ଦେଶ ବିଦେଶ

ପିଲାଙ୍କୁ ଖୁସି କରିବା ପାଇଁ ଘରେ ପ୍ରସ୍ତୁତ କରନ୍ତୁ ସ୍ୱାଦିଷ୍ଟ ‘ଇଡ଼ଲି ବର୍ଗର’

ଗୋଟେ କିଛି ସାଧାରଣ ବ୍ୟଞ୍ଜନରେ ଯଦି କିଛି ସାମାନ୍ୟ ପରିବର୍ତ୍ତନ କରାଯାଏ ତେବେ ବ୍ୟଞ୍ଜନଟିର ସ୍ୱାଦ ସମ୍ପୂର୍ଣ ବଦଳିଯାଏ । ପାଟିକୁ ଏହା ଆହୁରି ଅଧିକ ସ୍ୱାଦିଷ୍ଟ ଲାଗିବାକୁ ଲାଗେ । ଆହୁରି ମଧ୍ୟ ଘର ଖାଦ୍ୟ ଯଦି ସ୍ୱାଦିଷ୍ଟ ଲାଗିବାକୁ ଲାଗେ ତେବେ ପିଲାଙ୍କ ପାଇଁ ଆଉ ଚିନ୍ତା ନ ଥାଏ । ପିଲା ମାନେ ଘର ଖାଦ୍ୟ ଖାଇବା ଦ୍ୱାରା ସେମାନଙ୍କ ସ୍ୱାସ୍ଥ୍ୟ ଉପରେ ମଧ୍ୟ କିଛି କୁପ୍ରଭାବ ପଡିନଥାଏ ।  ଏହାକୁ ଅତି ସହଜରେ ଘରେ ପ୍ରସ୍ତୁତ କରି ପିଲାଙ୍କ ଟିଫିନରେ ମଧ୍ୟ ଏହା ଆପଣ ଦେଇ ପାରିବେ ନଚେତ ସନ୍ଧ୍ୟା ଜଳଖିଆରେ ମଧ୍ୟ ଆପଣ ଏହାର ମଜା ନେଇପାରିବେ । ତେବେ ଆସନ୍ତୁ ଆଜି ଘରେ ବନାଇବା ‘ଇଡ଼ଲି ବର୍ଗର’

ଆବଶ୍ୟକୀୟ ସାମଗ୍ରୀ:

୧.୬ଟି ଇଡ଼ଲି
୨.୪ ଚାମଚ ପୁଦିନା ଓ ଧନିଆ ଚଟଣି
୩.୩ଟା କଟା ଯାଇଥିବା ଟମାଟୋ
୪.୪ଟା କଟାଯାଇଥିବା ପିଆଜ
୫.୧ କପ ତେଲ
୬.୨ କପ କଟାଯାଇଥିବା ପରିବା (ମଟର, ଗାଜର, ଆଳୁ)

idli
୭. ଗୋଟେ ଚାମଚ ମଇଦା
୮.ଗୋଟେ ଚୁଟକୀ ହଳଦୀ
୯.ଅଧା ଚାମଚ ଲଙ୍କା ପାଉଡର
୧୦.ଅଧା ଚାମଚ ଧନିଆ ପାଉଡର
୧୧.ଅଧା ଚାମଚ ଗରମ ମସଲା
୧୨.ଅଧା ଚାମଚ ଅଦା ଓ ରସୁଣ ପେଷ୍ଟ
୧୩.ଅଧା ଚାମଚ କଟାଯାଇଥିବା ଧନିଆ ପତ୍ର
୧୪.ସ୍ୱାଦ ଅନୁଯାୟୀ ଲୁଣ
୧୫. ଭାଜିବା ପାଇଁ ତେଲ

ପ୍ରସ୍ତୁତି ପ୍ରଣାଳୀ:

ପ୍ରଥମେ ତେଲ ଗରମ କରନ୍ତୁ ଓ ସେଥିରେ ଇଡ଼ଲି ସୁନେଲି ରଙ୍ଗ ହେବା ପର୍ଯ୍ୟନ୍ତ ଭାଜନ୍ତୁ । ଧ୍ୟାନ ରଖନ୍ତୁ ଯେପରି ଇଡ଼ଲି ଭିତରୁ ନରମ ହେବା ସହ ବାହାରୁ ସାମାନ୍ୟ କଡ଼କଡ଼ ରହିବ । ଏବେ ଇଡ଼ଲିର ଗୋଟେ ପଟେ ଚଟଣି ଲଗାନ୍ତୁ ।  ଏବେ ପୂର୍ବରୁ କଟା ଯାଇଥିବା ପରିବା ଗୁଡିକୁ ସିଝାଇ ଦିଅନ୍ତୁ । ଏଥିରୁ ପାଣି ବାହାର କରି ଥଣ୍ଡା ହେବା ପାଇଁ ଛାଡି ଦିଅନ୍ତୁ । ପରେ କଡେଇରେ ଅଳ୍ପ ତେଲ ଗରମ କରି ପିଆଜ, ଅଦା ରସୁଣ ପେଷ୍ଟ,ହଳଦୀ, ଲଙ୍କା ଗୁଣ୍ଡ, ଧନିଆ ପାଉଡର ଓ ଗରମ ମସଲା ପକାଇ କିଛି ସମୟ ପର୍ଯ୍ୟନ୍ତ ଚୁଲିରେ ବସାନ୍ତୁ । ଅପେକ୍ଷା କରନ୍ତୁ ଯେମିତି ମସଲାର ବାସ୍ନା ଆଉ ରହିବନି ।

ପରେ ଏହାକୁ ଥଣ୍ଡା ହେବା ପାଇଁ ଛାଡି ଦିଅନ୍ତୁ । ଏବେ ପରିବା ଓ ପିଆଜକୁ ଏକ ଚାମଚ ମଇଦା ଓ ଧନିଆ ପାଉଡର ଦେଇ ଭଲ ଭାବେ ମିଶାଇ ଦିଅନ୍ତୁ । ଏବେ ଇଡ଼ଲି ଆକାରର ହିଁ କଟଲେଟ ପ୍ରସ୍ତୁତ କରନ୍ତୁ ଓ ଏହାକୁ ମଧ୍ୟ ଗୋଲଡେନ ବ୍ରାଉନ କଲର ହେବା ପର୍ଯ୍ୟନ୍ତ ଚୁଲିରେ ଭାଜନ୍ତୁ । ଏବେ ଏହି କଟଲେଟ ଗୁଡିକ ୨ଟି କଟା ଇଡ଼ଲି ଭିତରେ ରଖନ୍ତୁ । ଏହା ମଝିରେ ପିଆଜ ଓ ଟମାଟୋ କଟା ଦେଇ ପିଲା ମାନଙ୍କୁ ପରସନ୍ତୁ । ଏହାର ସ୍ୱାଦ ବଢାଇବା ପାଇଁ ଆପଣ ଚଟଣି ବା ସସର ବ୍ୟବହାର କରିପାରିବେ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button