ଦେଶ ବିଦେଶ

ଘରୋଇ ଉପାୟରେ ଘନକଳା ଓ ମୋଟା କେଶ ପାଇବାକୁ ଚାହୁଁଥିଲେ ବ୍ୟବହାର କରନ୍ତୁ ଟି ଟ୍ରି ଅଏଲ୍‌

ଘନକଳା କେଶ ପାଇବାକୁ କିଏ ବା ନ ଚାହେଁ। ସବୁ ମହିଳାଙ୍କ ଇଚ୍ଛା ଥାଏ ମୋଟା ଓ ଘନ କଳା କେଶ। ଏଥିପାଇଁ ସେମାନେ ପାର୍ଲରରେ ହଜାର ହଜାର ଟଙ୍କା ମଧ୍ୟ ଖର୍ଚ୍ଚ କରିବାକୁ ପଛଘୁଞ୍ଚା ଦେଇନଥାନ୍ତି। କିନ୍ତୁ କିଛିଦିନ ପରେ ପୁଣି ପୂର୍ବ ଭଳି ଚୁଟି ଝଡ଼େ ଓ ଧଳା ହୋଇଯାଏ। ତେବେ ଯଦି ସବୁଦିନ ପାଇଁ କଳା ଓ ମୋଟା ଚୁଟି ଚାହୁଁଛନ୍ତି ତେବେ ଟି ଟ୍ରି ଅଏଲ୍‌ ଆପଣଙ୍କ ପାଇଁ ସବୁଠାରୁ ଭଲ ବିକଳ୍ପ। ଏହାକୁ ବ୍ୟବହାର କରିବାର ମାତ୍ର ଦିନ କେଇଟା ମଧ୍ୟରେ ଆପଣ ରେଜଲ୍ଟ ଦେଖିପାରିବେ। ଆସନ୍ତୁ ଜାଣିବା କେଶ ପାଇଁ କିଭଳି କାର୍ଯ୍ୟ କରେ ଟି ଟ୍ରି ଅଏଲ୍‌…

  • କେଶକୁ ଲମ୍ବା ଓ ମୋଟା କରେ: ଟି ଟ୍ରି ଅଏଲ କେଶକୁ ମୂଳରୁ ପୋଷଣ ଯୋଗାଇଥାଏ। ପ୍ରତିଦିନ କେଶ ମୂଳରେ ଏହି ତେଲ ଲଗାଇବା ଦ୍ୱାରା ଫଲିକ୍ସ ଅନ୍‌ଲଗ୍‌ ହୋଇଥାଏ ଓ ମୂଳରୁ କେଶ ଶକ୍ତ ହୁଏ।
  • ରୂପି ସମସ୍ୟାରୁ ଦିଏ ମୁକ୍ତି: ଟି ଟ୍ରି ଅଏଲ୍‌ ତାଳୁ(ସ୍କାଲ୍ଫ)କୁ ମଶ୍ଚରାଇଜ୍‌ କରିବାରେ ସାହାଯ୍ୟ କରେ। ଏହା ବ୍ୟବହାର କରିବା ଦ୍ୱାରା କେବଳ ରୂପି ନୁହେଁ କୁଣ୍ଡାଇ ହେବା ମଧ୍ୟ କମିଥାଏ।

 

  • ଚୁଟି ଝଡ଼ିବା କରେ କମ୍‌: କେଶ ଝଡ଼ିବାର ଏକ ପ୍ରମୁଖ କାରଣ ହୋଇଥାଏ ରୂପି। ରୂପି ହେବା ଫଳରେ କେଶକୁ ସେତିକି ପ୍ରୋଟିନ୍‌ ମିଳିପାରେ ନାହିଁ ଯେତିକି ତାହା ଆବଶ୍ୟକ କରେ। ଏଭଳି ସ୍ଥିତିରେ ଟି ଟ୍ରି ଅଏଲ ରୂପି କମ୍‌ କରିବା ସହ କେଶ ଝଡ଼ିବା ମଧ୍ୟ ରୋକିଥାଏ।
  • ଉକୁଣି ସମସ୍ୟା ଦୂର କରେ: ଯଦି ଆପଣଙ୍କ ମୁଣ୍ଡରେ ଉକୁଣି ହୋଇଛନ୍ତି ତେବେ ଏଥିରୁ ମୁକ୍ତି ପାଇଁ ଆପଣ ଟି ଟ୍ରି ଅଏଲ୍‌ ବ୍ୟବହାର କରନ୍ତୁ। ଏହି ତେଲ ତାଳୁକୁ ପରିଷ୍କାର ରଖିବା ସହ ସୁସ୍ଥ ରଖିଥାଏ।
utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button