ନୀତି

ଚାଣକ୍ୟଙ୍କ ନୀତି ଅନୁଯାୟୀ ଏହି ସବୁ କାର୍ଯ୍ୟରେ ସାମିଲ୍‌ ହେବା ପରେ ଆଉ ଥରେ ସ୍ନାନ କରିବା ଉଚିତ

ଆଚାର୍ଯ୍ୟ ଚାଣକ୍ୟ ଜଣେ ମହାନ ଜ୍ଞାନୀ ଥିଲେ। ଯାହାଙ୍କ ନୀତି ଜଣେ ସାଧାରଣ ବାଳକକୁ ସମ୍ରାଟ କରିପାରିଥିଲା। ଚାଣକ୍ୟ ମାନବ ସମାଜର କଲ୍ୟାଣ ସହ ସମ୍ବନ୍ଧିତ ଏପରି ଅନେକ ନୀତି ସମ୍ପର୍କରେ ପ୍ରକାଶ କରିଛନ୍ତି, ଯାହାକୁ ଆପଣାଇବା ଦ୍ୱାରା ପ୍ରତ୍ୟେକ ବ୍ୟକ୍ତି ନିଜ ଜୀବନରେ ସଫଳ ହୋଇପାରିବେ। ଆଚାର୍ଯ୍ୟ ଚାଣକ୍ୟ ନିଜର ନୀତିବାଣୀ ମଧ୍ୟରେ ଜୀବନଶୈଳୀକୁ ନେଇ ମଧ୍ୟ ଅନେ ତଥ୍ୟ ପ୍ରକାଶ କରିଛନ୍ତି। ଯେପରି ପ୍ରତ୍ୟେକ ବ୍ୟକ୍ତିମାନେ ଋତୁ ପରିବର୍ତ୍ତନରେ ସର୍ବଦା ସ୍ନାନ କରିବା ଉଚିତ। କିନ୍ତୁ କେବେ କେବେ ଜୀବନରେ ଏଭଳି କିଛି ଜିନିଷ ହୋଇଥାଏ ଯାହା କରିବା ପରେ ନିଶ୍ଚିତ ସ୍ନାନ କରିବା ଉଚିତ। ଏପରି କି ଅନେକ ଥର ଆପଣମାନେ ଏହି ଜିନିଷରେ ସାମିଲ ହେବା ପରେ ଅଳସୁଆ ହୋଇଯାଇଥାନ୍ତି। କିନ୍ତୁ ଚାଣକ୍ୟଙ୍କ ନୀତି ଅନୁଯାୟୀ ଏହି ସବୁ କାମ ପରେ ସ୍ନାନ କରିବା ଜରୁରୀ।

bath-water-ଆଚାର୍ଯ୍ୟ ଚାଣକ୍ୟଙ୍କ କହିବା ଅନୁଯାୟୀ କେଶ କାଟିବା ପରେ ନିଶ୍ଚିନ୍ତ ସ୍ନାନ କରିବା ଉଚିତ। କାରଣ କେଶ କାଟିବା ପରେ ଛୋଟ ଛୋଟ କେଶ ଗୁଡିକ ଶରୀରରେ ଲାଗି ରହିଯାଇଥାଏ, ଯାହା ଆପଣଙ୍କ ଅଜାଣତରେ ଆଖି, ନାକ, କାନ ଏବଂ ପାଟିରେ ପଶିଯାଇଥାଏ। ଏହିସବୁ ଆପଣଙ୍କ ପାଇଁ ହାନିକାରକ ହୋଇଥିବାରୁ ସର୍ବଦା କେଶ କାଟିବା ପରେ ସ୍ନାନ କରିବା ଉଚିତ।

-ଚାଣକ୍ୟଙ୍କ ନୀତି ଅନୁଯାୟୀ ସୁସ୍ଥ ଶରୀର ଏବଂ ଚମକ ତ୍ୱଚା ପାଇଁ ସପ୍ତାହରେ ଅଧିକରୁ ଅଧିକ ଦୁଇ ଥର ତେଲ ମାଲିସ୍‌ କରନ୍ତୁ। ମାଲିସ୍‌ କରିବା ଦ୍ୱାରା ଶରୀରର ଛିଦ୍ର ଖୋଲିଯାଇଥାଏ ଏବଂ ଭିତରର ମଇଳା ବାହାରକୁ ବାହାରି ଯାଇଥାଏ। ଏହିକାରଣରୁ ତେଲ ମାଲିସ୍‌ ପରେ ତୁରନ୍ତ ସ୍ନାନ କରିବା ଉଚିତ। ତେଲ ମାଲିସ୍‌ ହେବା ପରେ ବିନା ସ୍ନାନ କରି ବାହାରକୁ ଯିବା ମଧ୍ୟ ଅଶୁଭ ହୋଇଥାଏ।

-ଏହା ବ୍ୟତୀତ ନାରୀ ଏବଂ ପୁରୁଷମାନେ ନିଜ ଭିତରେ ସମ୍ବନ୍ଧ ରଖିବା ପରେ ମଧ୍ୟ ସ୍ନାନ କରିବା ଉଚିତ। କାରଣ ସମ୍ବନ୍ଧ ରଖିବା ପରେ କୌଣସି ଧାର୍ମିକ କାର୍ଯ୍ୟ କରିପାରିବେ ନାହିଁ। ସ୍ୱାସ୍ଥ୍ୟ ଦୃଷ୍ଟିରୁ ମଧ୍ୟ ସମ୍ଭୋଗ ପରେ ନିଶ୍ଚିନ୍ତ ସ୍ନାନ କରିବା ଉଚିତ।

-ଯଦି ଆପଣ କୌଣସି ଶବ ଯାତ୍ରାରେ ସାମିଲ ହୋଇଥାନ୍ତି ତେବେ ଏହାପରେ ମଧ୍ୟ ନିଶ୍ଚିନ୍ତ ସ୍ନାନ କରିବା ଉଚିତ। ସ୍ନାନ ନକରି ଆପଣ ଘରେ ମଧ୍ୟ ପ୍ରବେଶ କରିପାରିବେ ନାହିଁ। ସଶ୍ମାନରେ ଅନେକ ପ୍ରକାର କିଟାଣୁ ରହିଥାନ୍ତି, ଯାହା ଶରୀରରେ ଲାଗିଯାଇଥାନ୍ତି କିନ୍ତୁ ଆପଣମାନେ ଏହାକୁ ଦେଖି ପାରନ୍ତି ନାହିଁ। ଏହି କାରଣରୁ ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତି ଅନୁଯାୟୀ ଉକ୍ତ କାର୍ଯ୍ୟ କରିବା ପରେ ନିଶ୍ଚିନ୍ତ ସ୍ନାନ କରିବା ଉଚିତ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button