ଦେଶ ବିଦେଶ

ଏହି କାରଣ ଯୋଗୁଁ ପ୍ରେସର କୁକର ବ୍ୟବହାର ବେଳେ ଘଟିଥାଏ ଦୁର୍ଘଟଣା, ଜାଣନ୍ତୁ କଣ

ସାଧାରଣତଃ ସମସ୍ତଙ୍କ ରୋଷେଇଶାଳରେ ପ୍ରେସର କୁୁକର ନିଶ୍ଚୟ ଥିବ। ଗୃହିଣୀମାନେ ଏହାକୁ ବ୍ୟବହାର କରିବା ପାଇଁ ଭଲ ପାଇଥାନ୍ତି। କାହିଁକିନା ଏହା ମହିଳାମାନଙ୍କର କାମକୁ ସହଜ କରିଦେଇଥାଏ ଏବଂ ଏଥିରେ ଖାଦ୍ୟ ଶୀଘ୍ର ହୋଇଯାଇଥାଏ। ଏହାକୁ ବ୍ୟବହାର କରିବା ମଧ୍ୟ ବହୁତ ସହଜ କିନ୍ତୁ ବେଳେବେଳେ ଏହାର ବ୍ୟବହାରକୁ ନେଇ ମହିଳାଙ୍କର ଭୁଲ ହୋଇଯାଏ ଯାହା ବଡ ଦୁର୍ଘଟଣାର କାରଣ ହୋଇଥାଏ। ଏଥିପାଇଁ ଆଜି ଆମେ ଆପଣଙ୍କୁ ପ୍ରେସର କୁକର ସହିତ ଜଡିତ କିଛି ଜରୁରୀ ସୂଚନା ଜଣାଇବାକୁ ଯାଉଛୁ, ଯାହା ଆପଣଙ୍କୁ ଆକ୍ସିଡେଣ୍ଟରୁ ରକ୍ଷା କରିପାରେ। ତେବେ ଆସନ୍ତୁ ଜାଣିବା ଏହା ବିଷୟରେ।

pressureଜୋର ଜବରଦସ୍ତ କରି ପ୍ରେସର କୁକରକୁ ଖୋଲନ୍ତୁ ନାହିଁ

ବେଳେବେଳେ ଏମିତି ହୋଇଥାଏ ଯେ ଶୀଘ୍ର ରୋଷେଇ କରିବା ଚକରରେ ଆମେ ପ୍ରେସର କୁକରକୁ ଜୋର ଜବରଦସ୍ତ ଖୋଲି ଦିଅନ୍ତି। କିନ୍ତୁ ଏହି ସମୟରେ ଏଥିରେ ବାମ୍ଫ ରହିଥାଏ। ଏମିତିରେ ପ୍ରେସର ଖୋଲିଲେ ଆପଣଙ୍କ ଉପରେ ବାମ୍ଫ ପଡିଯାଇପାରେ ଏବଂ ଆପଣ ଜଳି ଯାଇ ପାରନ୍ତି। ଏଥିପାଇଁ ଯେତେବେଳେ ବି ଆପଣ ଢ଼ାଙ୍କଣା ଖୋଲୁଛନ୍ତି ପ୍ରଥମେ ସିଟି ସାହାଯ୍ୟରେ ତାର ସବୁ ବାମ୍ଫକୁ କାଢ଼ି ଦିଅନ୍ତୁ ଏବଂ ଖୋଲିବା ସମୟରେ ଆପଣ ସାମାନ୍ୟ ଦୂରତା ରଖନ୍ତୁ।

Pressure Cookerବିନା ପାଣିରେ କୁକରର ବ୍ୟବହାର କରନ୍ତୁ ନାହିଁ

ଯେତେବେଳେ ବି ଆପଣ ପ୍ରେସର କୁକର ବ୍ୟବହାର କରୁଛନ୍ତି ସବୁବେଳେ ସେଥିରେ ଅଳ୍ପ ପାଣି ଦିଅନ୍ତୁ। କେବଳ ଏତିିକି ନୁହେଁ କୁୁକରରେ କେବେବି ୨/୩ ଭାଗରୁ ଅଧିକ ପାଣି ଦିଅନ୍ତୁ ନାହିଁ କାରଣ ଯଦି ଆପଣ ଅଧିକ ପାଣି ଦେଲେ ତେବେ କୁୁକରରେ ବାମ୍ଫ ରହିବା ପାଇଁ ଜାଗା ରହିନଥାଏ।

ଖରାପ କିମ୍ବା ଅଧୁଆ ପ୍ରେସର କୁୁକରର ବ୍ୟବହାର କରନ୍ତୁ ନାହିଁ

କିଚେନରେ ଖାଦ୍ୟ ବନାଉଥିବା ସମୟରେ କେବେବି ଖରାପ ଥିବା ପ୍ରେସର କୁକର ବ୍ୟବହାର କରନ୍ତୁ ନାହିଁ। ଏମିତି ତୃଟି ଥିବା ପ୍ରେସର କୁକରରେ ବେେଳେବେଳେ ବାମ୍ଫ ବାହାରକୁ ଆସିପାରେ। ଏହାବ୍ୟତୀତ କୁକରକୁ ଭଲ ଭାବରେ ସଫା କରନ୍ତୁ କେବେବି ଏଥିପରେ ବଳକା ଖାଦ୍ୟକୁ ଲଗାଇ ରଖନ୍ତୁନାହିଁ।

cookerଠିକ ଭାବେ ବନ୍ଦ କରନ୍ତୁ

ଯେତବେଳେ ବି ପ୍ରେସର କୁକର ଭଲଭାବେ ବନ୍ଦ ହୋଇନଥାଏ ସେତେବଳେ ସେଥିରେ ବାମ୍ଫ ହୋଇନଥାଏ, ଯେଉଁ କାରଣରୁ ଖାଦ୍ୟ କଞ୍ଚା ରହିଯାଇଥାଏ। ଏହି କାରଣରୁ ଖାଦ୍ୟ ବନାଇବା ପାଇଁ ଅଧିକ ସମୟ ଲାଗିଥାଏ। ଏହାଦ୍ୱାରା ବଡ ଦୁର୍ଘଟଣା ଘଟିବାର ମଧ୍ୟ ସମ୍ଭାବନା ରହିଥାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button