ସ୍ୱାସ୍ଥ୍ୟ

ଜାଣନ୍ତୁ କିଡନୀରେ ଷ୍ଟୋନ ସମସ୍ୟା ଥିଲେ ଏହାକୁ କେମିତି ଜାଣିବେ ଏବଂ ଏଥିରେ କେଉଁ ସବୁ ଖାଦ୍ୟ ଖାଇବା ଉଚିତ

ଷ୍ଟୋନ ସମସ୍ୟା ଆଜି କାଲି ଦୁନିଆର ଏକ ସାଧାରଣ କଥା ହୋଇଗଲାଣି। ଭୁଲ ଖାଦ୍ୟ ପେୟ ଏବଂ ଆବଶ୍ୟକରୁ କମ୍‌ ପାଣି ପିଇବା ଦ୍ୱାରା ଶରୀରରେ ଷ୍ଟୋନ ସମସ୍ୟା ଦେଖାଦିଏ। ଆମେ ସମସ୍ତେ ଜାଣିଛନ୍ତି ଆମେ ଆମ କିଡନୀ ଏବଂ ତାର ସୁରକ୍ଷାକୁ ନେଇ ବହୁତ ଅବହେଳା କରୁଛନ୍ତି। ଏହି ସମସ୍ୟା ଅନେକଙ୍କ ଠାରେ ଦେଖାଯାଏ ଏବଂ ଆପେ ଆପେ ଠିକ୍‌ ବି ହୋଇଯାଏ କିନ୍ତୁ ବେଳେବେଳେ ଏହା ଗମ୍ଭୀର ସମସ୍ୟା ହୋଇଯାଏ। ଯଦି ଏହା ଅଧିକ ଗମ୍ଭୀର ହୋଇଗଲା ତେବେ ଏହା ୟୁରିନର ବାଟକୁ ଅଟକାଇଥାଏ। ଏହି କାରଣରୁ ୟୁରିନର ରାସ୍ତାରେ ଅସହ୍ୟ ଯନ୍ତ୍ରଣା ହୋଇଥାଏ। ଏହି ସମସ୍ୟାରୁ ରକ୍ଷା ପାଇବା ପାଇଁ ଆପଣଙ୍କୁ ଛୋଟ ଛୋଟ ସଂକତକୁ ଚିହ୍ନିବାକୁ ପଡିବ। ଏହାସହିତ କିଡନୀରେ ଷ୍ଟୋନ ହେବା କାରଣରୁ କେଉଁ ସବୁ ଲକ୍ଷଣ ଦେଖାଯାଏ ଏବଂ ଏହାର ଉପାୟ ବିଷୟରେ ନିଶ୍ଚିତ ଜାଣିବା ଆବଶ୍ୟକ। ତେବେ ଆସନ୍ତୁ ଜାଣନ୍ତୁ କିଡନୀ ଷ୍ଟୋନ ବାହାର କରିବା ପାଇଁ କିଛି ଘରୋଇ ଉପାୟ।

କିଡନୀ ଷ୍ଟୋନର ଲକ୍ଷଣ

-ପିଠି ଏବଂ ପେଟ ପାଖରେ ଅସହ୍ୟ ଯନ୍ତ୍ରଣା

-ଯନ୍ତ୍ରଣା ବାରମ୍ବାର ବଢ଼ିଥାଏ ଏବଂ କମିଥାଏ

-ପରିସ୍ରାରେ ରକ୍ତ ପଡିବା

-ବାନ୍ତି ଲାଗିବା କିମ୍ବା ବାନ୍ତି କରିବାକୁ ଇଚ୍ଛା ହେବା

-ପରିସ୍ରା ପୋଡା ହେବା

urinaryକିଡନୀ ଷ୍ଟୋନର ସଂକେତ

-ପରିବାରରେ କାହାର ଏହି ରୋଗ ଥିଲେ

-ଅତ୍ୟଧିକ ମୋଟାପଣ

-ଉଚ୍ଚ ରକ୍ତଚାପ

-ଦିନରେ ବ୍ୟାୟାମ ବହୁତ କମ କରିବା

କିଡନୀ ଷ୍ଟୋନ ସମସ୍ୟା ହେଲେ କଣ ଖାଇବା ଉଚିତ

kidneyତୁଳସୀ

ତୁଳସୀ ପତ୍ରରେ କିଛି ଏମିତି ପତ୍ର ଅଛି ଯାହା ୟୁରିକ ଏସିଡର ସ୍ତରକୁ ସ୍ଥିର କରିଥାଏ। ଏହି କାରଣରୁ କିଡନୀରେ ଷ୍ଟୋନ ହୋଇନଥାଏ। ଏଥିରେ ଏସିଟିକ୍‌ ବି ରହିଥାଏ ଯାହା କିଡନୀ ଷ୍ଟୋନକୁ ମିଳାଇବାରେ ଏବଂ ଶେଷ କରିବାରେ ସାହାଯ୍ୟ କରିଥାଏ। ପ୍ରତିଦିନ ଏକ ଚାମଚ ତୁଳସୀର ଜୁସ୍‌ ପିଇଲେ ଏହି ସମସ୍ୟା ଶେଷ ହୋଇଥାଏ।

ଲେମ୍ବୁ ରସ

ଲେମ୍ବୁରେ ଥିବା ସାଇଟ୍ରିକ ଏସିଡ୍‌ ନାମକ ତତ୍ତ୍ୱ କ୍ୟାଲସିୟମ ଡିପୋଜିଟକୁ ବ୍ରେକ୍‌ କରିବାରେ ସାହାଯ୍ୟ କରିଥାଏ ଏବଂ ଗ୍ରୋଥର ପ୍ରକ୍ରୀୟାକୁ ଧୀମା କରିଦେଇଥାଏ। ଆପଣ ପ୍ରତିଦିନ ଖାଦ୍ୟ ପରେ ଲେମ୍ବୁ ଜୁସ୍‌ ପିଇପାରିବେ। ଆପଣ ଏହାକୁ ନିୟମିତ ଡାଏଟରେ ବି ସାମିଲ କରିପାରିବେ।

ଗହମ ଘାସ ଜୁସ୍‌

ହ୍ଵିଟଗ୍ରାସ ଜୁସ୍‌ ବା ଗହମ ଘାସରେ ଏମିତି ତତ୍ତ୍ୱ ରହିଛି ଯାହା ୟୁରିନ ପ୍ରଡକସନରେ ସାହାଯ୍ୟ କରିଥାଏ। ଏହାଦ୍ୱାରା କିଡନୀରେ ଥିବା ଷ୍ଟୋନ ସହଜରେ ୟୁରିନ ଜରିଆରେ ବାହାରକୁ ଚାଲିଯାଏ। ଗହମ ଘାସରେ ଆଣ୍ଟି ଅକ୍ସିଡେଣ୍ଟ ରହିଥାଏ ଯାହା ମୂତ୍ରାଶୟରେ ଥିବା କ୍ୟାଲସିୟମ ଡିପୋଜିଟସକୁ କମ୍‌ କରିବାରେ ସାହାଯ୍ୟ କରିଥାଏ।

ପାଣି

କିଡନୀ ଷ୍ଟୋନରୁ ରକ୍ଷା ପାଇବା ପାଇଁ ଏହା ସବୁଠାରୁ ସହଜ ଉପାୟ ସେ ଆପଣ ଖୁବ୍‌ ପାଣି ପିଅନ୍ତୁ। ଏହାଦ୍ୱାରା ଶରୀରରେ ପାଣିର ଅଭାବ ରହିନଥାଏ ଏବଂ କିଡନୀ ସୁରକ୍ଷିତ ରହିଥାଏ। ଡାକ୍ତର ମଧ୍ୟ ପ୍ରତିଦିନ ୧୦-୧୨ ଗ୍ଲାସ୍‌ ପାଣି ପିଇବା ପାଇଁ କହିଥାନ୍ତି। ଏହାଦ୍ୱାରା ଶରୀରରେ ଥିବା ଆବର୍ଜନା ସହଜରେ ବାହାରକୁ ବାହାରି ଯାଇଥାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button