ବିଚାର

ଧନତେରାସ୍‌ରେ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଆପଣାନ୍ତୁ ଏହି ଟିପ୍ସ

ବର୍ତ୍ତମାନ ସମୟରେ ଧନତେରାସ୍‌ ପର୍ବକୁ କେବଳ ସୁନା, ରୂପା ଏବଂ ବାସନ କିଣିବାରେ ସିମୀତ କରି ରଖିଦିଆଯାଇଛି। କିନ୍ତୁ କଣ ଆପଣମାନେ ଜାଣିଛନ୍ତି କି ଧନତେରାସ୍‌ ଦିନ ସ୍ୱାସ୍ଥ୍ୟ ଦୃଷ୍ଟି କୋଣରୁ ମଧ୍ୟ ବଡ ମହତ୍ୱ ରହିଛି। ଏହିଦିନ ଆୟୁର୍ବେଦର ଜନକ କୁହାଯାଉଥିବା ଭଗବାନ ଧନନ୍ତ୍ୱରୀଙ୍କ ମଧ୍ୟ ଜନ୍ମଦିନ ପାଳନ କରାଯାଇଥାଏ। ଭଗବାନ ଧନନ୍ତ୍ୱରୀଙ୍କ ପୂଜା କରି ଉତ୍ତମ ସ୍ୱାସ୍ଥ୍ୟ ଏବଂ ନିରୋଗ ରହିବାର ଆଶୀର୍ବାଦ ପ୍ରାପ୍ତ କରାଯାଇଥାଏ।

ଭଗବାନ ଧନନ୍ତ୍ୱରୀ ପ୍ରାଣୀମାନଙ୍କୁ ଆରୋଗ୍ୟ ପ୍ରଦାନ କରିଥାନ୍ତି। ଏହିକାରଣରୁ ଧନତେରାସ୍‌ ରେ କେବଳ ଧନ ପ୍ରାପ୍ତି ପାଇଁ ପୂଜା କରିବା ସହ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଭଗବାନ ଧନନ୍ତ୍ୱରୀଙ୍କ ପୂଜା କରାଯାଇଥାଏ। ଏହି ଦିନ ଆପଣମାନେ ଯଦି ରୋଗ ପାଇଁ ଆଧୁନିକ ଚିକିତ୍ସା ପଦ୍ଧତି ସହ ଯଦି ଆୟୁର୍ବେଦକୁ ଆପଣେଇଥାନ୍ତି ତେବେ ଉତ୍ତମ ସ୍ୱାସ୍ଥ୍ୟ ଲାଭ କରିପାରିବେ।

food diwaliଜୀବନ ବଞ୍ଚିବାର କଳା ହେଉଛି ଆୟୁର୍ବେଦ

ବାସ୍ତବରେ ଆୟୁର୍ବେଦ କେବଳ ଚିକିତ୍ସା ପଦାର୍ଥ ନୁହେଁ। ଏହା ସୁସ୍ଥ ଜୀବନ ବଞ୍ଚିବାର ଏକ କଳା, ଯାହାକୁ ଶିଖିବା ପରେ ହସ୍ପିଟାଲ କିମ୍ବା ଡାକ୍ତରଙ୍କ ପାଖକୁ ଯିବାକୁ ପଡ଼ିନଥାଏ। ଆୟୁର୍ବେଦ ଅନୁଯାୟୀ ଖାଦ୍ୟ-ପାନୀୟର ନିୟମ ଆପଣେଇବା ଦ୍ୱାରା ଉତ୍ତମ ଏବଂ ଖୁସିର ଜୀବନ ଲାଭ କରିପାରିବେ। ତେବେ ଜାଣନ୍ତୁ ଆୟୁର୍ବେଦ ଅନୁଯାୟୀ ଖାଦ୍ୟ-ପାନୀୟ କିପରି ହେବା ଉଚିତ।

ବାତ-ପିତ-କଫ ଶରୀରର ସନ୍ତୁଳନକୁ ଖରାପ କରିଥାଏ

ଆୟୁର୍ବେଦ ଅନୁଯାୟୀ ଶରୀରର ପ୍ରମୁଖ ତିନଟି ପ୍ରକୃତି ରହିଥାଏ, ଯାହା ବାତ-ପିତ ଏବଂ କଫ। ଶରୀରରେ ଯେତେବେଳେ ଏହି ତତ୍ତ୍ୱର ସନ୍ତୁଳନ ଖରାପ ହୋଇଥାଏ ସେତେବେଳେ ବ୍ୟକ୍ତି ରୋଗରେ ପିଡୀତ ହୋଇଥାନ୍ତି। ଏହିସବୁରୁ ଦୂରେଇ ରହିବା ପାଇଁ ଏଭଳି ଖାଦ୍ୟ ଖାଇବା ଉଚିତ ଯାହା ଜଲଦି ହଜମ ହୋଇଥାଏ ଏବଂ ପୋଷକ ତତ୍ତ୍ୱରେ ଭରି ରହିଥାଏ।

dhanentwari

ଖାଦ୍ୟରେ ରହିବା ଉଚିତ ଏହି ୬ଟି ରସ

ଆୟୁର୍ବେଦ ଅନୁଯାୟୀ ଖାଦ୍ୟରେ ୬ଟି ରସ ରହିବା ଉଚିତ। ଏହି ୬ଟି ରସ ହେଉଛି ମିଠା, ଲୁଣ, ଖଟା, କଡା, ରାଗ ଏବଂ କସା। ଶରୀରର ପ୍ରକୃତି ଅନୁଯାୟୀ ଏହିସବୁ ଭୋଜନ କରିବା ଉଚିତ। ଏହାଦ୍ୱାରା ଶରୀରରେ ପୋଷକ ତ୍ତ୍ୱର ଅସନ୍ତୁଳନ ହୋଇନଥାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button