ଦେଶ ବିଦେଶ

ଆପଣଙ୍କ ମଧ୍ୟାହ୍ନଭୋଜନକୁ ସ୍ପେଶାଲ କରିବ ‘ବିରି ଡାଲି ରାଇତା’, ଥରେ ପ୍ରସ୍ତୁତ କରନ୍ତୁ

ଆପଣଙ୍କ ଘରକୁ ଅତିଥି ଆସିଲେ ଆପଣ ତାଙ୍କୁ କ’ଣ ଖାଇବାକୁ ଦେବେ ଚିନ୍ତାରେ ରହିଥାନ୍ତି। ଆଉ ଯେତେବେଳେ ମଧ୍ୟାହ୍ନଭୋଜନ କଥା ଉଠେ ସେତେ ବେଳେ ଏହି ଚିନ୍ତା ଆହୁରି ବଢିଯାଏ। ମଧ୍ୟାହ୍ନ ଭୋଜନ ସମୟରେ ଗୋଟେ ଦୁଇଟି ନୁହେଁ ଅତିକମ୍‌ରେ ୫ ପ୍ରକାର ଖାଦ୍ୟ ପ୍ରସ୍ତୁତ କରିବାକୁ ପଡିଥାଏ। କିନ୍ତୁ ଏହି ଖାଦ୍ୟ ସହିତ ଆପଣ ନିଶ୍ଚିତ ଭାବେ ସାଲାଡ କିମ୍ବା ରାଇତା ଖାଇବାକୁ ଅତିଥିଙ୍କୁ ଦେଇଥାନ୍ତି। ଆପଣ ଯଦି ଗ୍ରୀନ ସାଲାଡ କିମ୍ବା ରାଇତା ଦେଇ ଅତିଥିକୁ ଥକ୍କି ଗଲେଣି, ତେବେ ଆଜି ଆମେ ଆପଣଙ୍କୁ ଏକ ନୂଆ ରାଇତା ବିଷୟରେ ଜଣାଇବୁ, ଯାହା ଆପଣ ଅତିଥିଙ୍କୁ ପରଷିପାରିବେ। ଆପଣ ଘରେ ପ୍ରସ୍ତୁତ କରିପାରିବେ ‘ବିରି ଡାଲି ରାଇତା ’। ଆସନ୍ତୁ ଜାଣିନେବା କିପରି ପ୍ରସ୍ତୁତ କରିବା..

ଆକଶ୍ୟକ ସାମଗ୍ରୀ :

ବିରି ଡାଲି ( ୨ ବଡ ଚାମଚ)

ଦହି ( ୧ କପ୍‌)

ଟମାଟର ( ୨ ଟି ଛୋଟ କଟା ହୋଇଥିବା)

ଗାଜର (ଗୋଟେ ପୁରା ଛୋଟ କଟା ହୋଇଥିବା)

ଭୃର୍ସଙ୍ଗ ପତ୍ର

ସୋରିଷ ( ୧ ଚାମଚ)

କଞ୍ଚାଲଙ୍କା ( ୧ଟି କଟା ହୋଇଥିବା)

ହେଙ୍ଗୁ

ଧନିଆପତ୍ର

ତେଲ

ଲୁଣ ( ସ୍ୱାଦନୁସାରେ)

raita 1

ପ୍ରସ୍ତୁତି ପ୍ରଣାଳୀ :

ପ୍ରଥମେ ଏକ ପାତ୍ରରେ ଦହି ନେଇ ଭଲ ଭାବେ ଫେଣ୍ଟି ଦିଅନ୍ତୁ। ଏହା ପରେ ସେଥିରେ ଗାଜର, ଟମାଟର ଏବଂ ଲୁଣ ପକାଇ ଭଲ ଭାବେ ମିଶାଇ ଦିଅନ୍ତୁ। ଏବେ ଏକ ପ୍ୟାନରେ ବିରି ଡାଲି ପକାଇ ଭାଜିଦିଅନ୍ତୁ। ଏବେ ଡାଲି ଭାଜି ହୋଇ ଥଣ୍ଡା ହୋଇଗଲା ପରେ ଏହାକୁ ଗ୍ରାଇଣ୍ଡରରେ ଗୁଣ୍ଡ କରିଦିଅନ୍ତୁ। ଏହା ଗୁଣ୍ଡକୁ ନେଇ ଏବେ ଦହିରେ ପକାନ୍ତୁ।

ଏବେ ଏକ ପ୍ୟାନରେ ଅଧା ଚାମଚ ତେଲ ପକାଇବା ପରେ ସେଥିରେ ସୋରିଷ, କଟା ହୋଇଥିବା କଞ୍ଚାଲଙ୍କା, ଭୃର୍ସଙ୍ଗ ପତ୍ର, ହେଙ୍ଗୁ ପକାଇ ମିଶାଇ ଦିଅନ୍ତୁ। ଏବେ ଏହାକୁ ନେଇ ପୂର୍ବରୁ ପ୍ରସ୍ତୁତ କରିଥିବା ଦହିରେ ପକାଇ ଦିଅନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ବିରି ଡାଲି ରାଇତା। ଏହାକୁ ନେଇ ଫ୍ରିଜରେ ରଖିଦିଅନ୍ତୁ। ଖାଇବା ସମୟରେ ଥଣ୍ଡା ଥଣ୍ଡା ପରଷନ୍ତୁ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button