ସ୍ୱାସ୍ଥ୍ୟ

ଆଜି ବିଶ୍ୱ ମଧୁମେହ ଦିବସ: ନିୟନ୍ତ୍ରଣ ପାଇଁ ଆପଣାନ୍ତୁ ଏହିସବୁ ଟିପ୍ସ

ବିଶ୍ୱରେ ଆଜି ମଧୁମେହ (ଡାଇବେଟିଜ୍‌) ଦିବସ ପାଳନ କରାଯାଇଥାଏ। ଦୁନିଆରେ ପାଖାପାଖି ୪୨.୫୦ କୋଟି ଲୋକମାନେ ଏହି ରୋଗରେ ପୀଡିତ। ଇଣ୍ଡିଆନ ଡାଇବେଟିଜ୍‌ ଫେଡରେସନ ଅନୁଯାୟୀ ଭାରତରେ ପାଖାପାଖି ୭ କୋଟି ଲୋକ ମଧୁମେହ ଗ୍ରସ୍ତ। ଏହି କାରଣରୁ ଡାଇବେଟିଜ୍‌ କୁ ଆଧୁନିକ ଜୀବନ ଶୈଳୀ ମଧ୍ୟ କୁହାଯାଇଥାଏ। ଶରୀରରେ ଯେତେବେଳେ ଗ୍ଲୁକୋଜ୍‌ ର ମାତ୍ରା ବଢିଯାଇଥାଏ ସେହି ସ୍ଥିତିକୁ ଡାଇବେଟିଜ୍‌ କୁହାଯାଇଥାଏ।

ଏହା ଶରୀରରେ ସନ୍ତୁଳିତ ହରମୋନ୍‌ର ଅଭାବରୁ ଦେଖାଯାଇଥାଏ। ଆମେ ଯାହା ଖାଦ୍ୟ ଖାଇଥାଉ ଇନସୁଲିନ୍‌ ତାହାକୁ ଶକ୍ତିରେ ବଦଳାଇଥାଏ। ଏଥିସହ ଏହା ଶରୀରରେ ସୁଗାରର ମାତ୍ରାକୁ ନିୟନ୍ତ୍ରିତ କରିଥାଏ। ମଧୁମେହ ଏପରି ଏକ ରୋଗ, ଯାହା ଥରେ ହେବା ପରେ ଏଥିରୁ ମୁକ୍ତି ପାଇବା ଅସମ୍ଭବ । କିନ୍ତୁ ଦୈନନ୍ଦିନ ଜୀବନ ଶୈଳି ଏବଂ ନିୟମିତ ଔଷଧ ସେବନ କରି ଆପଣ ଏହାକୁ ନିୟନ୍ତ୍ରଣରେ ରଖିପାରିବେ।

DIABETES-ଡାଇବେଟିଜ୍‌ ଅନିୟନ୍ତ୍ରିତ ରହିବା ଦ୍ୱାରା ରକ୍ତରେ ସୁଗାର ବଢିଯାଇଥାଏ, ଯାହା ଫଳରେ ଏହାର ପ୍ରଭାବ ହୃଦୟ, ରକ୍ତ ଧମନୀ, ଆଖି ଏବଂ କିଡନୀ ବ୍ୟତୀତ ଶରୀରର ହାଡ ଉପରେ ପଡିଥାଏ। ମଧୁମେହ ରୋଗକୁ ଅନିୟନ୍ତ୍ରିତ ଛାଡି ଦେବା ଦ୍ୱାରା ପାଦରେ ଅଲ୍ସର ଏବଂ ସଂକ୍ରମଣ ବ୍ୟତୀତ ଡାୟବିଟିକ ଫୁଟ ସମସ୍ୟା ମଧ୍ୟ ଦେଖାଯାଇଥାଏ। ଏହା ବ୍ୟତୀତ ଓଷ୍ଟିୟୋପୋରୋସିସ୍‌ ଏବଂ ଆର୍ଥରାଇଟିସ୍‌ ର ସମସ୍ୟା ମଧ୍ୟ ବଢିଥାଏ। ଏହା ମଧ୍ୟ ଦେଖାଯାଇଛି ଯେଉଁ ଲେଶକମାନଙ୍କୁ ଏହି ରୋଗ ହୋଇନଥାଏ ତାଙ୍କ ତୁଳନାରେ ମଧୁମେହ ରୋଗୀମାନଙ୍କ ପାଖରେ ଏହି ସମସ୍ୟା ଅଧିକ ହୋଇଥାଏ।

ଏହାବ୍ୟତୀତ ମଧୁମେହ କାରଣରୁ ଖରାପ ହୋଇଥିବା ଅଙ୍ଗକୁ କାଟିବାକୁ ମଧ୍ୟ ପଡିଥାଏ। ମଧୁମେହ ହେବା ଦ୍ୱାରା ରକ୍ତ ସଂଚାରରେ ଅଭାବ ଦେଖାଯାଇଥାଏ। ଏହିକାରଣରୁ ମଧୁମେହ ରୋଗୀମାନେ ହାତ, ପାଦକୁ ସର୍ବଦା ସଫା ଏବଂ ସୁରକ୍ଷିତ ରଖିବା ଉଚିତ। ଖାଲି ପାଦରେ ଚାଲିବା ଦ୍ୱାରା ପାଦ ଅପରିଷ୍କାର ହୋଇଥାଏ। ଏଥିସହ ନଖ କାଟିବା ସମୟରେ ମଧ୍ୟ ସତର୍କ ରୁହନ୍ତୁ।

Diabetes-1ମଧୁମେହର ପ୍ରମୁଖ ଲକ୍ଷଣ:

-ବାରମ୍ବାର ସଂକ୍ରମଣ ହେବା, କ୍ଷତ ହେବା ସହ ଅଧିକ ଶୋଷ ଲାଗିବା , ବାରମ୍ବାର ପରିସ୍ରା ଲାଗିବା, ହଠାତ୍‌ ଓଜନ କମିଯିବାଏବଂ ଦୁର୍ବଳ ଅନୁଭବ ହେବା।

ଏଥିରୁ ରକ୍ଷା ପାଇବେ କିପରି:

-ନିୟମିତ ରୂପେ ସନ୍ତୁଳିତ ଆହାର ସେବନ କରିବା ସହ ବ୍ୟାୟାମ କରନ୍ତୁ।

-ଖାଦ୍ୟ, ପାନୀୟ ପରିବର୍ତ୍ତନ କରିବା ଉଚିତ।

-ଓଜନରେ ପିୟନ୍ତ୍ରଣ କରନ୍ତୁ।

-ଚିନ୍ତାରୁ ଦୂରେଇ ରୁହନ୍ତୁ

-ଭିଟାମିନ କେ ଥିବା ଖାଦ୍ୟ ସେବନ କରନ୍ତୁ।

-ଧୂମପାନ ଠାରୁ ଦୂରେଇ ରୁହନ୍ତୁ।

-ଅଧିକ ପାଣି ପିଅନ୍ତୁ। ନିୟମିତ ସୁଗାରର ମାତ୍ରା ଚେକ୍‌ କରନ୍ତୁ।

-ଅଳ୍ପ ସମୟ ବ୍ୟବଧାନରେ ଖାଦ୍ୟ ଖାଆନ୍ତୁ।

-ଟ୍ରାନ୍ସ ଫ୍ୟାଟ୍‌ ଠାରୁ ଦୂରେଇ ରୁହନ୍ତୁ।

-ନିୟମିତ ରୂପେ ଡାକ୍ତରଙ୍କ ଠାରୁ ପରାମର୍ଶ ନିଅନ୍ତୁ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button