ଦେଶ ବିଦେଶ

କଣ ଆପଣ ଗୋଡ ଉପରେ ଗୋଡ ପକାଇ ବସୁଛନ୍ତି କି ? ତେବେ ଏହି ଚାରୋଟି ଗମ୍ଭୀର ରୋଗକୁ କରିପାରନ୍ତି ସାମ୍ନା

ଆପଣ ପ୍ରାୟ ସମୟରେ ଲୋକମାନଙ୍କୁ ଗୋଡ ଭାଙ୍ଗି ବସିଥିବାର ଦେଖିଥିବେ। ଖାସ୍‌ କରି ମହିଳାମାନେ ବସିବା ସମୟରେ ଗୋଡକୁ ଆଉ ଗୋଟେ ଗୋଡ ଉପରେ ପକାଇ ବସନ୍ତି। କିନ୍ତୁ ଆପଣ ହୁଏତ ଜାଣିନଥିବେ ଏହା ପାଇଁ ଆପଣଙ୍କୁ ଅନେକ ରୋଗର ସାମ୍ନା କରିବାକୁ ପଡିପାରେ। ପାଦକୁ କ୍ରସ୍‌ କରି ବସିବା ଦ୍ୱାରା ଶିରା ପ୍ରଶିରା ଉପରେ ପ୍ରଭାବ ପଡିଥାଏ ଏବଂ ମାଂସପେଶୀକୁ ମଧ୍ୟ ଏହାର କୁପ୍ରଭାବ ପଡିଥାଏ। ତେଣୁ ଯଦି ଆପଣ ଏହି ପଜିସନରେ ବସିବାକୁ ପସନ୍ଦ କରୁଛନ୍ତି ତେବେ ଆଜି ହିଁ ଏହି ଅଭ୍ୟାସ ଛାଡନ୍ତୁ। କାହିଁକିନା ଆଜି ଆମେ ଆପଣଙ୍କୁ ଜଣାଇବୁ ଗୋଡ କ୍ରସ୍‌ କରି ବସିବା ଦ୍ୱାରା କେଉଁ ସମସ୍ୟାର ସାମ୍ନା କରିବାକୁ ପଡିଥାଏ। ତେବେ ଆସନ୍ତୁ ଜାଣିବା।

legରକ୍ତଚାପ ବଢ଼ିବା

ଆପଣ ଲକ୍ଷ୍ୟ କରିଥିବେ ଯେତେବେଳେ ବି ଡାକ୍ତର ଆପଣଙ୍କ ରକ୍ତଚାପ ଯାଞ୍ଚ କରିଥାନ୍ତି ତେବେ ସିଧା ହୋଇ ହାତକୁ ସିଧା କରି ରଖଚିବା ପାଇଁ କୁହନ୍ତି। ଡାକ୍ତର ଏମିତି କହିବାର କାରଣ ହେଉଛି ଏହା ଆରାମଦାୟକ ମୁଦ୍ରା ରକ୍ତଚାପକୁ ସାମାନ୍ୟ ସ୍ତରରେ ଆଣିପାରିବ ଏବଂ ରକ୍ତଚାପକୁ ଠିକ ଭାବରେ ଯାଞ୍ଚ କରିବାକୁ ସାହାଯ୍ୟ କରିଥାଏ।

ବେକ ଏବଂ ପିଠି ଯନ୍ତ୍ରଣା

ଗୋଡକୁ ଗୋଡ ଉପରେ ପକାଇ ବସିବା ଦ୍ୱାରା ପେଲବିକ୍‌ ବୋନରେ ଏକ ରୋଟେସନ୍‌ ପ୍ରଭାବିତ ହୋଇଥାଏ। ଏହି ଗଣ୍ଠି ଆଧାରରେ ବେକ ଏବଂ ପିଠି ଉପରେ ଗଭୀର ପ୍ରଭାବ ପଡିଥାଏ। ଆପଣଙ୍କୁ ଯଦି ଏମିତି ସମସ୍ୟା ହେଉଛି ତେବେ ଏହାର ଗୋଟେ କାରଣ ଭୁଲ୍‌ ପଜିସନରେ ବସିବା ମଧ୍ୟ ହୋଇପାରେ।

nervesମାଂସପେଶୀ ଦୁର୍ବଳ ହୋଇଥାଏ

ଗୋଡକୁ ମୋଡି ବସିବା ଦ୍ୱାରା ଆଣ୍ଠୁ ପଛରେ ଥିବା ପରୋନିୟଲ ତନ୍ତ୍ରିକା ଉପରେ ପ୍ରଭାବ ପଡିଥାଏ ଯାହା ପାଦ ତଳ ଏବଂ ପାଦକୁ ଉତ୍ତେଜନା ପ୍ରଦାନ କରିଥାଏ। ଯଦି ଆପଣ ଲମ୍ବା ସମୟ ପଯ୍ୟର୍ନ୍ତ ଏମିତି ଗୋଡ ଭାଙ୍ଗି ବସନ୍ତି ତେବେ ପାଦ ଉପରେ ବହୁତ ଖରାପ ପ୍ରଭାବ ପଡିଥାଏ ଏବଂ ଅସହ୍ୟ ଯନ୍ତ୍ରଣା ମଧ୍ୟ ହୋଇଥାଏ। ଯାହା ଆପଣଙ୍କ ମାଂସପେଶୀକୁ ଛୁଞ୍ଚି ଫୁଡାଇବା ଭଳି ଅନୁଭବ କରାଇଥାଏ।

ଅସ୍ଥାୟୀ ପାରାଲିସିସ୍‌

ଯେତେବେଳେ ବି ଆପଣ ଗୋଡ ଭାଙ୍ଗି ବସିଥିବେ ସେତେବେଳେ ଏହା ଗୋଟିଏ ସ୍ଥିତିରେ ରହିଥାଏ ଯାହା ପାଇଁ ପାରାଲିସିସ୍‌ ସମସ୍ୟା ମଧ୍ୟ ହୋଇପାରେ। ଏହି କାରଣରୁ ଆପଣଙ୍କ ପାଦର ଆଙ୍ଗୁଠି ଠିକ୍‌ ଭାବରେ ଉଠିବାକୁ ମଧ୍ୟ ଅସମର୍ଥ ହୋଇଥାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button