ଦେଶ ବିଦେଶ

ପ୍ରଥମ ଥର ବିମାନ ଯାତ୍ରା କରୁଛନ୍ତି କି ? ଧ୍ୟାନରେ ରଖନ୍ତୁ ଏହି ସବୁ ତଥ୍ୟ

ପୂର୍ବାପେକ୍ଷା ଆଜିକାଲି ବିମାନରେ ଯାତ୍ରା କରିବା ଶସ୍ତା ହୋଇଗଲାଣି। କମ୍‌ ସମୟ ମଧ୍ୟରେ ବିଭିନ୍ନ ଜାଗାକୁ ଯାଇ ଆସି ହୋଇପାରୁଛି। ଆଉ ଟ୍ରେନକୁ ଅଧିକ ସମୟ ପର୍ଯ୍ୟନ୍ତ ଲୋକେ ଅପେକ୍ଷା କରି ରହୁନାହାନ୍ତି। କିନ୍ତୁ ଟ୍ରେନ ଭଳି ବିମାନ ଯାତ୍ରା କରିବା ଏତେ ସହଜ ନୁହେଁ। ଏଥିପାଇଁ ଆପଣଙ୍କୁ କେତେକ ନିୟମ ସହ ବିଶେଷ କଥା ଉପରେ ଧ୍ୟାନ ଦେବାକୁ ପଡିଥାଏ। ଯଦି ଆପଣ ପ୍ରଥମ ଥର ପାଇଁ ବିମାନ ଯାତ୍ରା କରୁଥାନ୍ତି, ତେବେ ଏହି ସବୁ ଜିନିଷକୁ ଧ୍ୟାନ ରଖନ୍ତୁ। ଆପଣଙ୍କ ଯାତ୍ରା ସୁଖମୟ ଏବଂ ଚିନ୍ତାମୁକ୍ତ ହେବ। ଏୟାରପୋର୍ଟକୁ ଯିବା ପୂର୍ବରୁ କିଛି ସାଧାରଣ କଥା ଉପରେ ଧ୍ୟାନ ରଖନ୍ତୁ।

ଦୁଇ ଘଣ୍ଟା ପୂର୍ବରୁ ଏୟାରପୋର୍ଟରେ ପହଞ୍ଚନ୍ତୁ :

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଆପଣ ବିମାନ ଯାତ୍ରା କରୁଥିବା ବେଳେ ଏୟାରପୋର୍ଟ ଦୁଇ ଘଣ୍ଟା ପୂର୍ବରୁ ପହଞ୍ଚିଯାନ୍ତୁ। ଏଠାରେ ଆପଣଙ୍କୁ ଅନେକ ଔପୋଚାରିକତା ପୂରଣ କରିବାକୁ ପଡିଥାଏ, ଯଦି ଆପଣ ବିଳମ୍ବରେ ଯିବେ ତେବେ ଆପଣଙ୍କ ଫ୍ଲାଇଟ୍‌ ମିସ୍‌ ହୋଇପାରେ।

security

ସିକ୍ୟୁରିଟ ଗାର୍ଡ :

ପ୍ରଥମେ ଏୟାରପୋର୍ଟ ଭିତରକୁ ଯିବା ପାଇଁ ଆପଣଙ୍କୁ ପରିଚୟ ପତ୍ର ଏବଂ ଟିକେଟ ଦେଖାଇବାକୁ ପଡିଥାଏ। ଏଥିପାଇଁ ସାଙ୍ଗରେ ସ୍ୱୀକୃତିପ୍ରାପ୍ତ ପରିଚୟ ପତ୍ର ଯଥା, ଆଧାର କାର୍ଡ କିମ୍ବା ଭୋଟର ପରିଚୟ ପତ୍ର ସାଙ୍ଗରେ ରଖନ୍ତୁ।

ଧାରୁଆ ଅସ୍ତ୍ର ରଖନ୍ତୁ ନାହିଁ :

ବିମାନ ଯାତ୍ରା ସମୟରେ ଭୁଲରେ ମଧ୍ୟ ବ୍ୟାଗରେ କୌଣସି ଧାରୁଆ ଅସ୍ତ୍ର ରଖନ୍ତୁ ନାହିଁ। ଯେପରିକି ଛୁରୀ, ନେଲକଟର, ଛୁଞ୍ଚି ଇତ୍ୟାଦି। ଏସବୁ ଜିନିଷ ବିମାନ ଯାତ୍ରା ସମୟରେ ଫ୍ଲାଇଟରେ ବାରଣ କରାଯାଏ।

ttt

ଟିକେଟ କାଉଣ୍ଟର :

ଏୟାରପୋର୍ଟରେ ଅଲଗା ଅଲଗା ଏୟାରଲାଇନ ପାଇଁ ଅଲଗା ଅଲଗା କାଉଣ୍ଟର ରହିଥାଏ। ଆପଣ ନିଜର ଟିକେଟ ସଠିକ୍‌ ଏୟାରଲାଇନ କାଉଣ୍ଟରରେ ଚେକ୍‌ କରାଇ ନିଅନ୍ତୁ। ସବୁଠାରୁ ଜରୁରୀ କଥା, ଡୋମେଷ୍ଟିକ ଫ୍ଲାଇଟ କାଉଣ୍ଟର ୪୫ ମିନିଟ ପୂର୍ବରୁ ଏବଂ ଇଣ୍ଟରନ୍ୟାସନାଲ ଫ୍ଲାଇଟ କାଉଣ୍ଟର ୨ ଘଣ୍ଟା ପୂର୍ବରୁ ବନ୍ଦ ହୋଇଯାଇଥାଏ।

1

କାନରେ ଯନ୍ତ୍ରଣା :

ବହୁତ ଲୋକଙ୍କୁ ବିମାନ ଯାତ୍ରା ସମୟରେ କାନରେ ଯନ୍ତ୍ରଣା ଅନୁଭୂତ ହୋଇଥାଏ। ଏଥିପାଇଁ ଆପଣ ପୂର୍ବରୁ କାନ ପାଇଁ ମେଡିସିନ ନେଇ ଯାଇପାରିବେ।

ବନ୍ଦ ଥିବା ବୋତଲରୁ ପାଣି ପିଅନ୍ତୁ :

 

ବିମାନରେ ବସିବା ପୂର୍ବରୁ ଅଳ୍ପ ପାଣି ପିଇ ନିଅନ୍ତୁ। ଅନେକ ଲୋକଙ୍କର ଫ୍ଲାଇଟ ଟେକଅପ୍‌ ସମୟରେ ଗଳା ଶୁଖିଯାଏ। ଏହା ପରେଯଦି ଆପଣ ପାଣି ମାଗନ୍ତି ତେବେ ଆପଣଙ୍କୁ ଏୟାରହଷ୍ଟେସ ଦେଉଥିବା ପାଣି ସ୍ୱଚ୍ଛ ନଥାଏ। କାହିଁକି ନା ବେଳେବେଳେ ବିମାନରେ ଥିବା ପାଣି ଟାଙ୍କି ସଫା ହୋଇନଥାଏ। ସବୁଠାରୁ ଭଲ ଉପାୟ, ଆପଣ ନିଜ ପାଣି ନିଜ ସାଥିରେ ନେଇ ଯାଇପାରିବେ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button