ମନୋରଞ୍ଜନ

ପ୍ରଥମାଷ୍ଟମୀରେ ଘରର ବଡ ପୁଅ ଓ ଝିଅକୁ ବନାଇ ଖୁଆନ୍ତୁ ‘ବାଦାମ ଲଡୁ’, ସେମାନଙ୍କ ଦିନକୁ ବନାନ୍ତୁ ଆହୁରି ଖାସ୍‌

ପ୍ରଥମା ଅଷ୍ଟମୀ ଘରର ବଡ ପୁଅ ଏବଂ ଝିଅଙ୍କ ପାଇଁ ବହୁତ ଖାସ୍‌ ଦିନ। ଏହି ଦିନରେ ଘରେ ବିଭିନ୍ନ ପ୍ରକାର ମିଠା ପିଠା ତିଆରି ହୁଏ। କିନ୍ତୁ ଏଥର ଅଷ୍ଟମୀରେ କିଛି ନୂଆ କରି ଖୁଆନ୍ତୁ ନିଜ ପଢ଼ୁଆଁ ପୁଅ ଝିଅକୁ। ସେମାନେ ଏହାକୁ ଖାଇ ତାଙ୍କ ଦିନକୁ ଆହୁରି ଖାସ୍‌ ଅନୁଭବ କରାଇବେ। ଆମେ ଏଠି ଆପଣଙ୍କୁ ବାଦାମ ଲଡୁ ବିଷୟରେ କହୁଛୁ। ଏହାକୁ ପ୍ରସ୍ତୁତ କରିବା ବହୁତ ସହଜ। ତାହାଲେ ଆସନ୍ତୁ ଜାଣିବା ଏହାକୁ କେମିତି କରିବେ ପ୍ରସ୍ତୁତ।

ଆବଶ୍ୟକ ସାମଗ୍ରୀ

-ଏକ ବଡ ପାତ୍ର ଭଜା ବାଦାମ

-ଅଧା କପ୍‌ ଚିନି ଗୁଣ୍ଡ

-ଏକ ଛୋଟ ଚାମଚ ଅଳେଇଚ ପାଉଡର

-ଏକ ଗିନା ଛୋଟ କଟା ହୋଇଥିବା ପିସ୍ତା ଏବଂ ବାଦାମ

ପ୍ରସ୍ତୁତ ପ୍ରଣାଳୀ

ବାଦାମ ଲଡୁ ବନାଇବା ପାଇଁ ସର୍ବପ୍ରଥମେ ବାଦାମର ଚୋପା ଛଡାଇ ଗ୍ରାଇଣ୍ଡର ଦରଦରା କରି ପେଶି ଦିଅନ୍ତୁ। ଏହାପରେ ଏହି ମିଶ୍ରଣକୁ ଏକ ପାତ୍ରରେ କାଢ଼ି ଏଥିରେ ଚିନି, ଘିଅ ଏବଂ ଅଳେଇଚ ପାଉଡର ମିଶାନ୍ତୁ। ଏବେ ହାରେ ତେଲ ଲଗାଇ ଏହକୁ ଚିକ୍କଣ କରିଦିଅନ୍ତୁ ଏବଂ ଲଡୁ ଆକାରରେ ଗୋଲ ଗୋଲ କରିଦିଅନ୍ତୁ। ଏହାପାରେ ତେଲରେ ଧୀର ଆଞ୍ଚରେ ଏହି ଲଡୁକୁ ଛାଣନ୍ତୁ। ଏହାକୁ ଛାଣିବା ସମୟରେ ଏହାକୁ ଲଗାତର ଚଲାନ୍ତୁ। ଯଦି ବାଦାମ ଟିକେ ବି ଜଳିଯାଏ ତାହା କଳା ପଡିଯାଏ, ଖାଇବାକୁ ଭଲ ଲାଜିନଥାଏ। ଏହା ଭଲଭାବେ ହୋଇଗଲା ପରେ ଏହାକୁ ପ୍ଲେଟକୁ କାଢ଼ି ଦିଅନ୍ତୁ। ଏବେ ଆପଣଙ୍କର ବାଦାମ୍‌ ଲଡୁ ପ୍ରସ୍ତୁତ ହୋଇଯାଇଛି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button