ଦେଶ ବିଦେଶ

ପିଲାଙ୍କୁ ପସନ୍ଦ ଆସିବ ଓରିଏଣ୍ଟାଲ ମ୍ୟାଗି, ନିଶ୍ଚିତ କରି ଖୁଆନ୍ତୁ

ସବୁବେଳେ ପିଲାମାନଙ୍କୁ ଯଦି ଅଧିକ ଭୋକ ଲାଗିଥାଏ, ତେବେ ପ୍ରଥମେ ମ୍ୟାଗି ପ୍ରସ୍ତୁତ କରି ଖାଇବାକୁ ପସନ୍ଦ କରିଥାନ୍ତି। ଏହା ବି ବହୁତ ଜଲଦି ମଧ୍ୟ ପ୍ରସ୍ତୁତ ହୋଇଯାଏ ଯଦି ଆପଣ ବାରମ୍ବାର ମ୍ୟାଗି ଖାଇ ଚିଡିଗଲେଣି ତେବେ ଏହାକୁ ସ୍ୱାଦିଷ୍ଟ ଏବଂ ସ୍ୱାସ୍ଥ୍ୟ ଉପଯୋଗୀ କରିବା ପାଇଁ ଆପଣ ଓରିଏଣ୍ଟାଲ ମ୍ୟାଗି ଟ୍ରାଏ କରିପାରିବେ। ଆସନ୍ତୁ ଜାଣିବା କିପରି ବନାଇବେ ଓରିଏଣ୍ଟାଲ ମ୍ୟାଗି।

ଆବଶ୍ୟକ ସାମଗ୍ରୀ:

ତେଲ ୧ ଚାମଚ
ରସୁଣ ୧/୨ ଛୋଟ ଚାମଚ
ଅଦା ୧/୨ ଛୋଟ ଚାମଚ
ପିଆଜ
କଞ୍ଚାଲଙ୍କା
କ୍ୟାପସିକମ୍‌
ଛତୁ
ବେବି କର୍ନ
ବ୍ରୋକଲି
ମ୍ୟାଗି
ପାଣି
ମ୍ୟାଗି ମସଲା
ଗ୍ରୀନ ଚିଲ୍ଲି ସସ୍‌
ସୋୟା ସସ୍‌
କ୍ୟାଚଅପ୍‌

maggie1

ପ୍ରସ୍ତୁତି ପ୍ରଣାଳୀ :

ପ୍ରଥମେ ଏକ ପ୍ୟାନରେ ୧ ବଡ ଚାମଚ ତେଲ ଗରମ ପରି ସେଥିରେ ରସୁଣ, ଅଦା, ୧ରୁ ୨ ମିନିଟ ପର୍ଯ୍ୟନ୍ତ ଭାଜିଦିଅନ୍ତୁ। ତା ପରେ ପିଆଜ ପକାନ୍ତୁ ଏବଂ କଞ୍ଚାଲଙ୍କା, କ୍ୟାପସିକମ୍‌, ଛତୁ, ବେବି କର୍ନ ଏବଂ ବ୍ରୋକଲୀ ପକାଇ ଭଲ ଭାବେ ଭାଜିଦିଅନ୍ତୁ। ତା’ ପରେ କମ୍‌ ଆଞ୍ଚରେ ମ୍ୟାଗି ପକାଇ ପାଣି ଦିଅନ୍ତୁ। ଏହାପରେ ମ୍ୟାଗି ମସଲା ପକାଇ ଭଲ ଭାବେ ୩ ରୁ ୫ ମିନିଟ ପର୍ଯ୍ୟନ୍ତ ମ୍ୟାଗି ହେବା ଯାଏଁ ଅପେକ୍ଷା କରନ୍ତୁ। ମ୍ୟାଗି ହୋଇଯିବା ପରେ ଏଥିରେ ଗ୍ରିନ ଚିଲ୍ଲି ସସ୍‌, ସୋୟା ସସ୍‌ ଏବଂ କ୍ୟାଚଅପ୍‌ ପକାଇ ମିଶାଇ ଦିଅନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ଓରିଏଣ୍ଟାଲ ମ୍ୟାଗି। ଗରମ ଗରମ ପିଲାଙ୍କୁ ପରଷନ୍ତୁ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button