳିମ୍ୱ ଖାଇଲେ ଶରୀରରେ ରକ୍ତର ଅଭାବ ଦୂର ହୋଇଥାଏ। ପେଟ ଠିକ୍ ରହେ ଓ ଭୋକ ବଢ଼େ।

-ଏକ ଗବେଷଣା ଅନୁସାରେ ଅଲଜାଇମର୍ ପରି ରୋଗକୁ ଡାଳିମ୍ୱ ଧୀରେ ଧୀରେ ଭଲ କରିଥାଏ।

-ଡାଲିମ୍ୱରେ ଥିବା ପୋଟାସିୟମ୍ ଗର୍ଭବତୀଙ୍କ ଯନ୍ତ୍ରଣାକୁ କମ୍ କରିଥାଏ। ଏହା ସହିତ ପ୍ରି- ମାଚ୍ୟୁର୍ ଡେଲିଭରୀର ଆଶଙ୍କାକୁ କମ୍ କରିଥାଏ।

-ଡାଳିମ୍ବରେ ପ୍ରସ୍ତୁତ ଚା’ ପିଇବା ଦ୍ୱାରା ତ୍ୱଚାରେ ଚମକ ଆସିବା ସହ ବୟସ କମ ଲାଗିଥାଏ। ଏହାକୁ ସେବନ କରିବା ଦ୍ୱାରା ତ୍ୱଚା କୁଞ୍ଚନ ହେବା ଏବଂ କଳା ଦାଗ ଦୂର ହୋଇଥାଏ।

-ଏହା ବ୍ୟତୀତ ଏହି ଚା’ ପିଇବା ଦ୍ୱାରା ପାଚନ କ୍ରିୟା ମଧ୍ୟ ସଠିକ୍ ହୋଇଥାଏ। ଏଥିସହ ବ୍ଲଡ କୋଲେଷ୍ଟ୍ରଲ କମ ହେବା ସହ ବ୍ଲଡ ପ୍ରେସର ମଧ୍ୟ କଣ୍ଟ୍ରୋଲରେ ରହିଥାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button