ଦେଶ ବିଦେଶ

ସେଭିଂ ପରେ ମୁହଁରେ ଜଳାପୋଡ଼ା ହେଉଛି କି, ଆପଣାନ୍ତୁ ଏହି ଘରୋଇ ଉପାୟ…

ସାଧାରଣତଃ ପୁରୁଷମାନେ ସେଭିଂ ହେବା ପରେ ଗାଲ ପୋଡିଥାଏ। ଦାଢ଼ି କାଟିବା ସମୟରେ ବେଳେ ବେଳେ ତ୍ୱଚା କଟିଯାଇ ଏହି ସମସ୍ୟା ଦେଖାଯାଉଥିବା ବେଳେ ଆଉ କେବେ ମୁହଁ କୁଣ୍ଡାଇ ହେବ ଯୋଗୁ ମଧ୍ୟ ଏଭଳି ପରିସ୍ଥିତି ଉପୁଜେ। ତେବେ ଯଦି ଗାଲ ନରମ ଥିବ, ତେବେ ଏଭଳି ସମସ୍ୟାର ଆଶଙ୍କା କମ ରହିଥାଏ। ଆପଣ ମଧ୍ୟ ଯଦି ସେଭିଂ କରିବା ବେଳେ ଏହି ସମସ୍ୟାର ସମ୍ମୁଖୀନ ହେଉଛନ୍ତି, ତେବେ ଆପଣାନ୍ତୁ ଏହି ଘରୋଇ ଉପାୟ …

୧. ନଡ଼ିଆ ତେଲ:

ତ୍ୱଚାକୁ କୋମଳ କରିବାରେ ନଡ଼ିଆ ତେଲ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଏହାକୁ ପୋଡ଼ାଜଳା ଭଲ କରିବା ପାଇଁ ମଧ୍ୟ ଔଷଧ ଭାବେ ବ୍ୟବହାର କରାଯାଏ। ସେଭିଂ କଲା ପରେ ଯଦି ଗାଲରେ ପୋଡ଼ାଜଳା ଅନୁଭୂତ ହେଉଛି ତେବେ ସେହି ସ୍ଥାନରେ ଟିକେ ନଡ଼ିଆ ତେଲ ଲଗାଇଦିଅନ୍ତୁ, ପୋଡ଼ା କମିଯିବ।

୨. ଟି ଟ୍ରି ଅଏଲ:

ଟି ଟ୍ରି ଅଏଲ୍‌ ତ୍ୱଚାକୁ ମଶ୍ଚରାଇଜ୍‌ କରିବାରେ ସାହାଯ୍ୟ କରେ। ଏଥିରେ ଆଣ୍ଟି ଇନ୍‌ଫ୍ଲେମାଟୋରି ଓ ଆଣ୍ଟିମାଇକ୍ରୋବାଇଆଲ୍‌ ଗୁଣ ରହିଛି, ଯାହା ଚର୍ମର ଜ୍ୱଳନ ଦୂର କରିଥାଏ। ଏହାକୁ ଆପଣ ଯେକୌଣସି କ୍ଷତ ସ୍ଥାନରେ ମଧ୍ୟ ଲଗାଇପାରିବେ। ୧ରୁ ୩ ବୁନ୍ଦା ଟି ଟ୍ରି ଅଏଲ୍‌ ନେଇ ସେଭିଂ କରିଥିବା ସ୍ଥାନରେ ଘଷନ୍ତୁ, ୧୫ ମିନିଟ୍‌ ମଧ୍ୟରେ ପୋଡ଼ା କମିଯିବ।

୩. ବେକିଂ ସୋଡ଼ା:

ବେକିଂ ସୋଡ଼ାରେ ତ୍ୱଚାକୁ ଶୀତଳ କରିବା ଗୁଣ ରହିଛି। ପୋଡ଼ାଜଳା ହୋଇଥିବା ସ୍ଥାନରେ ବେକିଂ ସୋଡ଼ାକୁ ପାଣିରେ ମିଶାଇ ପେଷ୍ଟ ପ୍ରସ୍ତୁତ କରି ଲଗାଇବା ଦ୍ୱାରା କଷ୍ଟ ଲାଘବ ହୋଇଥାଏ। ସେଭିଂ ହେବା ପରେ ଆପଣ ଗାଲରେ ବେକିଂ ସୋଡ଼ା ପେଷ୍ଟ ମଧ୍ୟ ଲଗାଇପାରିବେ।

୪. ଅମୃତଭଣ୍ଡା:


ସେଭିଂ ପରେ ତ୍ୱଚା ରୁକ୍ଷ ହୋଇଯାଏ। ଏହି ରୁକ୍ଷତା ଦୂର କରିବାକୁ ମୁହଁରେ ପାଚିଲା ଅମୃତଭଣ୍ଡା ଲଗାନ୍ତୁ। ପାଚିଲା ଅମୃତଭଣ୍ଡାରେ ଭିଟାମିନ୍‌-ଏ ଅଧିକ ମାତ୍ରାରେ ରହିଥାଏ। ଏଥିପାଇଁ ପ୍ରଥମେ କଟା ଅମୃତଭଣ୍ଡାକୁ ସ୍କ୍ରବ୍‌ ଭଳି ମୁହଁରେ କିଛି ସମୟ ଘଷନ୍ତୁ। ମୁହଁ ଶୁଖିଯିବା ପରେ ଉଷୁମ ପାଣିରେ ଧୋଇ ଦିଅନ୍ତୁ। ଏପରି କରିବା ଦ୍ୱାରା ତ୍ୱଚା କୋମଳ ଓ ଚମକଦାର୍ ହୋଇଥାଏ।

୫. ଥଣ୍ଡା କ୍ଷୀର:

କ୍ଷୀରରେ ଥିବା ଲାକ୍ଟିକ୍‌ ଏସିଡ୍‌ ପ୍ରାକୃତିକ ମଶ୍ଚରାଇଜର ଭାବେ କାମ କରିଥାଏ। ତ୍ୱଚାରେ ଚମକ ଆଣିବା ପାଇଁ ସେଭିଂ କରିବା ପରେ ଏକ ତୁଳାକୁ ଥଣ୍ଡା କ୍ଷୀରରେ ବୁଡ଼ାଇ ଚେହେରାରେ ଲଗାନ୍ତୁ। କିଛି ସମୟ ପରେ ଥଣ୍ଡା ପାଣିରେ ମୁହଁ ଧୋଇ ଦିଅନ୍ତୁ। ଏପରି କରିବା ଦ୍ୱାରା ତ୍ୱଚା ଜ୍ୱଳନରୁ ଆରାମ ମିଳିଥାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button