ଆଳୁ ପୁରି ଖାଇବା ଦ୍ୱାରା ମିଳିଥାଏ ଆଥଲେଟ ଭଳି ଏନର୍ଜି, ଗବେଷକଙ୍କ ଦ୍ୱାରା ପ୍ରମାଣିତ

ଭାରତୀୟ ଖାଦ୍ୟ ସ୍ୱାଦିଷ୍ଟ ହେବା ସହିତ ଏହା ପୌଷ୍ଟିକ ତତ୍ତ୍ୱରେ ମଧ୍ୟ ଭରପୁର ଯେପର୍ଯ୍ୟନ୍ତ ଏହା ଠିକ ସମୟ ଏବଂ ଠିକ ପରିମାଣରେ ଖିଆଯାଏ । କିଛି ଖାଦ୍ୟର କମ୍ବିନେସନ ଲୋକମାନଙ୍କୁ ସ୍ୱାଦିଷ୍ଟ ଲାଗିବା ସହିତ ଅନେକ ମାତ୍ରାରେ ପସନ୍ଦ ମଧ୍ୟ ଆସିଥାଏ । ଯେପରିକି ଭାତ ଡାଲି ମଧ୍ୟ ନ୍ୟୁଟ୍ରିସନ ମାମଲାରେ ବହୁତ ଆଗରେ । ଠିକ ସେହିପରି ଏକ ଫୁଡ କମ୍ବିନେସନ ହେଉଛି ଆଳୁ ପୁରି । ଏହାକୁ ନେଇ ଗବେଷଣାରୁ ଆସିଛି କିଛି ରୋଚକ ତଥ୍ୟ । ଯାହାକୁ ଶୁଣିବା ପରେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।
ଏକ ଗବେଷଣାରୁ ଜଣାପଡିଛି ଯେ ଆଳୁ ପୁରିରେ ରହିଛି କିଛି ଏପରି ତତ୍ତ୍ୱ ଯାହାକି ବଜାରରେ ବିକ୍ରି କରାଯାଉଥିବା ଆଥଲେଟସଙ୍କ ପ୍ରଦର୍ଶନକୁ ବଢା଼ଉଥିବା ମହଙ୍ଗା କାର୍ବୋହାଇଡ୍ରେଟ ଜେଲରେ ରହିଛି । ଆମେରିକାର ଇଲିନୋଇସ ୟୁନିଭର୍ସିଟିରେ ଏହି ରିସର୍ଚ୍ଚ କରାଯାଇଥିଲା । ଏହାଦ୍ୱାରା ଶରୀରରେ ଶକ୍ତି ବଢ଼ୁଥିବା କିଛି ସ୍ୱାଦିଷ୍ଟ ଅପ୍ସନ ଉପରେ ରିସର୍ଚ୍ଚ କରାଯାଇଥିଲା ।

ରିସର୍ଚ୍ଚ ପେପରରେ ଲେଖାଯାଇଥିଲା ଯେ ଆଳୁ ସାଧାରଣତଃ କମ ଦାମରେ ମିଳିଯାଇଥାଏ । ଏହା ଜରୁରୀ ପୋଷକ ତତ୍ତ୍ୱ ଏବଂ କାର୍ବୋହାଇଡ୍ରେଟର ଏକ ବଢିଆ ମିଶ୍ରଣ ଅଟେ । କାର୍ବୋହାଇଡ୍ରେଟ ଜେଲରେ ମିଠାପଣ ଅଧିକ ଥାଏ । ଏହାର ତୁଳନାରେ ଆଳୁ ଦୌଡ଼ ପ୍ରତିଯୋଗିତାରେ ଭାଗ ନେଉଥିବା ଆଥଲେଟ ମାନଙ୍କ ପାଇଁ ଏକ ଜବରଦସ୍ତ ଶକ୍ତି ଉତ୍ପନ୍ନକାରୀ ଖାଦ୍ୟ ଭାବେ କାମ କରିଥାଏ ।

ରିସର୍ଚ୍ଚ ପେପରର କୋ-ଅଥର ନିକୋଲସଙ୍କ କହିବା ଅନୁଯାୟୀ ଏହି ଅଧ୍ୟୟନର ଉଦ୍ଦେଶ୍ୟ ଥିଲା ଆଥଲେଟସ ମାନଙ୍କର ଶକ୍ତି ଉତ୍ପନ୍ନ କରୁଥିବା ବିକଳ୍ପକୁ ବଢାଇବା ଏବଂ ଏଥିରେ ବିଭିନ୍ନ ପ୍ରକାରର ଖାଦ୍ୟ ଖୋଜି ବାହାର କରିବା । ଏଥିପାଇଁ ସେ ସାଇକେଲିଷ୍ଟଙ୍କର ଦୁଇଟି ଟିମ ଗଠନ କରିଥିଲେ । ଦୁଇଟି ଟିମରେ କାର୍ବୋହାଇଡ୍ରେଟ ସୋର୍ସ ମଧ୍ୟରେ ଫରକ ରଖାଯାଇଥିଲା । ଗୋଟିଏ ଟିମ ବଜାରର ଜେଲ ନେଉଥିବା ବେଳେ ଅନ୍ୟ ଟିମକୁ ଆଳୁ ପୁରି ଦିଆଯାଇଥିଲା କିନ୍ତୁ ଦୁଇଟି ଟିମର ଏନର୍ଜି ଲେବୁଲରେ କୌଣସି ଫରକ ଦେଖାଯାଇନଥିଲା ।



