ଦେଶ ବିଦେଶ

ଗମ୍ଭୀର ଚର୍ମରୋଗ ସମେତ ଏହି ୫ଟି ସାଂଘାତିକ ସ୍ୱାସ୍ଥ୍ୟ ସମସ୍ୟା ଦୂର କରେ ପିଆଜ ତେଲ

ଭାରତୀୟ ରୋଷେଇ ଘରେ ପିଆଜ ବହୁଳ ଭାବେ ବ୍ୟବହୃତ ହୋଇଥାଏ। ଖାଦ୍ୟର ସ୍ଵାଦକୁ ଏହା ଦ୍ଵିଗୁଣିତ କରିବା ସହ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଔଷଧର କାର୍ଯ୍ୟ କରିଥାଏ। ତେବେ କେବଳ ପିଆଜ ନୁହେଁ ଏହାର ତେଲ ମଧ୍ୟ ଖୁବ ଲାଭଦାୟକ ହୋଇଥାଏ। ପିଆଜ ତେଲ ଉଭୟ ତ୍ୱଚା ଏବଂ କେଶ ପାଇଁ ରାମବାଣ ସଦୃଶ କାମ କରିଥାଏ। ଏଥିରେ ଭିଟାମିନ ଏ, ସି,ଇ ଏବଂ ବି କମ୍ପ୍ଲେକ୍ସ ଭରପୂର ମାତ୍ରାରେ ରହିଥାଏ। ଏଥିରେ ବହୁ ପରିମାଣରେ ଆଣ୍ଟି ବ୍ୟାକ୍ଟେରିଆଲ, ଆଣ୍ଟି ସେପ୍ଟିକ ଓ ଆଣ୍ଟି ଇନଫ୍ଲେମାଟୋରି ରହିଥାଏ। ଆସନ୍ତୁ ଜାଣିବା ପିଆଜ ତେଲର ଉପକାରିତା:

୧. ଦୂର କରେ କେଶ ସମସ୍ୟା:

କେଶ ପାଇଁ ପିଆଜ ତେଲ ଖୁବ ଲାଭଦାୟକ ହୋଇଥାଏ। ଯଦି ଆପଣଙ୍କ ଚୁଟି ଅଧିକ ଝଡୁଛି କିମ୍ବା ପତଳା ଅଛି ତେବେ ଦିନେ ଛଡ଼ା ଦିନେ ମୁଣ୍ଡରେ ପିଆଜ ତେଲ ଲଗାନ୍ତୁ। ଏହା କେଶକୁ ମୂଳରୁ ମଜଭୁତ କରିବା ସହ ଝଡ଼ିବା ରୋକିବାରେ ସାହାଯ୍ୟ କରିଥାଏ। ଆପଣ ଚାହିଁଲେ ଏହାକୁ ନଡ଼ିଆ ତେଲ ସହ ମିଶାଇ ବ୍ୟବହାର କରିପାରିବେ।

୨. ଉକୁଣିଙ୍କୁ ସମୂଳେ ନାଶ କରେ:

 

ପିଆଜ ତେଲ ଲଗାଇବା ଦ୍ୱାରା ଉକୁଣି ସମସ୍ୟା ମଧ୍ୟ ଦୂର ହୋଇଥାଏ। ଏଥିପାଇଁ ଆପଣ ପିଆଜ ତେଲରେ ମେଥି ପାଉଡର ମିଶାଇ 30 ମିନିଟ ପର୍ଯ୍ୟନ୍ତ କେଶରେ ଲଗାଇ ରଖନ୍ତୁ। ଏହା ମୁଣ୍ଡର ଉକୁଣି ସମେତ ଉକୁଣି ଅଣ୍ଡାକୁ ମଧ୍ୟ ନଷ୍ଟ କରିଥାଏ। ଏହି ପ୍ୟାକକୁ ସପ୍ତାହରେ 3 ଥର ଲଗାନ୍ତୁ। ମାସକ ମଧ୍ୟେ ଉକୁଣି ପୂରା ସଫା ହୋଇଯିବେ।

୩. ଥଣ୍ଡା, କାଶ ପାଇଁ ରାମବାଣ:

ଥଣ୍ଡା ସମସ୍ୟା ଭୋଗୁଥିଲେ ରାତିରେ ଶୋଇବା ବେଳେ ଛାତିରେ ପିଆଜ ତେଲକୁ ଟିକେ ଉଷୁମ କରି ମାଲିସ କରନ୍ତୁ। ଏଭଳି କରିବା ଦ୍ୱାରା ଥଣ୍ଡା, କାଶ, କଫ ଭଳି ସମସ୍ୟା ଦୂର ହୋଇଥାଏ। ଅତ୍ୟଧିକ ଶୀତ ଅନୁଭୂତ ହେଉଥିଲେ ହାତ ଓ ପାଦରେ ମଧ୍ୟ ଆପଣ ପିଆଜ ତେଲ ମାଲିସ କରିପାରିବେ।

୪. ଚର୍ମରୋଗ ଭଲ କରେ:

ଚର୍ମ ସମ୍ବନ୍ଧୀୟ ସମସ୍ୟାର ଉପଚାର ପାଇଁ ମଧ୍ୟ ଆପଣ ପିଆଜ ତେଲକୁ ବ୍ୟବହାର କରିପାରିବେ। ଏକଜିମା, ସୋରେଆସିସ ଭଳି ଗମ୍ଭୀର ଚର୍ମ ରୋଗକୁ ସମୂଳେ ନାଶ କରିବାରେ ପିଆଜ ତେଲ ସାହାଯ୍ୟ କରେ।

୫. ଦାଗ ଦୂର କରେ:

ମୁହଁର ଦାଗ କିମ୍ବା ଖଣ୍ଡିଆ ଜାଗାରେ ନିୟମିତ ପିଆଜ ତେଲ ଲଗାଇବା ଫଳରେ କିଛିଦିନରେ ଦାଗ ସଫା ହୋଇଯାଇଥାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button