ନୀତି

ଯାହାଙ୍କ ଘରେ ନାହିଁ ଏହି ୪ଟି ଜିନିଷ, ତାଙ୍କ ଘରକୁ କଦାପି ଯାଆନ୍ତୁ ନାହିଁ ଅତିଥି ହୋଇ

ଭାରତୀୟ ସଂସ୍କୃତିରେ ଅତିଥିଙ୍କୁ ଦେବତା ବୋଲି ଗଣାଯାଏ। ଅତିଥିଙ୍କ ଆସିବାର କୌଣସି ତିଥି ବା ସମୟ ନିଶ୍ଚିତ ନ ଥାଏ, ଏଥିପାଇଁ ସେମାନଙ୍କୁ ଅତିଥି ବୋଲି କୁହାଯାଏ। ମନୁ ସ୍ମୃତିରେ ଅତିଥିଙ୍କ ସମ୍ବନ୍ଧରେ ଅନେକ ନିୟମ ଏବଂ କଥା କୁହାଯାଇଛି। ସେଥିମଧ୍ୟରୁ ଆଜି ଆମେ ଆପଣଙ୍କୁ ଏକ କଥା ବିଷୟରେ କହିବାକୁ ଯାଉଛି। ଯଦି କୌଣସି ବ୍ୟକ୍ତିଙ୍କ ଘରେ ଏହି ୪ଟି ଜିନିଷ ନ ଥାଏ, ତା’ହେଲେ ତାଙ୍କ ଘରକୁ ଅତିଥି ହୋଇ ଯିବା ଆଦୌ ଉଚିତ ନୁହେଁ। ଆସନ୍ତୁ ଜାଣିବା କ’ଣ ସେହି ୪ଟି ଜିନିଷ।

୧. ଆସନ

ଯେତେବେଳେ କୌଣସ ଅତିଥି ଆମ ଘରକୁ ଆସନ୍ତି, ସେମାନଙ୍କୁ ଆମେ ଉଚିତ ଆସନ ଦେଇଥାଉ। ଯେପରି, ସେଫା, ଚେୟାର, ପଲଙ୍କ, ଚଟେଇ ଆଦି। ଅତିଥିମାନଙ୍କୁ ଆସନରେ ବସାଇଲେ ସେମାନଙ୍କୁ ସମ୍ମାନ ବୋଧ ହୋଇଥାଏ। ଯଦି ସେମାନଙ୍କୁ ମାନ ସମ୍ମାନ ସହ ଉଚିତ ଆସନରେ ବସା ନ ଯାଏ, ତା’ହେଲେ ସେମାନେ ଅପମାନିତ ବୋଧ କରନ୍ତି। ତେଣୁ ଏଭଳି ଲୋକଙ୍କ ଘରକୁ ଯଥାଶୀଘ୍ର ପଳାଇ ଆସିବା ଉଚିତ।

food33

୨. ଭୋଜନ

ଘରକୁ ଆସୁଥିବା ଅତିଥିଙ୍କୁ ଭୋଜନ ପରଷିଲେ, କୁହାଯାଏ ସ୍ୱୟଂ ଭଗବାନ ପ୍ରସନ୍ନ ହୋଇଥାଆନ୍ତି। ଏହା ଶାସ୍ତ୍ରରେ ମଧ୍ୟ ଲେଖାଯାଇଛି। କେହି ଅପରିଚିତ ବ୍ୟକ୍ତି ବି ଯଦି କେବେ ଆପଣଙ୍କ ଘରକୁ ଭୁଲ୍‌ରେ ଚାଲିଆସନ୍ତି, ତା’ହେଲେ ତାଙ୍କୁ ବିନା ଭୋଜନରେ ଛାଡ଼ିବା ଉଚିତ ନୁହେଁ। ଯଦି କେହି ବ୍ୟକ୍ତି ଭୋଜନ ଦେବାରେ ଅସମର୍ଥ, ତା’ହେଲେ ତାଙ୍କ ଘରକୁ ଯିବା ଉଚିତ ନୁହେଁ। କାହିଁକି ନା, ତାଙ୍କୁ ହୁଏତ ଉଧାର ମାଗି ଆପଣଙ୍କୁ ଖାଇବାକୁ ଦେବାକୁ ପଡ଼ିପାରେ। ତେଣୁ ସେଠାରେ ଅଧିକ ସମୟ ରହିବା ଉଚିତ ନୁହେଁ।

bed33

୩. ପଲଙ୍କ/ଶଯ୍ୟା

ସବୁ ଲୋକ ଚାହିଁଥାଆନ୍ତି, ତାଙ୍କ ଘରକୁ ଆସୁଥିବା ଅତିଥିମାନଙ୍କର କୌଣସି ଅଭାବ ନ ରହୁ। ସେମାନଙ୍କୁ ଆରାମ ମିଳୁ। କିନ୍ତୁ ଯଦି କାହା ଘରେ ଶୋଇବାକୁ ପଲଙ୍କ ନାହିଁ, ତା’ହେଲେ ସେଠାରେ ଅଧିକ ସମୟ ଯାଏ ରୁହନ୍ତୁ ନାହିଁ। ଏଭଳି କଥା ମନୁ ସ୍ମୃତିରେ ଲେଖାଯାଇଛି। ହୁଏତ ସେମାନଙ୍କୁ ଏଥିପାଇଁ ଦୋଷୀ ଦୋଷୀ ଲାଗିପାରେ।

pani

୪. ପାଣି

ମନୁ ସ୍ମୃତି ଅନୁସାରେ, ଯଦି କୌଣସି ବ୍ୟକ୍ତିଙ୍କ ଘରେ ଶୋଷ ମେଣ୍ଟିବା ପାଇଁ ପାଣି ନାହିଁ, ତା’ହେଲେ ସେଠାରେ ଅତିଥି ହୋଇ ରହିବା ଉଚିତ ନୁହେଁ। ବର୍ତ୍ତମାନ ସମୟରେ ପାଣି ଏକ ଉତ୍କଟ ସମସ୍ୟା ପାଲଟିଛି। କିଛି ସ୍ଥାନରେ ପାଣି ପାଇଁ ବହୁତ କଷ୍ଟ କରିବାକୁ ପଡ଼ିଥାଏ। ଯେଉଁ ପରିବାରର ଏଭଳି ସମସ୍ୟା ରହିଛି, ସେଠାକୁ ଅତିଥି ହୋଇ ଯାଆନ୍ତୁ ନାହିଁ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button